ଓଡିଶା

odisha

‘ମୋଦିର ଆଶା, ସାରା ଭାରତ କହିବ ସୁନାର ଓଡ଼ିଶା’ - odisha golden state

By ETV Bharat Odisha Team

Published : Sep 17, 2024, 9:21 PM IST

odisha to be golden state: ଓଡ଼ିଶାର ବିକାଶ କେନ୍ଦ୍ର ସରକାର ପାଇଁ ପ୍ରାଥମିକତା । 10 ବର୍ଷ ତଳେ ଯେତିକି ଅର୍ଥ ମିଳୁଥିଲା, ଏବେ ତା ଠାରୁ 3 ଗୁଣ ଅଧିକ ମିଳୁଛି । ଆୟୁଷ୍ମାନ ଯୋଜନାର ଲାଭ ମଧ୍ୟ ଓଡ଼ିଶାରେ ମିଳିବ । 70 ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ପାଇଁ 5 ଲକ୍ଷ ସହାୟତା ମିଳିବ । ଅଧିକ ପଢନ୍ତୁ

odisha golden state
odisha golden state (ETV Bharat Odisha)

ଭୁବନେଶ୍ବର:ଆଗାମୀ ଦିନରେ ସମସ୍ତେ କହିବେ ସୁନାର ଓଡ଼ିଶା । ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ । ଓଡ଼ିଶାରେ କଣ ନାହିଁ ବୋଲି ପଚାରିଲେ ପ୍ରଧାନମନ୍ତ୍ରୀ । ବିକାଶ ପାଇଁ ଓଡିଶାରେ ସବୁ ଅଛି କହିଲେ ମୋଦି । ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇରହିଛି । ୫ ବର୍ଷରେ ଓଡ଼ିଶାରେ ରେଲ୍‌ ଓ ରୋଡ୍‌କୁ ନୂଆ ସୋପାନକୁ ନେବୁ । ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ । ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ । ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳିବ । ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ । ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ । ମୋଦି ତା ଗ୍ୟାରେଣ୍ଟି ପୂରା କରି ଦେଖାଉଛି ବୋଲି ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ଜନତା ମଇଦାନରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

odisha golden state (ETV Bharat Odisha)

ସବୁ ଅପେକ୍ଷାରେ ହେଲା ଅନ୍ତ । ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ରାଜଧାନୀର ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ସିଧା ଗାଡ଼କଣ ଗାଁକୁ ଯାଇଥିଲେ । ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି ।

odisha golden state (ETV Bharat Odisha)
ଏହା ବି ପଢନ୍ତୁ- କ୍ଷୀରି ଖାଇଲେ, ମା'ଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ମୋଦି - Modi treated to kheeri


ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ-
ଏହାପରେ ଭୁବନେଶ୍ୱର ଜନତମଇଦାନ ଠାରେ ଆୟୋଜିତ ସମାରୋହରେ ଯୋଗଦେଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୫ ଲକ୍ଷ୍ୟ ୧୧ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ପଠାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଜନତା ମଇଦାନରୁ ନିଜର ଅଭିଭାଷଣ ଦେଇଛନ୍ତି । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଓଡ଼ିଶାରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ, ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ଅଗ୍ରୀମ ହାର୍ଦ୍ଦିକ ଶୁଭେଚ୍ଛା ।

ଏହା ବି ପଢନ୍ତୁ-ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ଅଛି-

ଓଡ଼ିଶାର ବିକାଶ କେନ୍ଦ୍ର ସରକାର ପାଇଁ ପ୍ରାଥମିକତା । 10 ବର୍ଷ ତଳେ ଯେତିକି ଅର୍ଥ ମିଳୁଥିଲା, ଏବେ ତା ଠାରୁ 3 ଗୁଣ ଅଧିକ ମିଳୁଛି । ଆୟୁଷ୍ମାନ ଯୋଜନାର ଲାଭ ମଧ୍ୟ ଓଡ଼ିଶାରେ ମିଳିବ । 70 ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ପାଇଁ 5 ଲକ୍ଷ ସହାୟତା ମିଳିବ । ଆଦିବାସୀ ମାନଙ୍କ ବିକାଶ ପାଇଁ ଅଲଗା ମନ୍ତ୍ରଣାଳୟ ତିଆରି ହୋଇଛି । ଆଗାମୀ 5 ବର୍ଷରେ ରେଳ ଓ ଜାତୀୟ ରାଜପଥ କ୍ଷେତ୍ରରେ ଓଡ଼ିଶା ସମୃଦ୍ଧ ହେବ । ସେହିଭଳି ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । 1 କୋଟି ଘର ପାଇଁ 10 ଲକ୍ଷ କୋଟି ବ୍ୟୟବରାଦ । ସେହିପରି 26 ଲକ୍ଷ ଆବାସ ହିତାଧିକାରୀଙ୍କ ଗୃହ ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । 10 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ 3180 କୋଟି ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ-ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା କନେକ୍ସନ,ଓଡିଆ ଅସ୍ମିତାରୁ ସରକାର ଗଠନ, ଜନ୍ମଦିନରେ 'ସୁଭଦ୍ରା' ଭେଟି - PM Modi odisha connection


ଦେଶ ବାସୀଙ୍କୁ ବିଶ୍ଵକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ ମୋଦି-
"ଏଭଳି ପବିତ୍ର ଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୌଭାଗ୍ୟ ମିଳିଲା । ସ୍ଵୟଂ ଇନ୍ଦ୍ର ଦେବତା ଆଶୀର୍ବାଦ ଦେବା ପାଇଁ ଆସିଲେ । ଦେଶର 30 ଲକ୍ଷ ରୁ ଅଧିକ ଲୋକଙ୍କୁ ପକ୍କା ଘର ଦିଆଗଲା । 26 ଲକ୍ଷ ଘର ଦେଶର ଗାଁ ଗୁଡିକରେ ଓ 4 ଲକ୍ଷ ଘର ସହର ମାନଙ୍କରେ ଦିଆଯାଇଛି । ଓଡ଼ିଶାରେ ବିଜେପି ନେତୃତ୍ୱରେ ନୂଆ ସରକାର ହେବା ସମୟରେ ଶପଥ ଗ୍ରହଣ ସମାରୋହରେ ଆସିଥିଲି । ତାପରେ ଏହା ମୋର ପ୍ରଥମ ଗସ୍ତ । ନିର୍ବାଚନ ବେଳେ କହିଥିଲି, ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶା ନୂଆ ବିକାଶର ଶିଖରରେ ପହଞ୍ଚିବ । ଯେଉଁ ସ୍ବପ୍ନ ମା ଓ ଭଉଣୀ ମାନେ ଦେଖିଥିଲେ, ଯୁବକ ମାନେ ଦେଖିଥିଲେ, ସବୁ ସ୍ବପ୍ନ ପୂରଣ ହେବ ବୋଲି ବିଶ୍ୱାସ ଅଛି । ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ସବୁ ପ୍ରତିଶ୍ରୁତି ଅଭୂତପୂର୍ବ ଗତିରେ ପୂରଣ ହେଉଛି । ଆମେ ଆଗରୁ କହିଥିଲୁ ଶ୍ରୀମନ୍ଦିର ଚାରି ଦ୍ଵାରା ଖୋଲିଲା, ରତ୍ନଭଣ୍ଡାର ଖୋଲିଲା । ଦିନ ରାତି ବିଜେପି ସରକାର କାମ କରୁଛି । ସବୁ ମନ୍ତ୍ରୀ ମାନଙ୍କ ନେତୃତ୍ୱରେ ସରକାର ଲୋକଙ୍କ ପାଖକୁ ଯାଉଛି, ସମସ୍ୟା ସମାଧାନ ଲାଗି ପ୍ରୟାସ କରୁଛନ୍ତି । ପୁରା ମନ୍ତ୍ରୀ ଟିମକୁ ପ୍ରଶଂସା କଲେ ମୋଦି । ଆଜି କେନ୍ଦ୍ରର ଏନଡିଏ ସରକାରର 100 ଦିନ ପୂରଣ ହେଉଛି । ଗରିବ, କୃଷକ, ଯୁବକ ଏବଂ ନାରୀ ଶକ୍ତିର ସଶକ୍ତିକରଣ ପାଇଁ ବଡ ବଡ ନିଷ୍ପତି ନିଆଯାଇଛି । ଗତ 100 ଦିନ ଭିତରେ 3 କୋଟି ଗରିବଙ୍କ ପାଇଁ ପକ୍କା ଘର ତିଆରି ହେବ," ବୋଲି କହିଛନ୍ତି ପିଏମ ମୋଦି ।

ଏହା ବି ପଢନ୍ତୁ-ଗାଡକଣରେ ଘର ବାଣ୍ଟିଲେ ମୋଦି, ଜନ୍ମଦିନରେ ଖାଇଲେ କ୍ଷୀରି - PM Modi At Gadakana Sabar Sahi


ସେହିପରି ଯୁବକଙ୍କ ପାଇଁ ପିଏମ ପ୍ୟାକେଜ ଘୋଷଣା-
ଘରୋଇ କମ୍ପାନୀରେ ଯୁବକଙ୍କ ପ୍ରଥମ ଦରମା ସରକାର ଦେବେ । 75 ହଜାର ନୂଆ ମେଡିକାଲ ସିଟ ଖୋଲାଯିବ । ବଜେଟରେ ଜନଜାତିଙ୍କ ପାଇଁ ଦୁଇ ଗୁଣ ବୃଦ୍ଧି କରାଯାଇଛି । 60 ହଜାର ଆଦିବାସୀ ଗାଁ ପାଇଁ ଯୋଜନା ଘୋଷଣା କରିଛି । ସରକାରୀ କର୍ମଚାରୀ ମାନଙ୍କ ପାଇଁ ପେନସନ୍ ଯୋଜନାର ଘୋଷଣା କରାଯାଇଛି । ଦୋକାନୀ ଓ ମଧ୍ୟମ ବର୍ଗ ଉଦ୍ୟୋଗୀ ମାନଙ୍କ ପାଇଁ ଆୟକର ହ୍ରାସ କରାଯାଇଛି । 11 ଲକ୍ଷ ନୂଆ ଲକ୍ଷପତି ଦିଦି ତିଆରି ହୋଇଛନ୍ତି । ଖରିଫ ଫସଲରେ ଏମଏସପି ବୃଦ୍ଧି କରାଯାଇଛି । 2 ଲକ୍ଷ କୋଟିର ଲାଭ ହେବ କୃଷକ ମାନଙ୍କୁ । ମହିଳାଙ୍କ ଉନ୍ନତି, ବଢୁଥିବା ସାମର୍ଥ୍ୟ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ । ଓଡ଼ିଶାର 1 କୋଟିରୁ ଅଧିକ ମହିଳାଙ୍କୁ ଲାଭ ମିଳିବ । 50 ହଜାର ଟଙ୍କାର ସହାୟତା ମିଳିବ । ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ ପଇସା । ସୁଭଦ୍ରା ଯୋଜନା ମା ଓ ଭଉଣୀ ମାନଙ୍କୁ ସଶକ୍ତ କରୁ । ମାଆ ସୁଭଦ୍ରାଙ୍କ ନିକଟରେ ଏହା ମୋର ପ୍ରାର୍ଥନା ।

ପ୍ରଧାନମନ୍ତ୍ରୀ ପ୍ରଥମେ ଗାଡକଣ ଯାଇଥିଲେ ସେଠାରେ ପିଏମ୍ ଆବାସ ହିତାଧିକାରୀଙ୍କ ଘରେ ଖିରି ଖାଇବା ମୋ ମା’ କଥା ମାନେ ପକାଇ ଦେଉଛି । ଜଣେ ଆଦିବାସୀ ମା ମୋତେ ଖିରି ଖୁଆଇ ଆଶୀର୍ବାଦ ଦେଲେ । ସେ କଥାକୁ ଦୋହରାଇଥିଲେ।

ABOUT THE AUTHOR

...view details