ଓଡିଶା

odisha

By ETV Bharat Odisha Team

Published : Mar 17, 2024, 9:43 AM IST

Updated : Mar 17, 2024, 10:55 AM IST

ETV Bharat / state

ପାରଦର୍ଶୀ ପୋର୍ଟାଲରେ ତ୍ରୁଟି, ଅନେକ ସ୍କୁଲର ରେଜିଷ୍ଟ୍ରେସନ ନଥିବା ଅଭିଯୋଗ

Error in Paradrashi Portal: ପାରଦର୍ଶୀ ପୋର୍ଟାଲରେ ଅନେକ ସ୍କୁଲର ରେଜିଷ୍ଟ୍ରେସନ ନଥିବା ଅଭିଯୋଗ । ଅବ୍ୟବସ୍ଥାରେ ଚାଲିଛି 25 ପ୍ରତିଶତ ମାଗଣା ସିଟରେ ଆଡମିଶନ । ଓଡ଼ିଶା ଅଭିଭାବକ ମହାସଂଘର ଆମରଣ ଅନଶନ । ଅଧିକ ପଢନ୍ତୁ

Odisha Parents Federation
Odisha Parents Federation

Odisha Parents Federation

ଭୁବନେଶ୍ୱର: ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଥିବା ଅଭିଯୋଗ । ପୋର୍ଟାଲରେ ଅନେକ ସ୍କୁଲର ରେଜିଷ୍ଟ୍ରେସନ ନାହିଁ । ଏପରିକି ଅବ୍ୟବସ୍ଥାରେ ଚାଲିଛି 25 ପ୍ରତିଶତ ମାଗଣା ସିଟରେ ଆଡମିଶନ । ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କର ବଡ଼ ବଡ଼ ସ୍କୁଲ ମାଲିକଙ୍କ ସହ ମୁନାଫାକାରୀ ମଧୁଚନ୍ଦ୍ରିକା ଓ ବିଭାଗୀୟ ଅଯୋଗ୍ୟତା ପାଇଁ 30 ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ମାଗଣା ସିଟରେ ନାମ ଲେଖାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଏପରି ଅଭିଯୋଗ ଆଣି ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଅଭିଭାବକ ମହାସଂଘ ଧାରଣା ଦେଇଛି । ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ 500ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ଶନିବାର ଆମରଣ ଅନଶନରେ ବସିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ, ଶିକ୍ଷା ନିର୍ଦ୍ଦେଶାଳୟକୁ ଘେରିଲା ଅଭିଭାବକ ମହାସଂଘ

ଓଡ଼ିଶା ଅଭିଭାବକ ମହାସଂଘ କହିଛି ଯେ, ଗତବର୍ଷ ପାରଦର୍ଶୀ ପୋର୍ଟାଲରେ 4264 ବେସରକାରୀ ସ୍କୁଲ୍ ପଞ୍ଜିକରଣ ହୋଇଥିଲା । ଏହାର ସିଟ୍ ସଂଖ୍ୟା ପ୍ରାୟ 60 ହଜାରରୁ ଊର୍ଦ୍ଧ୍ୱ ଥିଲା । ଯାହାଫଳରେ 18 ହଜାରରୁ ଊର୍ଦ୍ଧ୍ୱ ପାଖାପାଖି ପିଲା ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର 3250ଟି ବେସରକାରୀ ସ୍କୁଲ ପଞ୍ଜିକରଣ କରିଛନ୍ତି l ଯାହାର ସିଟ୍ ସଂଖ୍ୟା ମାତ୍ର 40 ହଜାର ମଧ୍ୟରେ ରହିଛି । ଗତ ବର୍ଷ 60 ହଜାରରୁ ଊର୍ଦ୍ଧ୍ବ ରହିଥିବା ବେଳେ ଚଳିତ ବର୍ଷ ଅଧାରୁ ଅଧିକ ସିଟ୍ କମିଯାଇଛି। ଯାହାଫଳରେ ଏ ବର୍ଷ ମାଗଣା ସିଟରେ ଗରିବ ଅନାଗ୍ରସର ଶ୍ରେଣୀର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏକ କିକବ୍ୟାକ ହେବ । ସୋମବାର ପରେ ଓସେପା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହିଛି l ସେହିଦିନ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ କରିବେ ।


ଏପଟେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୧୦ ମସିହାରୁ ଶିକ୍ଷା ଅଧିକାର ଅଧିନିୟମ (ଆର୍‌ଟିଇ) କାର୍ଯ୍ୟକାରୀ କରାଯାଉଛି । ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ଓଡ଼ିଆ/ଇଂରାଜୀ ମାଧ୍ୟମିକ ଘରୋଇ ବିଦ୍ୟାଳୟଗୁଡ଼ିକରେ ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ମାଗଣା ନାମଲେଖା ପାଇଁ ବ୍ୟବସ୍ଥା କରାଯାଇଛି । ଯାହା ୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଥାଏ । ସେମାନଙ୍କୁ ପାଠପଢା କ୍ଷେତ୍ରରେ ମାଗଣାରେ ଶିକ୍ଷାଦାନ ଦିଆଯାଉଛି । ଉକ୍ତ ଘରୋଇ ବିଦ୍ୟାଳୟମାନଙ୍କୁ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ପୂରଣ ଖର୍ଚ୍ଚ ଯୋଗାଇ ଦିଆଯାଉଛି ।

ତେବେ ବିଗତ ବର୍ଷ ସୁଦ୍ଧା ପ୍ରାୟତଃ ୪୩ ହଜାର ପିଲା ମାଗଣାରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ୨୦୨୨-୨୩ରେ ପ୍ରତ୍ୟେକ ପିଲାଙ୍କ ପାଇଁ ବାର୍ଷିକ ହାରରେ ସର୍ବାଧିକ ୨୨ ହଜାର ୨୩୯ ଟଙ୍କା ଖର୍ଚ୍ଚ ହୋଇଛି । ସେଥିରେ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ ଆଦି ଯୋଗାଇ ଦିଆଯାଉଛି । ଯାହାକି ଭାରତର ସର୍ବାଧିକ ପଇସା ପୈଠ କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ ଓଡ଼ିଶା ।

ସୂଚନା ମୁତାବକ,୨୦୧୪-୧୫ ଠାରୁ ୨୦୨୨-୨୩ ମସିହା ପର୍ଯ୍ୟନ୍ତ ଆର୍‌ଟିଇରେ ପ୍ରାୟତଃ ୨୪ କୋଟି ୨୯ ଲକ୍ଷ ୪୫ ହଜାର ୨୦୪ ଟଙ୍କା ବେସରକାରୀ ବିଦ୍ୟାଳୟମାନଙ୍କୁ ପ୍ରଦାନ କରାଯାଇଛି । ତେବେ ଚଳିତ ବର୍ଷ ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଏ ପର୍ଯ୍ୟନ୍ତ ୩୪ ହଜାର ୪୪୬ଟି ସଂରକ୍ଷିତ ସ୍ଥାନ ପାଇଁ ୨ ହଜାର ୮୦୫ ବେସରକାରୀ ବିଦ୍ୟାଳୟ ପଞ୍ଜିକରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ହଜାର ୨୫୨ ପିଲା ଉକ୍ତ ପୋର୍ଟାଲ ମାଧ୍ୟମରେ ଆବେଦନ କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 17, 2024, 10:55 AM IST

ABOUT THE AUTHOR

...view details