ଓଡିଶା

odisha

ETV Bharat / state

୧୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ, ଆଉ କିଛିଦିନ ଲାଗି ରହିବ ବର୍ଷା - Odisha Weather Latest Update

ବିଜୁଳି ଘଡ଼ଘଡ଼ି ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । କିଛିଦିନ ଲାଗି ରହିବ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଏବେବି କମିନି ଗୁଳୁଗୁଳି ।

Odisha Weather Forecast Latest Update
Odisha Weather Forecast Latest Update (ETV Bharat Odisha)

By ETV Bharat Odisha Team

Published : Oct 5, 2024, 6:37 PM IST

ଭୁବନେଶ୍ବର: ଦଶହରାରେ ନାହିଁ ବର୍ଷା ଭୟ । ରାଜ୍ୟରେ ନାହିଁ ଲଘୁଚାପର ପ୍ରଭାବ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି । ରାଜ୍ୟ ଉପରେ ଲଘୁଚାପର ପ୍ରଭାବ କମ ରହିଥିବ ବେଳେ କାଁଭାଁ ସ୍ଥାନରେ ବର୍ଷା ରହିବ । ଆଗାମୀ ୭ ଦିନ ଯାଏ ରାଜ୍ୟରେ କିଛିକିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରହିବ । ଏହାସହ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ କରିଛି ପାଣିପାଗ ବିଭାଗ ।

ବିଜୁଳି ଘଡ଼ଘଡ଼ି ଆଲର୍ଟ:

ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ହେବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଠାରୁ ୯ ତାରିଖ ଯାଏଁ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ରହିବାକୁ ଥିବା ବେଳେ କୌଣସି ସତର୍କ ସୂଚନା ନାହିଁ ।ଆଗାମୀ କିଛି ଦିନ ଯାଏଁ କିଛି କିଛି ସ୍ଥାନରେ ବର୍ଷା ରହିବ ।

Odisha Weather Forecast Latest Update (ETV Bharat Odisha)

କମୁନି ଗୁଳୁଗୁଳି:

ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି । ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଗଜପତିର ପାରଳାଖେମୁଣ୍ଡି ଓ ଜଗତସିଂହପୁର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଉଭୟ ସହରରେ ସର୍ବାଧିକ ୩୭.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୫.୬ ଡିଗ୍ରୀ ସେଲସିୟସ ଓ କଟକରେ ୩୪.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଫୁଲବାଣୀ ଓ ଅନୁଗୋଳରେ ସର୍ବନିମ୍ନ ୨୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି । ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବା ଵୋଲି ପାଣିପାଗ ବିଭାଗ ଆକଳନ କରିଛି ।

Odisha Weather Forecast Latest Update (IMD)

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଲଘୁଚାପ, ୭ ଦିନ ଯାଏଁ ଲାଗି ରହିବ ବର୍ଷା - Odisha Weather Latest Update

ଏହା ମଧ୍ୟ ପଢ଼ନ୍ତୁ...ପାର୍ବଣକୁ ଫିକା କରିବ ଲଘୁଚାପ: 8ରୁ ବଢିବ ବର୍ଷା, ଭିଜିବ ଦଶହରା ! - LOW PRESSURE RAIN IN ODISHA

ଏହା ମଧ୍ୟ ପଢ଼ନ୍ତୁ...ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୪ ସୁଦ୍ଧା ଲଘୁଚାପ, ବାତ୍ୟାକୁ ନେଇ ଏମିତି କହିଲେ IMD ମହାନିର୍ଦ୍ଦେଶକ - Odisha Weather Latest Update

ଏହି ଯାଗାରେ ସର୍ବାଧିକ ବର୍ଷା ରେକର୍ଡ:

ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଚନ୍ଦନପୁରରେ ସର୍ବାଧିକ ୮୦.୪ ମିମି ବର୍ଷା ରେକର୍ଡ ହୋଇଛି । ସେହପରି ପାରାଦ୍ବୀପରେ ୪୩.୨ ମିମି, ବାଲେଶ୍ବର ସୋରରେ ୪୩.୦ ମିମି, କେନ୍ଦ୍ରାପଡ଼ା ରାଜକନିକାରେ ୪୨.୦ମିମି ଓ ମୟୂରଭଞ୍ଜ ସାରସକଣାରେ ୪୨.୦ ମିମି ବର୍ଷା ରେକର୍ଡ କରାଯାଇଛି।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details