ଓଡିଶା

odisha

ETV Bharat / state

ବଦଳିଲେ ସୁଜାତା; ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବରେ ଶାଳିନୀ - Sujata Karthikeyan - SUJATA KARTHIKEYAN

Odisha Govt transfers Sujata Karthikeyan: ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ବଦଳିଲେ ସୁଜାତା । ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବରେ ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ

Sujata Karthikeyan
Sujata Karthikeyan (Etv Bharat Odisha)

By ETV Bharat Odisha Team

Published : May 3, 2024, 10:01 PM IST

ଭୁବନେଶ୍ବର: ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ଆଜି (ଶୁକ୍ରବାର) ବଦଳିଛନ୍ତି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତାଙ୍କୁ ଅର୍ଥ ବିଭାଗକୁ ସ୍ବତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ । ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ଶାଳିନୀ ତୁଲାଇବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ଏସଏସଜି ମହିଳାଙ୍କୁ ଶାସକ ଦଳ ସପକ୍ଷରେ ଭୋଟ ଦେବାକୁ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଚାପ ପକାଉଥିବା ଗତକାଲି ବିଜେପି ଅଭିଯୋଗ କରିଥିଲା । ଏନେଇ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା । ଏହାପରେ 2000 ବ୍ୟାଚର ଅଫିସର ସୁଜାତାଙ୍କୁ ବଦଳି କରିବାକୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ରାଜ୍ୟ ସରକାର ସୁଜାତାଙ୍କୁ ବଦଳି କରିଛନ୍ତି । ମିଶନ ଶକ୍ତି ସଚିବ ପଦରୁ ସୁଜାତାଙ୍କୁ ହଟେଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି ।

ଏହା ବି ପଢନ୍ତୁ- ECI କାର୍ଯ୍ୟାନୁଷ୍ଠାନ; ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ

ଅର୍ଥ ବିଭାଗକୁ ସୁଜାତାଙ୍କୁ ବଦଳି ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । 2001 ବ୍ୟାଚର ଅଫିସର ଶାଳିନୀ ମଧ୍ୟ ସୁଜାତା ବୁଝୁଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ବ ତୁଲାଇବେ । ନିଜର ପୂର୍ବ ଦାୟିତ୍ବ ସହ ଅତିରିକ୍ତ ଭାବେ ଏହି ବିଭାଗର ଦାୟିତ୍ବ ତୁଲାଇବେ ଶାଳିନୀ ।

ବିଜେପିର ଏକ ଚାରି ଜଣିଆ ପ୍ରତିନିଧି ଦଳ ଗତକାଲି ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ସୁଜାତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଥିଲା । ଜାତୀୟ ନିର୍ବାଚନ କମିଶନ ଗତକାଲି ବିଳମ୍ବିତ ରାତିରେ ସୁଜାତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details