ବଲାଙ୍ଗୀର: ଜିଲ୍ଲାର ସର୍ବପୁରାତନ ଗୋପାଲଜୀ ମନ୍ଦିରରେ ରଥ ଯାତ୍ରା ପାଳିତ ହୋଇଯାଇଛି । 1800 ଶତାବ୍ଦୀରୁ ଏଠାରେ ତିନି ଠାକୁରଙ୍କ ରଥଯାତ୍ରା ପାଳିତ ହୋଇ ଆସୁଛି । ଚଳିତ ଥର ପ୍ରବଳ ବର୍ଷା ମଧ୍ୟରେ ପ୍ରଶାସନିକ ଅଧିକାରୀ, ରାଜ ପରିବାର ଓ ଜନ ସମାଗମରେ ରଥଟଣା ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଭକ୍ତ ରଥ ଟାଣିଥିଲେ ।
ବଲାଙ୍ଗୀରର ସର୍ବପୁରାତନ ରଥଯାତ୍ରା ଅନୁଷ୍ଠିତ, ୧୮୯୯ରୁ ହୋଇଆସୁଛି ପାଳନ - Balangir Gopalji Rath Yatra 2024 - BALANGIR GOPALJI RATH YATRA 2024
Balangir Gopalji Rath Yatra 2024: ବଲାଙ୍ଗୀର ଜିଲ୍ଲାର ସର୍ବପୁରାତନ ଗୋପାଳ ଜୀ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୮୯୯ ମସିହାରୁ ଏଠାରେ ରଥଯାତ୍ରା ହୋଇଆସୁଥିବା ଲୋକକଥା ପ୍ରଚଳିତ । ରଥଯାତ୍ରାରେ ବଲାଙ୍ଗୀର ବିଧାୟକ ହେଲେ ସାମିଲ । ଅଧିକ ପଢନ୍ତୁ
Published : Jul 8, 2024, 9:37 AM IST
ଏହି ଅବସରରେ ରାଜା ପରିବାର ସଦସ୍ୟ ମେଘନା ସିଂହ ଦେଓ କହିଛନ୍ତି ଯେ, ତାଙ୍କ ପୂର୍ବଜ ଦ୍ୱାରା ସ୍ଥାପିତ ଏହି ଜଗନ୍ନାଥ ଗୋପାଲଜୀ ମନ୍ଦିର ରଥ ଯାତ୍ରା ପାଳିତ ହୋଇ ଆସୁଛି ଏବଂ ସବୁ ବର୍ଷ ସେମାନେ ଏଥିରେ ସାମିଲ ହୋଇ ଆସୁଛନ୍ତି । ଏହି ଅବସରରେ ସେ ଶୁଭେଚ୍ଛା ଦେବା ସହ ପ୍ରଭୁ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ସେହିପରି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି ଯେ, ତାଙ୍କ ପୂର୍ବଜ ରାଣୀ ମାତା ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ସେହିଦିନ ଠାରୁ ଏଠି ରୀତିନୀତିରେ ରଥ ଯାତ୍ରା ପାଳିତ ହୋଇ ଆସୁଛି । ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବଲାଙ୍ଗୀର ଦେବୋତ୍ତର ଅଧିକାରୀ ସୁଧୀର ଦାସ କହିଛନ୍ତି, ଯେ 1800 ମସିହାରେ ତତ୍କାଳୀନ ପାଟଣା ମହାରାଜା ରମାଇ ଦେଓ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ ଏବଂ 1899 ମସିହାରୁ ଏଠି ରଥ ଯାତ୍ରା ପାଳିତ ହୋଇ ଆସୁଛି ।
ଇଟିଭି ଭାରତ, ବଲାଙ୍ଗୀର