ଓଡିଶା

odisha

ETV Bharat / state

ରାଜ୍ୟରେ ରହିବନି ଆଳୁ ସଙ୍କଟ, 'ଆଳୁ ମିଶନ' ମାଧ୍ୟମରେ ଉତ୍ପାଦନ ହେବ ତିନି ଗୁଣ - ODISHA GOVT ON POTATO PRODUCTION

'ଆଳୁ ମିଶନ' ଜରିଆରେ ଉତ୍ପାଦନ ହେବ ତିନି ଗୁଣ । କଣ୍ଟାବାଞ୍ଜରୁ ଆଳୁ ବିହନ ବଣ୍ଟନ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

Production of Potato
Production of Potato (ETV Bharat Odisha)

By ETV Bharat Odisha Team

Published : Nov 10, 2024, 1:14 PM IST

ବଲାଙ୍ଗୀର: ରାଜ୍ୟରେ ଆଉ ରହିବନି ଆଳୁ ସଙ୍କଟ । ଏଣିକି ରାଜ୍ୟରେ 'ଆଳୁ ମିଶନ' ଜରିଆରେ ଉତ୍ପାଦିତ ହେବ ତିନି ଗୁଣ ଆଳୁ । ଚାଷୀଙ୍କୁ ଆଳୁ ବିହନ ବଣ୍ଟନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

'ଆଳୁ ମିଶନ' ମାଧ୍ୟମରେ ଉତ୍ପାଦନ ହେବ ତିନି ଗୁଣ (ETV Bharat Odisha)
  • ଚାହିଦା ଅଧିକ, ଉତ୍ପାଦନ କମ:

ରାଜ୍ୟରେ ଆଳୁର ଚାହିଦା ଅଧିକ ଥିବା ବେଳେ ଉତ୍ପାଦନ କମ ରହି ଆସିଛି । ଆଳୁ ପାଇଁ ରାଜ୍ୟକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ଆଗକୁ ଯେମିତି ଆଳୁ ସଙ୍କଟ ରାଜ୍ୟରେ ହେବ ନାହିଁ, ତା ପାଇଁ ସରକାର 'ଆଳୁ ମିଶନ' ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ ଜାରି ରହିଛି । ତେବେ ଏହି କ୍ରମରେ ଗତକାଲି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ଆଳୁ ବିହନ ବଣ୍ଟନ ଆରମ୍ଭ ହୋଇଛି । ଯାହାର ଶୁଭାରମ୍ଭ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଉପସ୍ଥିତ ଥିଲେ ।

Production of Potato (ETV Bharat Odisha)
  • କିଛି ମାସ ଆଗରୁ ଦେଖା ଦେଇଥିଲା ଆଳୁ ସଙ୍କଟ:

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି,"ରାଜ୍ୟରେ କିଛି ମାସ ଆଗରୁ ଆଳୁ ସଙ୍କଟ ଦେଖା ଦେଇଥିଲା । ସରକାର ପଞ୍ଚିମବଙ୍ଗ ଉପରେ ଆଳୁ ପାଇଁ ନିର୍ଭର କରୁଥିବା ବେଳେ ପଶ୍ଚିମବଙ୍ଗ ଯୋଗାଇ ନଥିଲା । ତେଣୁ ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ । ତେବେ ସବୁ ବର୍ଷ ଏହି ସମସ୍ୟା ଲାଗି ରହିଥିବା ବେଳେ ଆଗକୁ ଯେମିତି ଆଳୁ ସଙ୍କଟ ନହେବ ସେଥିପାଇଁ ଆଳୁ ମିଶନ ଜରିଆରେ ରାଜ୍ୟ ସରକାର ଆଳୁ ଚାଷକୁ ଗୁରୁତ୍ଵ ଦେଇଛନ୍ତି ।

Production of Potato (ETV Bharat Odisha)

ସବୁ ଜିଲ୍ଲାରେ 14 ହଜାର ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକର । ଯାହାଦ୍ବାରା ରାଜ୍ୟର ଆଳୁ ଉତ୍ପାଦନ ତିନି ଗୁଣ ବଢିବ ଓ ଆଳୁ ସଙ୍କଟ ହେବ ନାହିଁ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ପୂର୍ବ ବର୍ଷ ମଧ୍ୟ ଏହି ସମସ୍ୟା ରହିଥିଲା। ଯାହାକୁ ନେଇ ପୂର୍ବ ସରକାର ଆଳୁଚାଷ କରିବାର କହି ବିଳମ୍ବରେ ଆଳୁ ବିହନ ବାଣ୍ଟି ଥିଲେ । ଯାହାଫଳରେ ଆଳୁ ଚାଷ ସଫଳ ହୋଇ ପାରିନଥିଲା। ହେଲେ ଏ ସରକାର ସମୟ ପୂର୍ବରୁ ଅର୍ଥାତ୍ ନଭେମ୍ବର ମାସ ଆରମ୍ଭରୁ ଆଳୁ ବିହନ ବଣ୍ଟନ କରିବା ଆରମ୍ଭ କରିଛନ୍ତି। ଏଯାବତ୍ 50 ହଜାର କ୍ୟୁଣ୍ଟାଲ ଆଳୁ ବିହନ ପହଞ୍ଚି ସାରିଛି ଓ ତାର ବଣ୍ଟନ ମଧ୍ୟ ୩୦ଟି ଜିଲ୍ଲାରେ ବଣ୍ଟନ ଜାରି ରହିଛି ।"

  • ଚାଷୀଙ୍କୁ ସାମିଲ ହେବାକୁ ଆହ୍ୱାନ:


ଓଡ଼ିଶା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଲ କଲ୍ୟାଣ ପବନ କହିଛନ୍ତି, "କଣ୍ଟାବାଞ୍ଜିଠାରେ ଆମେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ କରିଥିଲୁ । ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସାଂସଦ ସଙ୍ଗୀତ କୁମାରୀ ସିଂଦେଓ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଏଥର ଆମେ ତିନି ଗୁଣା ଆଳୁ ବିହନ ବଣ୍ଟନ କରିବୁ । ଯାହା ପାଇଁ ଆମେ କେତେ ଚାଷ ହେବ କେମିତି ଚାଷ ହେବ ତାର ହିସାବ କରିଛୁ । ଏବଂ ଏଥର ଏକ ଲକ୍ଷ୍ୟ 87ହଜାର କ୍ୟୁଣ୍ଟାଲ୍ ଆଳୁ ବିହନ ବଣ୍ଟନ କରିବୁ। ଯେଉଁଥିରେ ଏଯାଏଁ ୫୦ ହଜାର କ୍ବିଣ୍ଟାଲ ଆଳୁ ବିହନ ଆସି ସାରିଛି ଓ ୩୦ଟି ଜିଲ୍ଲାରେ ତାର ବଣ୍ଟନ ଜାରି ରହିଛି। ସେହିପରି ସବୁ ଜିଲ୍ଲାରେ ୧୪ ହଜାର ହେକ୍ଟର ଜମିରେ ଆଳୁଚାଷ କରାଯିବ। ଚାଷୀଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ। ଏଥର ଖରିଫ ପରେ ରବି ଋତୁ ଚାଷ ଆରମ୍ଭ ପୂର୍ବରୁ ଆମେ ଆଳୁ ବିହନ ବାଣ୍ଟିବା ଆରମ୍ଭ କରିଛୁ । ଯାହାଦ୍ବାରା ଚାଷ ସମ୍ଭବ ହୋଇ ପାରିବ । ଚାଷୀଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ ହେବା ଜରୁରୀ ।"

ଏହା ବି ପଢନ୍ତୁ...ଆଳୁ ଚାଷରେ ସୁନାମ ଆଣିଲା କୋରାପୁଟ, ଚାଷୀଙ୍କୁ ପ୍ରଶଂସାରେ ପୋତିଲେ ବିହାର ଚାଷୀ - Koraput Potato Farming

ଏହା ବି ପଢନ୍ତୁ...ଆଳୁ ମିଶନରେ ଫେଲ ହୋଇଥିଲା ବିଜେଡି ସରକାର, ଆମେ ହେବୁ ଆତ୍ମନିର୍ଭରଶୀଳ: ଉପମୁଖ୍ୟମନ୍ତ୍ରୀ - Potato Crisis In Odisha

  • 'ନଭେମ୍ବର ପହିଲାରୁ ମିଳୁଛି ବିହନ'

ସେପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି " ଆମେ ପ୍ରତିଶ୍ରୁତି ଦେଇଥିଲୁ ଚାଷୀଙ୍କୁ ସଠିକ ସମୟରେ ଆଳୁ ବିହନ ବଣ୍ଟନ କରିବାର ଏବଂ ଆଜି ଆମେ ତାହା କରିଛୁ। ପୂର୍ବ ସରକାର ଜାନୁୟାରୀ ମାସରେ ଆଳୁ ବିହନ ବଣ୍ଟନ କରିଥିଲେ। ଯେଉଁ ସମୟରେ ଆଳୁ ଉତ୍ପାଦନ ହୁଏ ସେ ସମୟରେ ବିହନ ବାଣ୍ଟି ସରକାର ବିଫଳ ହୋଇଥିଲେ। ହେଲେ ଆମେ ଆଳୁ ମିଶନ ଜରିଆରେ ସଠିକ ସମୟରେ ନଭେମ୍ବର ପହିଲାରୁ ବିହନ ବାଣ୍ଟୁଛୁ । ଚାଷୀ 20 ଟଙ୍କା କିଲୋ ପିଛା ଦେଇ ବିହନ ନେବେ ଓ ଯାଞ୍ଚ ପରେ ତାଙ୍କୁ ୧୦ ଟଙ୍କା ଫେରାଇ ଦିଆଯିବ। ଏହି ଉଦ୍ୟମରେ ଏଥର ଆଳୁ ଚାଷ ଭଲ ହେବ ଓ ଆଳୁ ସଙ୍କଟ ଦୂର ହେବ ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details