କଟକ:ଓଡି଼ଶାରେ ଭିଜିଲାନ୍ସ ରେଡ୍ ମାମଲାରେ ତଥ୍ୟ ମାଗିଲେ SIT। ଚଢାଉ ହୋଇଥିବା 20 ଅଧିକାରୀଙ୍କ ତଥ୍ୟ ମାଗିଛନ୍ତି SIT। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ SIT ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପଶାୟତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କଳାଧନ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ଉପାଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
ଭିଜିଲାନ୍ସ ଜାଲରେ ବଡ଼ ବଡ଼ ସରକାରୀ ବାବୁ, କାହିଁକି 20 ଜଣଙ୍କ ତଥ୍ୟ ମାଗିଲା SIT? - SIT Seeks Black Money Reports - SIT SEEKS BLACK MONEY REPORTS
SIT Seeks Black Money Reports: ଭିଜିଲାନ୍ସ ରେଡ୍ ମାମଲାରେ ତଥ୍ୟ ମାଗିଛି SIT। କଳାଧନ ମାମଲାରେ ଗିରଫ ହୋଇଥିବା ୨୦ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ବାବଦରେ SIT ତଥ୍ୟ ମାଗିଛି । କାରଣ ଜାଣନ୍ତୁ ।
Published : Aug 19, 2024, 9:36 PM IST
କେବେ ଦାଖଲ କରିବେ ତଥ୍ୟ?
ଆସନ୍ତା ୨୮ ତାରିଖରେ କଟକରେ ଆୟୋଜିତ ହେବ SIT ବୈଠକ । ଏଥିରେ ହାଜର ହୋଇ ତଥ୍ୟ ରଖିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଉପାଧ୍ୟକ୍ଷ। ଏହି ବୈଠକରେ CBI, IT, ED କଷ୍ଟମ, ଡାଇରେକ୍ଟ ଟାକ୍ସ ଅଧିକାରୀ ଯୋଗ ଦେବେ। ସେହିପରି ଓଡିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ବି ଯୋଗଦେବେ।
କାହିଁକି ଏପରି ତଥ୍ୟ ମାଗିଲେ SIT?
ଉପାଧ୍ୟକ୍ଷଙ୍କ ଏପରି ନିର୍ଦ୍ଦେଶନାମା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଗତ କିଛି ଦିନ ହେବ ରାଜ୍ୟରେ ଭିଜିଲାନ୍ସ ପୂରା ଆକ୍ଟିଭ ମୋଡରେ ଅଛି। ଅନେକ ବଡ଼ ବଡ଼ ସରକାରୀ ଅଧିକାରୀଙ୍କୁ ବାନ୍ଧିଛି ବିଭାଗ। ଯେଉଁ ଅଧିକାରୀମାନେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ, ସେମାନଙ୍କ ବାସଭବନରେ ଚଢ଼ାଉ କରି କରାଯାଇଥିଲା। ଯଦିଓ ପୂର୍ବରୁ ଭିଜିଲାନ୍ସ ଅଧିକାରୀମାନେ ଯେଉଁ ଦୁର୍ନୀତିଖୋର ସରକାରୀ ବାବୁମାନଙ୍କୁ ବାନ୍ଧିଛନ୍ତି ସେମାନଙ୍କ ତୁଳନାରେ ବର୍ତ୍ତମାନ ଗିରଫ ହେଉଥିବା ବାବୁମାନଙ୍କ ସମ୍ପତ୍ତି ବହୁତ ଅଧିକ। ଏପରିକି କୋଟିକୋଟି ଟଙ୍କା କେଉଁଠାରୁ ଆସିଲା ତାହାର ବି ସଠିକ ତଥ୍ୟ ଗିରଫ ବାବୁମାନେ ଦେଇ ପାରୁନାହାନ୍ତି। ଏପରିକି କୋଟିକୋଟି ଟଙ୍କା, ସୁନା ଆଉ ସମ୍ପତ୍ତି ଆୟ ଠାରୁ ୧ ହଜାର ପ୍ରତିଶତ ଅଧିକ ଥିବା ଭଳି ଘଟଣା ମଧ୍ୟ ସାମନାକୁ ଆସିଛି। ଏହାକୁ SIT ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ନିଆଯାଇ ଆଲୋଚନା କରାଯିବ। ସେଥିପାଇଁ ଏହାର ତଥ୍ୟ ମାଗିଛନ୍ତି SIT ଉପାଧକ୍ଷ।
ନିକଟରେ ରେଡ୍ ହୋଇଥିବା ଆୟବହିର୍ଭୁସ ସମ୍ପତ୍ତି ମାମଲା:
ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ OBCC ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଦୀର୍ଘ ଦିନ ଧରି ଭିଜିଲାନ୍ସ ରାଡ଼ାରରେ ରହିବା ପରେ ଲାଞ୍ଚ ନେଇଥିବାବେଳେ ଧରାପଡିଥିଲେ ସେ। ଭୁବନେଶ୍ୱର ସମେତ ଢେଙ୍କାନାଳ , ଯାଜପୁର ଜିଲ୍ଲାରେ ରହିଥିବା ବାସଭବନରେ ଚଢ଼ାଉ ସମୟରେ ଅନେକ ପ୍ରମାଣ ଭିଜିଲାନ୍ସ ଟିମର ହସ୍ତଗତ ହୋଇଥିଲା । ଭିଜିଲାନ୍ସ ଏସପି ସୁଧାଂଶୁ ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରଦୀପ ରଥ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ । 33 ବର୍ଷର ଚାକିରୀ ମଧ୍ୟରେ 14 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କଠାରୁ ମୋଟ 14 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇ ଥିବାବେଳେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।
ଏହା ବି ପଢନ୍ତୁ...ଦୁର୍ନୀତିଖୋରଙ୍କ ଉପରେ ‘ମୋହନ’ ପ୍ରହାର: ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଓ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ନିଲମ୍ବିତ - Odisha Zero Tolerance Policy
ଏତେ ସମ୍ପତି ଆସିଲା କେଉଁଠୁ?
ଭିଜିଲାନ୍ସ ଏସ୍ପିଙ୍କ ସୂଚନା ମୁତାବକ, ପ୍ରଦୀପଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମାରାଶି, 50ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ାଉ କରି ଥିବାବେଳେ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। 1991 ମସିହାରେ ମାସିକ ମାତ୍ର 2 ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ ପ୍ରଦୀପ କୁମାର ରଥ। 1999 ମସିହାରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ସ୍ଥାୟୀ ହେବା ପରେ ସେ ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରିଥିଲେ । 2001 ପଦୋନ୍ନତି ପାଇ 2022 ମସିହାରେ ଓବିସିସିର ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ।
ଇଟିଭି ଭାରତ, କଟକ