ଭୁବନେଶ୍ବର:ଗୋହତ୍ୟା ରୋକିବାକୁ ପାଇଁ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ରାଜ୍ୟରେ ଗୋ ହତ୍ୟା ରୋକିବା ପାଇଁ ବିଲ ଆସିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଫଳରେ ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋହତ୍ୟା, ଗୋମାଂସ ଓ ଗୋଚାଲାଣ ।ସେପଟେ "ଦେଶରୁ ଗୋମାଂସ କିଏ ବାହାର ଦେଶକୁ ପଠାଉଛି ?" ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।
ଗୋହତ୍ୟା ରୋକିବାକୁ ଆସିପାରେ ବିଲ୍:
LAW TO BAN COW SLAUGHTER (ETV Bharat Odisha) ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟ ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ ଆଣିବାକୁ ବିଚାର କରୁଛନ୍ତି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ମଧ୍ୟ ଆସୁଥିବା ନଜରକୁ ଆସିଛି । ଗୋଚାଲାଣ ଓ ଗୋହତ୍ୟା ଉପରେ ରୋକ ଲଗାଇବାକୁ ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ । ଗୋହତ୍ୟା ଉପରେ ରୋକ୍ ଦେବା ପାଇଁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ।"
ଗୋଚାଲାଣ ରୋକିବାକୁ ସ୍ବତନ୍ତ୍ର କମିଟି:
"ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋ ହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଗୋହତ୍ୟା ଓ ଗୋଚାଲାଣ ରୋକା ଯାଇ ଗୋବଂଶ ବୃଦ୍ଧି ହେବ । ଯେଉଁମାନେ ଗୋଚାଲାଣ କରୁଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ" ବୋଲି କହିଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ଏହା ବି ପଢନ୍ତୁ...ବିଧାନସଭାରେ ପାଣି ପ୍ରସଙ୍ଗ: ତାରାଙ୍କ ପରିସ୍ରା ଉପାଖ୍ୟାନ, ବଦ୍ରି ଦେଲେ ବିସ୍ଫୋରକ ବୟାନ
ଏହା ବି ପଢନ୍ତୁ...6 ମାସରେ ରାଜ୍ୟରେ 769 ନାବାଳିକା ଦୁଷ୍କର୍ମ ଓ 459 ହତ୍ୟାକାଣ୍ଡ, ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
ଏହା ବି ପଢନ୍ତୁ...ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ
ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍:
ସେପଟେ ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । "ଦେଶରୁ ଗୋମାଂସ କିଏ ବାହାର ଦେଶକୁ ପଠାଉଛି?" ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲିକ । ପ୍ରମିଳା କହିଛନ୍ତି, "ଏଭଳି ନିୟମ ହେଲେ ଗୋହତ୍ୟା କମିବ । ଏହି ପଦକ୍ଷେପ ସ୍ବାଗତଯୋଗ୍ୟ । ହେଲେ କେଉଁ ଦଳର ଲୋକ ଗୋଚାଲାଣରେ ସଂପୃକ୍ତ ଅଛନ୍ତି ? ଓଡ଼ିଶାରେ ବିଭିନ୍ନ ସମୟରେ ଗୋହତ୍ୟା ଦୃଶ୍ୟ ନଜରକୁ ଆସିଛି । ଗୋଚାଲାଣ ମଧ୍ୟ ଏକ ଉଗ୍ର ସମସ୍ୟା ଭାବେ ଉଭା ହୋଇଛି ।" ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ।
ଏହା ବି ପଢନ୍ତୁ...ଅନାହାର ମୃତ୍ୟୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି
ଇଟିଭି ଭାରତ, ଭୁବନେଶ୍ବର