ଓଡିଶା

odisha

ଗାଡି ସର୍ଭିସ ପାଇଁ ଅନଲାଇନରେ ଦେଖୁଛନ୍ତି କି ? ସାବଧାନ ! 2 ଟଙ୍କା କହି 19 ହଜାର ଠକି ନେଲେ ଠକ - CYBER FRAUD

CYBER FRAUD: ସାଇବର ଠକେଇର ଶିକାର ହେଲେ ବୃଦ୍ଧ । ଗାଡ଼ିର ସର୍ଭିସ ଆଳରେ ଲୁଟି ନେଲେ ୧୯ ହଜାର ଟଙ୍କା । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 27, 2024, 9:27 PM IST

Published : Apr 27, 2024, 9:27 PM IST

ଗାଡି ସର୍ଭିସି ନାଁରେ ସାଇବର ଠକେଇ ,୨ଟଙ୍କା ସର୍ଭିସ ଚାର୍ଜ କହି ଠକିଲେ ୧୯ ହଜାର
ଗାଡି ସର୍ଭିସି ନାଁରେ ସାଇବର ଠକେଇ ,୨ଟଙ୍କା ସର୍ଭିସ ଚାର୍ଜ କହି ଠକିଲେ ୧୯ ହଜାର

ଗାଡି ସର୍ଭିସି ନାଁରେ ସାଇବର ଠକେଇ ,୨ଟଙ୍କା ସର୍ଭିସ ଚାର୍ଜ କହି ଠକିଲେ ୧୯ ହଜାର

ଭୁବନେଶ୍ବର: ଯେତେ ଚାହିଁଲେ କମୁନି ସାଇବର ଠକଙ୍କ ପ୍ରାଦୁର୍ଭାବ । ନୂଆ ନୂଆ ତରିକାରେ ଲୁଟୁଛନ୍ତି ଅଦୃଶ୍ୟ ସାଇବର ଠକ । ଏଥର ଠକାମିର ଶିକାର ହେଲେ ଜଣେ ଶିକ୍ଷିତ ବୃଦ୍ଧ । ଦୁଇ ଚକିଆ ବାଇକର ସର୍ଭିସ ପାଇଁଁ ଅନଲାଇନରେ ଅଭିଯୋଗ କରିବାକୁ ଯାଇ ୧୯ ହଜାର ଟଙ୍କା ଠକାମୀର ଶିକାର ହୋଇଛନ୍ତି । ଯାହାକୁ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଭୁବନେଶ୍ୱର ଜଗବନ୍ଧୁ ପାଢୀ ନାମକ ବ୍ୟକ୍ତି ।

ଜଗବନ୍ଧୁ ପାଢୀଙ୍କ ଅଭିଯୋଗ ଅନୁସାରେ, ସେ ଏକ ମୋଟୋ ଭୋଲ୍ଟ କମ୍ପାନୀରଇ ବାଇକ୍ କିଣିଥିଲେ । ତାର ମୋଟର ସାଉଣ୍ଡ ହେଉଥିଲା । ଯାହାକୁ ନେଇ ସେ ଯେଉଁଠି କିଣିଥିଲେ ସେଠି ଅଭିଯୋଗ ଦେଇଥିଲେ । ସେମାନେ ଅଭିଯୋଗ ରଖିଥିଲେ ପରେ ଜଣେ ମେକାନିକ ଫୋନ କରିଥିଲେ । ତେବେ ମେକାନିକ୍ ଗାଡ଼ିର ଜିନିଷ ଦେଖି କିନ୍ତୁ ସଜାଡ଼ିବାରେ ବିଳମ୍ବ ହେଲା । ପୁଣି ମେକାନିକ ସହ ଯୋଗାଯୋଗ କରିବାରୁ ସେ କହିଥିଲା ଆଉ ଏକ ଅଭିଯୋଗ କରିବାକୁ । ଏହାପରେ ବୃଦ୍ଧ ଜଣଙ୍କ ଗୁଗଲରୁ ମୋଟୋ ଭୋଲ୍ଟ ସର୍ଭିସର ସର୍ଚ୍ଚ କରି ଏକ ନମ୍ବରରେ ଯୋଗାଯୋଗ କରିଥିଲେ ।

ତେବେ ବୃଦ୍ଧଙ୍କ ଅଭିଯୋଗ ଶୁଣି ତାଙ୍କୁ ଗାଡ଼ିର ସର୍ଭିସ ପାଇଁ ସର୍ଭିସ ଚାର୍ଜ ୨ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ସାଇବର ଠକ ।ଯାହାକୁ ଅନଲାଇନରେ ପେମେଣ୍ଟ କରିବାକୁ ପଡ଼ିବ ଏହାପରେ ହିଁ ଆଗକୁ ଗାଡି ସଜାଡ଼ିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ସେ । ତେବେ ଅନଲାଇନ ପେମେଣ୍ଟ ବୃଦ୍ଧ ଜାଣି ନଥିବାରୁ ନିଜ ଝିଅର ନମ୍ବରକୁ ଦେଇଥିଲେ । ସାଇବର ଠକ ସେହି ନମ୍ବରକୁ ଯୋଗାଯୋଗ କରି ପ୍ରଥମରେ ୧୩ ହଜାର ପରେ ୪ ହଜାର ଟଙ୍କା କୌଶଳ କ୍ରମେ ଲୁଟ୍ କିଥିଲେ । ସାଇବର ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ.....ସାଇବର ଠକଙ୍କ ନିର୍ବାଚନୀ ଚାଲ, ଏମିତି ଉପାୟରେ ମାଗୁଛନ୍ତି ଟଙ୍କା - Cyber Fraud

ତେବେ ଅନଲାଇନରେ ବିଭିନ୍ନ ସର୍ଭିସ ସେଣ୍ଟର ଓ କଲ୍ ସେଣ୍ଟରର ନମ୍ବର ଠକମାନେ ଗୁଗଲରେ ଅପଲୋଡ଼ କରିଛନ୍ତି । ତେଣୁ ସେସବୁ ନମ୍ବରକୁ ଭଲ ଭାବେ ପରଖି ସଠିକ ସାଇଟରୁ ବା କମ୍ପାନୀର ନମ୍ବର ଚୟନ କରି ଯୋଗାଯୋଗ କରନ୍ତୁ ବୋଲି ପୂର୍ବରୁ ବାରମ୍ବାର ସାଇବର ଥାନା ପକ୍ଷରୁ ସଚେତନା କରାଯାଇଛି । ଅନଲାଇନରେ ସର୍ଭିସ ସେଣ୍ଟର, ମୋବାଇଲ ରିଚାର୍ଜ ,ଏସି ରିପାୟର ସର୍ଭିସ ,ଡିଟିଏଚ ରିଚାର୍ଜ ଭଳି ଆଳରେ ମଧ୍ୟ ଲକ୍ଷାଧିକ ଟଙ୍କା ଠକୁଛନ୍ତି ସାଇବର ଲୁଟେରା ।


ଇଟିଭି ଭାରତ , ଭୁବନେଶ୍ବର

ABOUT THE AUTHOR

...view details