ଓଡିଶା

odisha

By ETV Bharat Odisha Team

Published : Jun 2, 2024, 11:41 AM IST

ETV Bharat / state

ଶୋଇଥିବା ବେଳେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ନାବାଳକ, କାରଣ ଅସ୍ପଷ୍ଟ - Balangir Murder

Balangir Murder: ବଲାଙ୍ଗୀର ତୁଷୁରା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହାଣି ହତ୍ୟା କଲା ପଡୋଶୀ ନାବାଳକ ।ଅଧିକ ପଢନ୍ତୁ

Balangir Murder
Balangir Murder (ETV Bharat Odisha)

ବଲାଙ୍ଗୀର:ନାବାଳକର ନିର୍ମମ କାଣ୍ଡ । ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କୋଟଗାଁରେ । ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ହତ୍ୟାର କାରଣ ଏବେସୁଦ୍ଧା ଜଣାପଡିନାହିଁ ।

ଅଭିଯୋଗ ଅନୁଯାୟୀ, ଶନିବାର ଦିନ ସନ୍ଧ୍ୟା ସମୟରେ ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ କୋଟଗାଁ ଗ୍ରାମର ତପି ନାଗ ନିଜ ଘର ପାଖ ଏକ ବରଗଛ ମୂଳେ ଶୋଇଥିଲେ । ଏହି ସମୟରେ ତାଙ୍କ ପଡୋଶୀ ନାବାଳକ ଆସି ତାଙ୍କୁ ଅଚାନକ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କରିଥିଲା । ଏନେଇ ତୁଷୁରା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏଥିସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ, ଅଭିଯୁକ୍ତ ବାପା ଗିରଫ - Father KILLED Son Sundargarh

ମୃତକଙ୍କ ସମ୍ପର୍କୀୟମାନଙ୍କ କହିବାନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ ନାବାଳକ ଜଣକ ତପି ନାଗଙ୍କ ଘରକୁ ଆସିଥିଲେ । ସେଠାରେ ତରଭୂଜ ଖାଇ ବସିଥିଲେ । ହଠାତ ରାଗ ତମତମ ହୋଇ ଘରକୁ ଯାଇ ଏକ ଟାଙ୍ଗିଆ ଆଣି ବୃଦ୍ଧ ଜଣକ ବରଗଛ ମୂଳେ ଶୋଇଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଅଭିଯୁକ୍ତ ନାବାଳକ ଜଣକ ଘଟଣାସ୍ଥଳକୁ ଫେରାର ମାରିଥିବାବେଳେ ପରବର୍ତ୍ତୀ ସମୟରେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା । ତେବେ କାହିଁକି ସେ ବୃଦ୍ଧଙ୍କୁ ହତ୍ୟା କଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହାମଧ୍ୟ ପଢନ୍ତୁ.. ଗାଡି କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ମାରିଲା ସ୍ୱାମୀ ! କୁନିପୁଅ ବଖାଣିଲା ସତ - Nayagarh Murder


ପୋଲିସ ଉକ୍ତ ନାବାଳକ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ସହ କପଡା ଇତ୍ୟାଦି ପୋଲିସ ଜବତ କରିଛି । ମୃତଦେହକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେହିପରି ତଦନ୍ତ ପରେ ହତ୍ୟାର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details