ଓଡିଶା

odisha

ETV Bharat / state

କୋଣାର୍କରେ ଓଡ଼ିଶା ଟ୍ରାଭେଲ୍‌‌ ବଜାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ପଞ୍ଚମ ଓଡ଼ିଶା ଟ୍ରାଭେଲ୍‌‌ ବଜାର

Travel Bazaar 2024: କୋଣାର୍କରେ ଆରମ୍ଭ ହୋଇଛି ପଞ୍ଚମ ଓଡ଼ିଶା ଟ୍ରାଭେଲ ବଜାର । ଏହି ତିନି ଦିନିଆ ପ୍ରଦର୍ଶନୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Travel Bazaar 2024
Travel Bazaar 2024

By ETV Bharat Odisha Team

Published : Feb 8, 2024, 8:38 AM IST

Updated : Feb 8, 2024, 10:21 AM IST

ଓଡ଼ିଶା ଟ୍ରାଭେଲ୍‌‌ ବଜାର

ନିମାପଡ଼ା: କୋଣାର୍କରେ ଆରମ୍ଭ ହୋଇଛି ପଞ୍ଚମ ଓଡ଼ିଶା ଟ୍ରାଭେଲ ବଜାର । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘର ମିଳିତ ସହଯୋଗରେ ଏହି ଟ୍ରାଭେଲ ବଜାର ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌‌ଘାଟନ କରିଛନ୍ତି । ତେବେ ଏହି ତିନି ଦିନିଆ ପ୍ରଦର୍ଶନୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ୧୮ଟି ରାଜ୍ୟରୁ ପ୍ରାୟ ୭୦ ଡୋମେଷ୍ଟିକ୍‌‌ ଟୁର୍‌‌ ଅପରେଟର ଏବଂ ୧୬ଟି ଦେଶରୁ ୬୦ ଫରେନ୍‌‌ ଟୁର୍‌‌ ଅପରେଟର ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାର ଚୁକ୍ତିନାମା ହେବା ସହ ନିବେଶକ ଓ ଏୟାରଲାଇନ୍‌‌ ଅପରେଟରମାନଙ୍କ ମଧ୍ୟରେ ‘ବି ଟୁ ବି’ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ଓଟିଡିସିର ଅଧ୍ୟକ୍ଷ ଲେନିନ୍ ମହାନ୍ତି ସମଗ୍ର ବିଶ୍ୱରେ ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ ଏବଂ ସେମାନଙ୍କୁ ରାଜ୍ୟ ଟୁରିଜିମର ଅନୁଭୂତି ପାଇବାରେ ସାହାଯ୍ୟ କରିବା କ୍ଷେତ୍ରରେ ଓଡିଶା ଟ୍ରାଭେଲ ବଜାରର ମହତ୍ତ୍ୱ ସମ୍ପର୍କରେ କହିଥିଲେ । ଏହାଦ୍ୱାରା ଭ୍ରମଣ ସମୁଦାୟ ହେଉ କିମ୍ବା ନିବେଶକ ଦର୍ଶକଙ୍କ ନିକଟରେ ଓଡ଼ିଶାର ଦକ୍ଷ ପ୍ରଚାର ପ୍ରସାର ହୋଇପାରିବ ।

ଟୁର୍ ଅପରେଟର ଓ ଟ୍ରାଭେଲ ଏଜେଣ୍ଟ କିଭଳି ଅନେକ ବ୍ୟବସାୟ ସୁଯୋଗକୁ ସକ୍ଷମ କରିବ ଏବଂ ଭ୍ରମଣ ସମୁଦାୟ ପାଇଁ ଉତ୍ସାହଜନକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଓ ଅନୁଭୂତିର ଏକ ଶୃଙ୍ଖଳା ପ୍ରଦାନ କରିବ ସେ ସମ୍ପର୍କରେ କହିଥିଲେ । ଓଡ଼ିଶା ଟ୍ରାଭେଲ ବଜାରର ଏହି ୫ମ ସଂସ୍କରଣ କେବଳ ସାରା ବିଶ୍ୱର ଭ୍ରମଣ ଏବଂ ପର୍ଯ୍ୟଟନ ଶିଳ୍ପର ଅଂଶୀଦାରମାନଙ୍କ ସହ ବାର୍ତ୍ତାଳପ କରିବା ପାଇଁ ନୁହେଁ ବରଂ ସେମାନଙ୍କୁ ଆମର ଉତ୍ପାଦକୁ ଅନୁଭବ କରାଇବା ପାଇଁ ଏକ ପ୍ଲାଟଫର୍ମ । ଯାହାଦ୍ୱାରା ସେମାନେ ଆମ ରାଜ୍ୟକୁ ଦକ୍ଷତାର ସହ ଉଦ୍ଦିଷ୍ଟ ଦର୍ଶକଙ୍କ ନିକଟରେ ମାର୍କେଟିଂ କରିପାରିବେ ବୋଲି କହିଥିଲେ । ଏହି ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କ ନେତୃତ୍ୱରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାର ଉନ୍ମୋଚନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ

ଏହି ଅଧିବେଶନରେ ସ୍ୱସ୍ତି ଗ୍ରୁପ ସିଏମଡି ଡ. ଜେ.କେ ମହାନ୍ତି, ଆଟମୋସଫିୟର ହୋଟେଲ ଆଣ୍ଡ ରିସୋର୍ଟସର ସୌଭାଗ୍ୟ ମହାପାତ୍ର, କାମତ ହୋଟେଲର ନିର୍ଦ୍ଦେଶକ ବିଶାଲ କାମତ, ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ମନୋଜ କୁମାର ଗୌଡ଼, ଏଟି ସିଜନ୍ସ ଆଣ୍ଡ ଭେକେସନ ଆଇଏଟିଓ ବେଲଗଡ଼ିଆ ପ୍ୟାଲେସର ନିର୍ଦ୍ଦେଶିକା ମୃଣାଲିକା ଭଞ୍ଜଦେଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଲେନିନ ମହାନ୍ତି ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଆଇଏଏସ ସଚିନ ଆର ଯାଦବ ଇକୋ ରିଟ୍ରିଟ୍ କୋଣାର୍କଠାରେ ବି୨ବି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିରେ ଆସାମ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଆଦି ସହରର ୭୦ ଜଣ କ୍ରେତା ଅଂଶଗ୍ରହଣ କରିଥିଲେ । ଏଥିରେ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ, ଗଠନମୂଳକ ବି୨ବି ବୈଠକ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ନିମାପଡା

Last Updated : Feb 8, 2024, 10:21 AM IST

ABOUT THE AUTHOR

...view details