ଭୁବନେଶ୍ବର:ଓଡିଶା ରାଜ୍ୟପାଳ ଭାବେ ଶପଥ ନେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି ହରିବାରୁ କମ୍ଭମପତି । ଗତକାଲି (ମଙ୍ଗଳବାର) ନୂଆଦିଲ୍ଲୀରେ ସେ ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଶାହ ଓ ହରିବାବୁ ଆଲୋଚନା କରିଛନ୍ତି ।
- ଧନଖଡ ଓ ଶାହାଙ୍କୁ ଭେଟିଲେ ରାଜ୍ୟପାଳ:
ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟପାଳ କମ୍ଭମପତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଓଡ଼ିଶାର ବିକାଶ ଦିଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ସରକାରୀ ଯୋଜନା, ଶାସନ କଳକୁ ଲୋକାଭିମୁଖୀ କରି ଜନାଦୃତ କରିବା ନେଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କରିଛନ୍ତି । ଏହାସହଉପ-ରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସହ ମଧ୍ୟ ରାଜ୍ୟର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଏନେଇ ଗଭର୍ଣ୍ଣର ଅଫ୍ ଓଡିଶା X ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ତେବେ ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି(ବୁଧବାର) ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ ରାଜ୍ୟପାଳ।
- ଓଡ଼ିଶାର ନୂଆ ରାଜ୍ୟପାଳଙ୍କ ପ୍ରଥମ ଥର ଦିଲ୍ଲୀ ଗସ୍ତ:
ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ଏହି ତିନି ଦିନିଆ ଗସ୍ତରେ ରାଜ୍ୟପାଳ ଓଡ଼ିଶାର ବିକାଶ ନେଇ ଆଲୋଚନା କରିଥିବା ଜଣାପଡିଛି । ଆଗକୁ ବିଧାନସଭା ବଜେଟ ଅଧିବେଶନ ଆସୁଥିବାରୁ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତ ବହୁ ଗୁରୁତ୍ୱ ବହନ କରୁଛି । ଏହାସହ ରାଜ୍ୟପାଳ ରାଜ୍ୟ ବିଭିନ୍ନ ସ୍ଥାନକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ବି ପଢନ୍ତୁ...୧୩ ରୁ ବିଧାନସଭାର ବଜେଟ ଅଧିବେଶନ - BUDGET SESSION OF ODISHA ASSEMBLY