ଓଡିଶା

odisha

ETV Bharat / state

ପ୍ରକାଶ ପାଇଲା OJEE ରେଜଲ୍ଟ; MBAରେ ସୂର୍ଯ୍ୟକାନ୍ତ ପୃଷ୍ଟି, ବି.ଫାର୍ମାରେ ସାଗରିକା ଦାଶ ଟପ୍ପର - OJEE result out - OJEE RESULT OUT

OJEE result 2024 declared, B Pharm topper Sagarika das and MBA topper SurjyaKanta prusthi : ପ୍ରକାଶ ପାଇଲା ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ପରୀକ୍ଷା ଫଳ । ojee.nic.in ଓ www.odishajee.com ଓ୍ବେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

OJEE 2024 result
OJEE 2024 result (Etv Bharat)

By ETV Bharat Odisha Team

Published : Jun 3, 2024, 2:14 PM IST

Updated : Jun 3, 2024, 3:22 PM IST

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ପରୀକ୍ଷା ଫଳ । B.Pharmରେ ସାଗରିକା ଦାସ ଟପ୍ପର ହୋଇଥିବା ବେଳେ MBAରେ ସୂର୍ଯ୍ୟକାନ୍ତ ପୃଷ୍ଟି ଓ MCA/M.Sc (Comp. Sc)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି । ତେବେ ojee.nic.in ଓ www.odishajee.com ଓ୍ବେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

ପ୍ରକାଶ ପାଇଲା OJEE ରେଜଲ୍ଟ; MBAରେ ସୂର୍ଯ୍ୟକାନ୍ତ ପୃଷ୍ଟି, ବି.ଫାର୍ମାରେ ସାଗରିକା ଦାଶ ଟପ୍ପର (ETV Bharat Odisha)

ଚଳିତ ବର୍ଷର ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ ପ୍ରକାଶ ପାଇଛି । ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରଚଳିତ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି. ଫାର୍ମ (B.Pharm), LE-Tech(Dip), LE-Tech.(B.Sc), B CAT (2 streams), MBA, MCA, int-MBA, LE-Pharm, M. Pharm, M. Arch, M.Plan, M. Tech ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା । ସମସ୍ତ ପାଠ୍ୟକ୍ରମ ପାଇଁ କମ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକ ପରୀକ୍ଷା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର - BSC Odisha Class 10th Result

ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୫୭ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ ଟି ସହର ଯଥା କୋଲକାତା, ପାଟଣା ଓ ରାଞ୍ଚିରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଚଳିତ ବର୍ଷ ସର୍ବୋମୋଟ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬ ହଜାର ୦୪୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ପରୀକ୍ଷାର୍ଥୀମାନେ OJEE ଓ୍ବେବସାଇଟରୁ ନିଜ ନିଜର ରାଙ୍କ କାର୍ଡ ପାଇପାରିବେ । ସମସ୍ତ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରୀକ ତଥା ବେସରକାରୀ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ନାମ ଲେଖାଇବା ପାଇଁ OJEE କାଉନସେଲିଂରେ ଅଂଶଗ୍ରହଣ କରିପାରିବେ । ସୂଚନାଯୋଗ୍ୟ ୬ ମେ ୨୦୨୪ରୁ ୧୦ ମେ ୨୦୨୪ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର୍ଥୀମାନେ www.ojee.nic.inରେ ନିଜର ର଼୍ୟାଙ୍କ କାର୍ଡ ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 3, 2024, 3:22 PM IST

ABOUT THE AUTHOR

...view details