କଟକ: ପରୀକ୍ଷା ଫଳ ପ୍ରକାଶରେ ଅବହେଳା କାରଣରୁ ଜଣେ ଛାତ୍ରଙ୍କର ୧୦ ବର୍ଷ ନଷ୍ଟ ହେବା ପ୍ରସଙ୍ଗ । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଶୁଣାଣି କରିଛନ୍ତି ଓଡିଶା ହାଇକୋର୍ଟ । ସମ୍ପୃକ୍ତ ଛାତ୍ର ଜଣଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୩ ମାସ ମଧ୍ୟରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁମାଣି କରିଥିଲେ । ବିଭୁତି ଭୂଷଣ ବାରିକ ଏନେଇ କୋର୍ଟରେ ଆବେଦନ କରଥିଲେ ।
କୋର୍ଟ ଏହି ମାମଲାର ଶୁଣାଣି କରି ଯେଉଁ ରାୟ ପ୍ରଦାନ କରିଛନ୍ତି ସେଥିରେ ସ୍ପଷ୍ଟ ଭାବରେ ଉଲେଖ କରିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ପ୍ରତି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି। ପରୀକ୍ଷା କ୍ଷେତ୍ରରେ କାର୍ଯ୍ୟଦକ୍ଷତା, ସମୟରେ ପରୀକ୍ଷାଫଳ ପ୍ରକାଶ ହେଉଛି ବିଶ୍ବବିଦ୍ୟାଳୟର ଦାୟିତ୍ବ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଯାତ୍ରା ପାଇଁ ଏହି ପ୍ରସଙ୍ଗ ମୌଳିକ ହୋଇଥିବା ବେଳେ ଏଥିରେ କୌଣସି ପ୍ରକାର ତ୍ରୁଟି ପିଲାମାନଙ୍କ ଏକାଡେମିକ ଅଗ୍ରଗତି ଓ କ୍ୟାରିୟର ପ୍ରସପେକ୍ଟ ଉପରେ ପ୍ରଭାବ ପକାଇବ। ଠିକ ସମୟରେ ପରୀକ୍ଷାଫଳ ପ୍ରକାଶ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏଥିରେ ବିଳମ୍ବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧୀରତା ଓ ଅନିଶ୍ଚିତତାର କାରଣ ହେବ। ଫଳ ପ୍ରକାଶରେ ବିଳମ୍ବ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଉଚ୍ଚଶିକ୍ଷା ଓ ଚାକିରି ପାଇଁ ଆବେଦନ କରିବା କ୍ଷେତ୍ରରେ ବାଧା ସୃଷ୍ଟି କରେ । ଏଭଳି ମାମଲାରେ କ୍ଷତିପୂରଣ କିଛି ପରିମାଣରେ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ଦେଇ ପାରେ କିନ୍ତୁ ବିଶ୍ବବିଦ୍ୟାଳୟକୁ ଏହାର ଦୋଷରୁ ମୁକ୍ତ କରିବ ନାହିଁ। କେବଳ ସେତିକି ନୁହେଁ, ଆବେଦନକାରୀ ବହୁ କଠିନ ପରିସ୍ଥିତି ସହିଛନ୍ତି ଓ ପେସାଗତ ଜୀବନର ୧୦ ବର୍ଷ ହରାଇଛନ୍ତି, ଏପରି କ୍ଷତିର ଭରଣା କୌଣସି ଉପାୟରେ ହୋଇ ପାରିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ପରୀକ୍ଷା ଫଳ ପ୍ରକାଶରେ ଅବହେଳା, ଛାତ୍ରଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - Negligence in Exam Result - NEGLIGENCE IN EXAM RESULT
Negligence in Exam Result: ଯୁକ୍ତ 3 ଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶରେ ଅବହେଳା । ଛାତ୍ରଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ
Published : Apr 9, 2024, 4:55 PM IST
ଏହା ମଧ୍ୟ ପଢନ୍ତୁ-ଏସସିବିରେ ଛାତ୍ର ସମସ୍ୟା ସମ୍ପର୍କିତ ମାମଲା, ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଣ ଥିଲା ପୁରା ମାମଲା:
ଆବେଦନକାରୀ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ତିବା ଏକ ଘରୋଇ କଲେଜ ଭାବେ ଯୁକ୍ତ ତିନି ବାଣିଜ୍ୟ ପାଠ୍ୟକ୍ରମ ପାଇଁ ଯୋଗ୍ୟତା ହାସଲ କରିଥିଲେ। ବରଗଡ଼ର ଏକ କଲେଜରେ ଥିବା କେନ୍ଦ୍ରରେ ବାଣିଜ୍ୟ ବିଭାଗରେ ଯୁକ୍ତ ତିନି ପରୀକ୍ଷା ଦେଇଥିଲେ। କିନ୍ତୁ କିଛି ପେପରରେ ସେ ପରୀକ୍ଷା ଦେଇନଥିବାରୁ ଅନୁପସ୍ଥିତ ଥିବା ଦର୍ଶାଯାଇଥିଲା । ସେହି ନିର୍ଦ୍ଦିଷ୍ଟ ପେପରରେ ଫେଲ ହୋଇଥିବା ଫଳ ପ୍ରକାଶ ବେଳେ ସ୍ପଷ୍ଟ କରାଯାଇଥିଲା। ସେ ପୁଣି ଥରେ ସଂପୃକ୍ତ ପେପରରେ ପରୀକ୍ଷା ଦେଇଥିଲେ ମଧ୍ୟ ପରୀକ୍ଷାଫଳରେ ଅନୁପସ୍ଥିତ ଥିବା ଉଲ୍ଲେଖ କରାଯାଇଥିଲା। ୨୦୦୧ରୁ ୨୦୧୧ ମଧ୍ୟରେ ପ୍ରାୟ ଏକ ଦଶନ୍ଧି ଧରି ସେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ଚାଲିଥିଲେ ମଧ୍ୟ ତାଙ୍କ ପରୀକ୍ଷାଫଳରେ ରହିଥିବା ତ୍ରୁଟି ଦୂର କରାଯାଇ ନଥିଲା। ସେ ପରୀକ୍ଷା ଦେଇଥିବା ସେଣ୍ଟରର ଅଧ୍ୟକ୍ଷ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆବେଦନକାରୀ ପରୀକ୍ଷାରେ ଉପସ୍ଥିତ ଥିବା ନେଇ ଅବଗତ କରିଥିଲେ। କିନ୍ତୁ କିଛି ସୁଫଳ ମିଳି ପାରି ନଥିଲା। ଶେଷରେ ସୂଚନା ଅଧିକାର ଆଇନ ବଳରେ ନିଜ ପରୀକ୍ଷାଫଳ ସଂକ୍ରାନ୍ତରେ ଆବେଦନକାରୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରୁ ତଥ୍ୟ ମାଗିଥିଲେ। ୨୦୧୨ରେ ଆବେଦନକାରୀ ଯୁକ୍ତ ତିନି ବାଣିଜ୍ୟ ପାଠ୍ୟକ୍ରମରେ ପାସ୍ କରିଥିବା ନେଇ ବିଶ୍ବବିଦ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ପାଇଁ ଉକ୍ତ ଛାତ୍ର ଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ସମ୍ପୃକ୍ତ ଛାତ୍ର ଜଣକ ଦୀର୍ଘ ୧୦ ବର୍ଷ ବେକାର ହୋଇ ଯାଇଥିଲେ। ତେବେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ପାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୫ ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ ଛାତ୍ର ।
ଇଟିଭି ଭାରତ, କଟକ