ଓଡିଶା

odisha

ETV Bharat / state

୧୧ରୁ ବଢ଼ିବ ବର୍ଷା, ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

ଦଶହରାରେ ଅନେକ ସ୍ଥାନରେ ରହିପାରେ ବର୍ଷା । ଆଗାମୀ ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ବିଦୁଳି ଘଡ଼ଘଡ଼ି ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

By ETV Bharat Odisha Team

Published : 5 hours ago

Odisha Weather Forecast Latest Update
Odisha Weather Forecast Latest Update (Getty)

ଭୁବନେଶ୍ବର: ପାର୍ବଣରେ ମେଘୁଆ ରହିବ ପାଗ । ପାଣିପାଗ ବିଭାଗର ପୂର୍ବାନୁମାନ । ୧୧ ତାରିଖରୁ ବୃଦ୍ଧି ପାଇବ ବର୍ଷାର ପରିମାଣ । ଫଳରେ ଦଶହରାରେ ଅନେକ ସ୍ଥାନରେ ବର୍ଷା ରହିପାରେ । ବର୍ତ୍ତମାନ ଓଡ଼ିଶାରେ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରକ୍ରିୟାର ପ୍ରଭାବ ନାହିଁ । କିନ୍ତୁ ପୂର୍ବାଳୀ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବରେ ଜଳୀୟବାଷ୍ପ ପ୍ରବେଶ କରୁଛି । ଏହା ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ଓ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସହ ବର୍ଷା ସୃଷ୍ଟି କରୁଛି । ଯାହାକୁ ନେଇ ଆଗାମୀ ୨୪ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଏସବୁ ଜିଲ୍ଲାକୁ ବଜ୍ରପାତ ଆଲର୍ଟ:

ଓଡ଼ିଶାରେ ହାଲିକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟା ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Odisha Weather Forecast Latest Update (ETV Bharat Odisha)

ଲାଗି ରହିଛି ଗୁଳୁଗୁଳି:

ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି କିଛି ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଗଜପତିର ପାରଳାଖେମୁଣ୍ଡି ସହର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠି ସର୍ବାଧିକ ୩୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୩.୨ ଡିଗ୍ରୀ ସେଲସିୟସ ଓ କଟକରେ ୩୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଫୁଲବାଣୀରେ ସର୍ବନିମ୍ନ ୨୦.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି । ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବା ଵୋଲି ପାଣିପାଗ ବିଭାଗ ଆକଳନ କରିଛି ।

Odisha Weather Forecast Latest Update (IMD)

ଏହା ମଧ୍ୟ ପଢ଼ନ୍ତୁ...୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ, ଏହି ଦିନ ସାରା ଓଡ଼ିଶାରେ ବର୍ଷିବ - Odisha Weather Latest Update

ଏହା ମଧ୍ୟ ପଢ଼ନ୍ତୁ...୧୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ, ଆଉ କିଛିଦିନ ଲାଗି ରହିବ ବର୍ଷା - Odisha Weather Latest Update

Odisha Weather Forecast Latest Update (IMD)

ଏହି ଯାଗାରେ ସର୍ବାଧିକ ବର୍ଷା ରେକର୍ଡ:

ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲିରେ ସର୍ବାଧିକ ୫୪.୦ ମିମି ବର୍ଷା ରେକର୍ଡ ହୋଇଛି । ସେହପରି କେନ୍ଦ୍ରାପଡ଼ା ଆଳିରେ ୩୫.୦ ମିମି, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରରେ ୩୨.୦ ମିମି, କେନ୍ଦ୍ରାପଡ଼ା ମହାକାଳପଡ଼ାରେ ୩୦.୦ ମିମି ଓ ନୟାଗଡ଼ ରଣପୁରରେ ୨୪.୪ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details