ଓଡିଶା

odisha

By ETV Bharat Odisha Team

Published : Feb 9, 2024, 9:16 PM IST

ETV Bharat / state

ଓଡିଶା ଉତ୍ପାଦକ ଗୋଷ୍ଠୀ ସମ୍ମିଳନୀ; ବଜାର ସଂଯୋଗୀକରଣ ବ୍ୟବସ୍ଥାକୁ ଗୁରୁତ୍ଵ

Odisha FPO Conclave: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡିଶା ଉତ୍ପାଦକ ଗୋଷ୍ଠୀ ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ଓଡିଶା ଉତ୍ପାଦକ ଗୋଷ୍ଠୀ ସମ୍ମିଳନୀ
ଓଡିଶା ଉତ୍ପାଦକ ଗୋଷ୍ଠୀ ସମ୍ମିଳନୀ

ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡିଶା ଉତ୍ପାଦକ ଗୋଷ୍ଠୀ ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରାୟ 600 ଗୋଷ୍ଠୀ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଚାଷୀଙ୍କ ସାଙ୍ଗଠନିକ ବିକାଶ ଓ ଉତ୍ପାଦକ ଗୋଷ୍ଠୀକୁ ଗତିଶୀଳ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ପାଦକ ଗୋଷ୍ଠୀକୁ ଗତିଶୀଳ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଉତ୍ପାଦକ ଗୋଷ୍ଠୀ ଜରିଆରେ ରାଜ୍ୟର ଚାଷୀଙ୍କୁ ରୋଜଗାର ମିଳିପାରୁଛି । ବର୍ତ୍ତମାନ ମହିଳା ଓ ଯୁବ ଗୋଷ୍ଠୀଙ୍କୁ ଏ ଦିଗରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉତ୍ପାଦକ ଗୋଷ୍ଠୀ ଜରିଆରେ ସାହାଯ୍ୟ ଯୋଗାଇବାର ଆବଶ୍ୟକତା ରହିଛି । ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଉତ୍ପାଦକ ଗୋଷ୍ଠୀ ଗୁଡିକୁ ଏନେଇ ସହାୟତା ଯୋଗାଇ ଦେଉଛନ୍ତି ବୋଲି ରଣେନ୍ଦ୍ର କହିଛନ୍ତି ।

ଅନ୍ୟପଟେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଚାଷୀଙ୍କ ସାଙ୍ଗଠନିକ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ସେମାନଙ୍କ ପାଇଁ ବଜାର ବ୍ୟବସ୍ଥା, ବଜାର ସଂଯୋଗୀକରଣ, ଋଣ ବ୍ୟବସ୍ଥା ଆଦି ସବୁକୁ ଧ୍ୟାନ ଦେବାକୁ ହେବ । ଏଥିପାଇଁ ଉତ୍ପାଦକ ଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ସେପଟେ କୃଷି ରୂପାନ୍ତରୀକରଣ ସହ କୃଷିଜୀବୀଙ୍କ ମଧ୍ୟ ରୂପାନ୍ତରୀକରଣ ହୋଇଛି । ତେଣୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କିପରି ଚାଷୀଙ୍କ ଉନ୍ନତି କରାଯାଇପାରିବ ସେ ନେଇ ଉତ୍ପାଦକ ଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି । ନାନାଦି ସମସ୍ୟା ଥିଲେ ସୁଦ୍ଧା ଚାଷୀଙ୍କ ବିକାଶ ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ । ତେଣୁ ଏଭଳି ସମ୍ମିଳନୀ ଏ ଦିଗରେ ନିହାତି ଭାବେ ସହାୟକ ହେବ ବୋଲି କୁଳପତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....କୃଷି ଓଡିଶା-2024 ଉଦଯାପିତ, ମୁଖ୍ୟଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ପାଦକ ଗୋଷ୍ଠୀଙ୍କ ପାଇଁ କାମ କରୁଥିବା ୩୪ ଟି ବ୍ୟବସାୟିକ କାର୍ଯ୍ୟକାରୀ ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହା ସହ ଉତ୍ପାଦକ ଗୋଷ୍ଠୀଙ୍କ ପାଇଁ କାମ କରୁଥିବା ୫ଟି ବ୍ୟବସାୟିକ କାର୍ଯ୍ୟକାରୀ ସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଛି । ପରେ ଉତ୍ପାଦକ ଗୋଷ୍ଠୀଙ୍କୁ ନେଇ ଆଲୋଚନା କରାଯାଇଥିଲା । ଏଥିରେ ପ୍ରାୟ ୬୦୦ ଉତ୍ପାଦକ ଗୋଷ୍ଠୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details