ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ପଡ଼ିଲେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ରହିଥିବା ଆର.ଟି.ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢୀ । ବ୍ରହ୍ମପୁର ସହରର ଜଣେ ଅଭିଯୋଗକାରୀଙ୍କ ଦୁଇଟି ଗାଡିର ଟ୍ୟାକ୍ସ ଅପଡେଟ୍ କରିବା ପାଇଁ ସେ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ସେଠାରେ ଅପେକ୍ଷା କରି ରହିଥିଲା ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳର କୃଷ୍ଣଚନ୍ଦ୍ର ଦାଶଙ୍କ ପୁଅ ପ୍ରକାଶ ଚନ୍ଦ୍ର ଦାଶଙ୍କର ଦୁଇଟି ଗାଡିର କୋଭିଡ -୧୯ ସମୟରେ ଟ୍ୟାକ୍ସ ଅପଡେଟ୍ ( ୨୦୨୦ ମସିହାର ଅପ୍ରେଲ ପହିଲାରୁ ୨୦୨୨ ମସିହାର ମାର୍ଚ୍ଚ ଶେଷ ସୁଦ୍ଧା ରହିଥିବା ଟ୍ୟାକ୍ସ ଛାଡ ) କରିବା ପାଇଁ ଏହି ଲାଞ୍ଚ ଟଙ୍କା ଆର.ଟି.ଓ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଦାବି କରିଥିଲେ । ଏହାପରେ ଗୁରୁବାର ଅପରାହ୍ନରେ ସରକାରୀ କାର୍ଯ୍ୟାଳୟ ପରିସରରେ ଉକ୍ତ ଲାଞ୍ଚ ଅର୍ଥକୁ ଗ୍ରହଣ କରିବା ପରେ କାର୍ଯ୍ୟାଳୟ ପରିସରରେ ରହିଥିବା ଷ୍ଟିଲ ଆଲମିରର ଲକର ମଧ୍ୟରେ ତାହାକୁ ରଖିଥିଲେ ।
ଏହା ବି ପଢନ୍ତୁ- ଜମି ମାପିବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ