ଓଡିଶା

odisha

ETV Bharat / state

ଶଙ୍ଖ ଛାଡିଲେ ପଦ୍ମ ଧରିଲେ ବ୍ରାହ୍ମଣବାଟି ସରପଞ୍ଚ ସଞ୍ଜୟ, ନିଆଳି ଦଖଲ ପାଇଁ ବିଜେପିର ସଂକଳ୍ପ - KANTAPADA BJP MEETING - KANTAPADA BJP MEETING

NIALI ASSEMBLY CONSTITUENCY: ନିଆଳିରେ ବଳ ଗୋଟାଉଛି ବିଜେପି । ବିଜେଡି ଛାଡି ବିଜେପିରେ ମିଶିଲେ ନାହାଳପୁର ଓ ବ୍ରାହ୍ମଣବାଟି ପଞ୍ଚାୟତର ଶତାଧିକ କର୍ମୀ । ଅଧିକ ପଢନ୍ତୁ

ଶଙ୍ଖ ଛାଡିଲେ ପଦ୍ମ ଧରିଲେ ବ୍ରାହ୍ମଣବାଟି ସରପଞ୍ଚ ସଞ୍ଜୟ, ନିଆଳି ଦଖଲ ପାଇଁ ବିଜେପିର ସଂକଳ୍ପ
ଶଙ୍ଖ ଛାଡିଲେ ପଦ୍ମ ଧରିଲେ ବ୍ରାହ୍ମଣବାଟି ସରପଞ୍ଚ ସଞ୍ଜୟ, ନିଆଳି ଦଖଲ ପାଇଁ ବିଜେପିର ସଂକଳ୍ପ (ETV Bharat Odisha)

By ETV Bharat Odisha Team

Published : May 11, 2024, 9:36 PM IST

ଶଙ୍ଖ ଛାଡିଲେ ପଦ୍ମ ଧରିଲେ ବ୍ରାହ୍ମଣବାଟି ସରପଞ୍ଚ ସଞ୍ଜୟ, ନିଆଳି ଦଖଲ ପାଇଁ ବିଜେପିର ସଂକଳ୍ପ (ETV Bharat Odisha)

ନିଆଳି: ବିଜେଡି ଛାଡିଲେ ଦଳବଳ ସହ ବିଜେପିରେ ମିଶିଲେ ବ୍ରାହ୍ମଣବାଟି ସରପଞ୍ଚ ସଞ୍ଜୟ । କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ବିଧାନସଭା ଆସନରେ ଚଳିତ ସାଧାରଣ ନିର୍ବାଚନରେ ଆରପାର୍ ଲଢେଇ ହେବ । ତିନି ପ୍ରମୁଖ ଦଳ ଯଥା ବିଜେପି, କଂଗ୍ରେସ ଓ ବିଜେଡି ଦଳର ପ୍ରାର୍ଥୀଙ୍କ ବ୍ୟତୀତ ଦୁଇ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିଆଳି ନିର୍ବାଚନ ମଇଦାନରେ ଲଢେଇ କରିବେ । ଏଥିପାଇଁ ସମସ୍ତ ପ୍ରାର୍ଥୀ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ଆଜି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟ ବିଜେଡି ଦଳ ପରିତ୍ୟାଗ କରି ନିଜ ସମର୍ଥକଙ୍କ ସହିତ ବିଜେପି ଦଳରେ ସାମିଲ ହୋଇଛନ୍ତି । ଫଳରେ ବ୍ରାହ୍ମଣବାଟି ପଞ୍ଚାୟତରେ ବିଜେପି ଦଳର ଶକ୍ତି ବୃଦ୍ଧି ହୋଇଛି ।

ନିଆଳି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଛବି ମଲ୍ଲିକଙ୍କ ଉପସ୍ଥିତରେ ସରପଞ୍ଚ ସଞ୍ଜୟ ଏବଂ ତାଙ୍କ ସମର୍ଥକ ବିଜେପି ଦଳରେ ସାମିଲ ହୋଇଛନ୍ତି । ସଞ୍ଜୟ କୁମାର ରାଉତରାୟ ଯୁବକ ଅବସ୍ଥାରୁ ନିଜକୁ ସମାଜସେବୀ ଭାବରେ ଗଢିବା ସହିତ ବିଭିନ୍ନ ସମସ୍ୟା ପଡିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି । ସଞ୍ଜୟ କୁମାର ରାଉତରାୟଙ୍କ ବୟସ ୪୩ ହୋଇଥିବା ବେଳେ ସେ ୫୪ ଥର ରକ୍ତଦାନ କରି ଅନେକଙ୍କ ଜୀବନ ବଞ୍ଚାଇଛନ୍ତି । ସେ ବ୍ରାହ୍ମଣ ବାଟି ପଞ୍ଚାୟତରୁ ସରପଞ୍ଚ ଭାବରେ ନିର୍ବାଚିତ ହେବା ପରେ ବିଜେଡି ଦଳରେ ସାମିଲ ହୋଇଥିଲେ । ଦୀର୍ଘ ବର୍ଷ ଧରି ବିଜେଡି ଦଳରେ ରହିବା ପରେ ଅଣନିଃଶ୍ବାସୀ ହେବା ପରେ ସେ ବିଜେଡି ଦଳ ପରିତ୍ୟାଗ କରିଥିବା କଥା କହିଛନ୍ତି । ସଞ୍ଜୟ ରାଜ୍ୟ ସରପଞ୍ଚ ସ‍ଂଘର ସଭାପତି ଭାବରେ କାର୍ଯ୍ୟ ତୁଲାଉଛନ୍ତି । ସଞ୍ଜୟ ବିଜେପିକୁ ଆସିବା ପରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବା ବିଜେପି ନେତା କହିଛନ୍ତି ।‌

ଏହା ମଧ୍ୟ ପଢନ୍ତୁ.....ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଳା ବେହେରା - Bjd Joining Program

ସେହିପରି ନାହାଳପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଖଗେଶ୍ବର ପ୍ରଧାନ ମଧ୍ୟ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପି ଦ୍ବିତୀୟ ସ୍ଥାନରେ ଥିଲା । ଚଳିତ ଥର ପ୍ରଥମ ସ୍ଥାନକୁ ଆସିବା ପାଇଁ ସଂକଳ୍ପ ନେଇଛି ବିଜେପି । ନିଆଳିରେ ୧୫ ଦୀର୍ଘ ବର୍ଷ ଧରି ଶାସନରେ ଥିବା ବିଜେଡି ଦଳର ବିଭିନ୍ନ ପ୍ରକାରର ଦୁର୍ନୀତିକୁ ପ୍ରସଙ୍ଗ କରିଛି ବିଜେପି । ବ୍ରାହ୍ମଣବାଟି ପଞ୍ଚାୟତରେ ମିଶ୍ରଣ ପର୍ବରେ ଅନେକ ତୁଙ୍ଗ ନେତା ସରପଞ୍ଚ, ସମିତିସଭ୍ୟ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଚଳିତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକଙ୍କୁ ବିଜୟୀ କରିବା ପାଇଁ ସଂକଳ୍ପ ନେଇଥିଲେ ।‌

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details