ଓଡିଶା

odisha

ETV Bharat / state

ଆରମ୍ଭ ହେଲାଣି ଯୁକ୍ତ ଦୁଇ ପାଠ ପଢା, ହେଲେ ଖାଲି ପଡିଛି ଦେଢ ଲକ୍ଷ ସିଟ୍

ଆରମ୍ଭ ହେଲାଣି ଯୁକ୍ତ ଦୁଇ ପାଠ ପଢା । ହେଲେ ପୂରଣ ହୋଇପାରିଲା ନାହି ସିଟ । ସିଟ ପୂରଣ ପାଇଁ ୨୨ରୁ ଆରମ୍ଭ ୩ୟ ପର୍ଯ୍ୟାୟ ନାମଲେଖା ଆବେଦନ ।

By ETV Bharat Odisha Team

Published : 6 hours ago

Etv Bharat
Etv Bharat (Etv Bharat)

ଭୁବନେଶ୍ୱର:ରାଜ୍ୟରେ ଯୁକ୍ତ ଦୁଇ ରେ ଖାଲି ପଡିଛି ଏକ ଲକ୍ଷ ୩୦ ହଜାର ସିଟ । ବିଭିନ୍ନ ବିଭାଗରେ ଖାଲି ପଡିଛି ସିଟ ସଂଖ୍ୟା । ହେଲେ ଏପଟେ ଦୁଇ ମାସ ହେଲା ଯୁକ୍ତ ଦୁଇ ପାଠ ପଢା ଆରମ୍ଭ ହେଲାଣି କିନ୍ତୁ ସିଟ ପୁରଣ ପାଇଁ ଏବେବି ଚାଲିଛି ପ୍ରୟାସ । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ। ତେବେ ଏନେଇ ୩ଯ ପର୍ଯ୍ୟାୟ ନାମଲେଖା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିଷ୍ପତି ନେଇଛି। ଏପଟେ ପ୍ରତିବର୍ଷ ରାଜ୍ୟରେ ଯୁକ୍ତ ଦୁଇ କଲେଜ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସନ ପୂରଣ ନହେବା ଏବେ ଚିନ୍ତାର ବିଷୟ ହୋଇଛି।



୩ୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ:-
"ଯୁକ୍ତ ଦୁଇ ୩ୟ ପର୍ଯ୍ୟାୟ ନାମଲେଖା ଆବେଦନ କୁ ନେଇ ସାମ୍ସ ନିଷ୍ପତ୍ତି ନେଇଛି । ତେବେ ଆସନ୍ତା ୨୨ ତାରିଖ ପୂର୍ବାହ୍ନ ୧୧ ଟା ସମାୟାରେ ସାମ୍ସ ୱେବସାଇଟରେ କମନ୍ ଆପ୍ଲିକେସନ୍‌ ଫର୍ମ ଉପଲବ୍ଧ କରାଯିବ । ୨୭ ତାରିଖ ରାତି ୧୧ ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ର ଛାତ୍ରୀ । ତେବେ ନଭେମ୍ବର ୧ ତାରିଖ ଦିନ ସାଢ଼େ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀ ନଭେମ୍ବର ୨ ତାରିଖରୁ ୫ ତାରିଖ ମଧ୍ୟରେ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ। ସେହିପରି ନଭେମ୍ବର ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟରୁ ମନୋନୀତ ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇପାରିବେ," ବୋଲି ସାମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

plus two seats vacancy (ETV Bharat Odisha)

ଏହା ବି ପଢନ୍ତୁ- BSE: ସହଜ ହେଲା +2 ନାମଲେଖା, SAMSକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ - Student Data On SAMS

ଏହା ବି ପଢନ୍ତୁ- ଯୁକ୍ତ ତିନି ନାମଲେଖା; ବଦଳିଲା ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ନିୟମ, ଛାତ୍ରଛାତ୍ରୀଙ୍କ ହାତରେ ଆଉ ଦୁଇ ଦିନ - plus three admission Phase two

ଏହା ବି ପଢନ୍ତୁ- B Ed:ଆରମ୍ଭ ହେଲା ଇଣ୍ଟିଗ୍ରେଟେଡ ବିଏଡ ଆଡମିସନ, ସେପ୍ଟେମ୍ବର ୨୬ରୁ ପାଠପଢ଼ା - INTEGRATED BEd ADMISION

ଏହା ବି ପଢନ୍ତୁ- ଆଜିଠାରୁ ପିଜି ନାମଲେଖା: ସେପ୍ଟେମ୍ବର ୧୮ରୁ ପାଠପଢା, ପ୍ରଥମ ମେଧା ତାଲିକାରେ ମନୋନୀତ ହେଲେ ୨୧ ହଜାର ୬୩୫ - PG Admission starts



କୌଣସି ସଂରକ୍ଷଣକୁ ବିଚାରକୁ ନିଆଯିବ ନାହି:-
"ଆବେଦନକାରୀମାନେ ଉଚ୍ଚ ବିଦ୍ୟାଳୟ ସାର୍ଟିଫିକେଟ୍ (HSC) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏପଟେ ଯୁକ୍ତ ଦୁଇ ପାଇଁ ଖାଲି ରହିଥିବା ସିଟ୍ ପାଇଁ କୌଣସି ସଂରକ୍ଷଣ ଦାବିକୁ ବିଚାର କରାଯିବ ନାହିଁ। ଏପଟେ ଅନେକ ବିଭାଗରେ ସିଟ ଖାଲି ପଡିଥିବା ନଜରକୁ ଆସିଛି," ବୋଲି କହିଛନ୍ତି ସାମ୍ସ।

plus two seats vacancy (ETV Bharat Odisha)



ନାମଲେଖାଇବା ପାଇଁ କଣ ରହିଛି ନିୟମ:-
ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇ ପାରିନଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ଯୋଗ୍ୟ ହେବେ । ଏହାସହ ପୂର୍ବରୁ ମନୋନୀତ ହୋଇ ନାମ ଲେଖାଇନଥିବା ଏବଂ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ନାମଲେଖା ନିମନ୍ତେ ମନୋନୀତ ହୋଇନଥିବା ଛାତ୍ରଛାତ୍ରୀଙ୍କୁ ଏହି ପର୍ଯ୍ୟାୟରେ ସୁଯୋଗ ମଧ୍ୟ ମିଳିବ।ପ୍ରଥମ ପର୍ଯ୍ୟାୟ ଏବଂ ଦିତୀୟ ପର୍ଯ୍ୟାୟ ସମୟରେ ଆବେଦନ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ସାଧାରଣ ଆବେଦନ ଫର୍ମ (CAF)କୁ ଏଡିଟ୍ ମଧ୍ୟ କରିପାରିବେ । ଏବ ନିଜ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଆବେଦନ କରିପାରିବେ ।



ବାଢୁଛି କଲେଜ କିନ୍ତୁ ଖାଲି ପଡୁଛି ସିଟ ସଂଖ୍ୟା:-
ସାମ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୩୭୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ତେବେ ଏଥିରେ ମୋଟ୍ ୫ ଲକ୍ଷ ୫୯ ହଜାର ୬୪୫ ଆସନ ରହିଛି। ତେବେ ସେଥିମଧ୍ୟରୁ ଏପର୍ଯ୍ୟନ୍ତ ଯୁକ୍ତ ଦୁଇ ରେ ନାମଲେଖାଇଛନ୍ତି ୪ ଲକ୍ଷ ୨୬ ହଜାର ୫୬। ତେବେ ବାକି ୧ ଲକ୍ଷ ୩୩ ହଜାର ୪୮୯ ସିଟ ଖାଲି ପଡ଼ିଛି । ଖାଲି ପଡିଥିବା ସିଟ ମଧ୍ୟରୁ କଳା ବିଭାଗରେ ୪୪ ହଜାର ୧୪୪, ବିଜ୍ଞାନରେ ୬୫ ହଜାର ୭୧୯, ବାଣିଜ୍ୟରେ ୧୫ ହଜାର ୫୪୮ ସଂସ୍କୃତରେ ୩ ହଜାର ୫୦୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୭୭ ସିଟ ଖାଲି ରହିଛି ।

ABOUT THE AUTHOR

...view details