ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା, ଏଣିକି ମିଳିବ ମେଧାବୀଙ୍କୁ ଋଣ - PRADHAN MANTRI VIDYA LAKSHMI YOJANA

ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ମେଧାବୀ ଛାତ୍ରଛାତ୍ରୀ । ବିନା ଗ୍ୟାରେଣ୍ଟିରେ ମିଳିବ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନାରେ ଋଣ । ଜାଣନ୍ତୁ କେମିତି କରିବେ ଆବେଦନ ।

ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା; ଏଣିକି ମିଳିବ ମେଧାବୀଙ୍କୁ ଋଣ
ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା; ଏଣିକି ମିଳିବ ମେଧାବୀଙ୍କୁ ଋଣ (ETV Bharat Odisha)

By ETV Bharat Odisha Team

Published : Nov 7, 2024, 6:42 PM IST

ଭୁବନେଶ୍ବର:ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଋଣ । ବିଶେଷ ଭାବରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ନାମ ଲେଖାଇବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ମେଧାବୀ ଛାତ୍ରଛାତ୍ରୀ ମାନେ ଏହି ଯୋଜନା ଅଧିନରେ ଋଣ ପାଇପାରିବେ । ଅର୍ଥ ଅଭାବରୁ କୌଣସି ବି ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ଯେମିତି ବଞ୍ଚିତ ହେବେ ନାହିଁ । ସେନେଇ ସରକାର ଏଭଳି ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଋଣ ବିନା ଗ୍ୟାରେଣ୍ଟିରେ ପ୍ରଦାନ କରାଯିବ ।



ବର୍ଷକୁ କେତେ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ ?

ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା; ଏଣିକି ମିଳିବ ମେଧାବୀଙ୍କୁ ଋଣ (ETV Bharat Odisha)

ଏହି ଯୋଜନାରେ ବାର୍ଷିକ ସର୍ବାଧିକ ୧ ଲକ୍ଷ ପିଲା ସାମିଲ ହୋଇପାରିବେ । ଯେଉଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ୮ ଲକ୍ଷ ଯାଏଁ ରହିଥିବ, ସେମାନେ ୩ ପ୍ରତିଶତ ସୁଧ ହାରରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ନେଇପାରିବେ । ଏହି ବ୍ୟବସ୍ଥା ପୂର୍ବରୁ ୪.୫ ଲକ୍ଷ ଟଙ୍କା ଯାଏଁ ଆୟ ଥିବା ପରିବାର ପିଲାମାନଙ୍କୁ ମିଳୁଥିଲା ।

କିଭଳି କରିବେ ଆବେଦନ ?

ଜଣେ ଆଶାୟୀ ଛାତ୍ରଛାତ୍ରୀ 'ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ' ପୋର୍ଟାଲ ଜରିଆରେ ଋଣ ପାଇଁ ଆବେଦନ କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ଋଣ ପ୍ରଦାଦନକୁ ଅନୁମତି ଦିଆଯିବ । ୭.୫ ଲକ୍ଷ ଯାଏଁ ଋଣକୁ ୭୫ ପ୍ରତିଶତ କ୍ରେଡିଟ୍ ଗ୍ୟାରେଣ୍ଟି ଦିଆଯିବ । ସମସ୍ତ ସରକାରୀ ଓ ଘରୋଇ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ଏହି ଯୋଜନାରେ ସାମିଲ ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ ...ମାଓ ମୁକାବିଲାରେ ସାରଥି ସାଜିବେ ଛାତ୍ରଛାତ୍ରୀ, ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାରେ ତାଲିମ

ଏହା ମଧ୍ୟ ପଢନ୍ତୁ ...ଚାଲିଛି ପ୍ରସ୍ତୁତି, ଖୁବଶୀଘ୍ର ଲାଗୁ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା

ଏହା ମଧ୍ୟ ପଢନ୍ତୁ ... ସୁଯୋଗ ଦେଲା ଦୃଢ ଇଚ୍ଛାଶକ୍ତି, ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏବେ ITI ଛାତ୍ରୀ

ଏମିତି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ:

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା କ୍ଷେତ୍ରରେ ଅନେକ ଅଗ୍ରଗତି ହେଉଛି । ଗତକାଲି କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା ପାରିତ ହୋଇଛି । ଏକ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ଆର୍ଥିକ ଋଣ ଆକାରରେ ହେଉ କିମ୍ବା ପ୍ରୋତ୍ସାହନ ଆକାରରେ ପାଇପାରିବେ । ଭାରତ ବୈଷୟିକ କ୍ଷେତ୍ରରେ ନାଳନ୍ଦା, ତକ୍ଷଶିଳା ବିଶ୍ବ ବିଦ୍ୟାଳୟ ଯେପରି ବିଶ୍ବରେ ପରିଚିତ ଥିଲା । ଆମେ ସେହି ଗରିମା ପୁଣି ଫେରି ପାଇବା ଏଥିରେ ସନ୍ଦେହ ନାହିଁ । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details