ଓଡିଶା

odisha

ETV Bharat / state

ଗଞ୍ଜାମରେ ନବୀନ: କ୍ଷେତରେ ବୁଲି କ୍ଷୟକ୍ଷତି ଦେଖିଲେ, ଚାଷୀଙ୍କୁ ଭେଟିଲେ - NAVEEN TO MEET FARMERS

ନବୀନ କହିଲେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯଥାଶୀଘ୍ର କ୍ଷତିପୂରଣ ମିଳିବା ଦରକାର । ଆସନ୍ତାକାଲି ପରିଦର୍ଶନ କରିପାରନ୍ତି 4 ଜିଲ୍ଲା ।

Odisha Former CM Naveen Patnaik To Visit Ganjam
Odisha Former CM Naveen Patnaik To Visit Ganjam (ETV Bharat Odisha)

By ETV Bharat Odisha Team

Published : Dec 30, 2024, 9:11 AM IST

ବ୍ରହ୍ମପୁର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ଗହଣରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଆଜି ନିଜ ଗୃହଜିଲ୍ଲା ଗଞ୍ଜାମର ଶେରଗଡ ସମେତ ଏକାଧିକ ସ୍ଥାନରେ ଅଦିନିଆ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି । ନିଜେ ପାଣିରେ ବୁଡି ନଷ୍ଟ ହୋଇଯାଇଥିବା ଧାନ ଫସଲ ଦେଖିଛନ୍ତି । ଚାଷୀଙ୍କ ସହ ଆଲୋଚନା କରି ନବୀନ ସେମାନଙ୍କୁ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି । ବ୍ୟାପକ କ୍ଷୟକ୍ଷତି ହୋଇଛି । ଚୀଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବା ଦରକାର ବୋଲି ନବୀନ କହିଛନ୍ତି ।

  • ଶେରଗଡରୁ ଆରମ୍ଭ କଲେ ନବୀନ:-

ପ୍ରଥମେ ଶେରଗଡ଼ରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଗତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ନିଜର ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ସମେତ ଗଞାମ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି । ନବୀନଙ୍କ ସହ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଗଞ୍ଜାମ ଜିଲ୍ଲାର ଦଳୀୟ ନେତାମାନେ ଉପସ୍ଥିତ ରହିଛନ୍ତି ।

ଗଞ୍ଜାମରେ ନବୀନ, ଧାନ ଫସଲ କ୍ଷୟକ୍ଷତିର କରୁଛନ୍ତି ଅନୁଧ୍ୟାନ (ETV Bharat Odisha)
  • ନବୀନଙ୍କ ଗଞ୍ଜାମ ଗସ୍ତ:

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଭୁବନେଶ୍ଵରରୁ ବାହାରି ନିଜ ନିର୍ବାଚନ ମଣ୍ଡଳୀର ଶେରଗଡଠାରେ ପହଞ୍ଚିଛନ୍ତି । ସେଠାରେ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷ ଜମିକୁ ଅନୁଧ୍ୟାନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି । ପରେ କବିସୂର୍ଯ୍ୟନଗର, ଆସିକା ଓ ଖଲ୍ଲିକୋଟ ଅଞ୍ଚଳରେ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ପରଖିବେ ନବୀନ । ଏହି ସମୟରେ ସେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିବେ । ନିଜ ଜିଲ୍ଲାର ଲୋକମାନଙ୍କ ଦୁଃଖସୁଖ ବୁଝିବେ । ନବୀନଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଛନ୍ତି ବିଜେଡିର ବରିଷ୍ଠ ନେତା । ଏନେଇ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି ।

ଗଞ୍ଜାମରେ ନବୀନ, ଧାନ ଫସଲ କ୍ଷୟକ୍ଷତିର କରୁଛନ୍ତି ଅନୁଧ୍ୟାନ (ETV Bharat Odisha)
ଗଞ୍ଜାମରେ ନବୀନ, ଧାନ ଫସଲ କ୍ଷୟକ୍ଷତିର କରୁଛନ୍ତି ଅନୁଧ୍ୟାନ (ETV Bharat Odisha)

କେଉଁ ସବୁ ସ୍ଥାନ ବୁଲିବେ ନବୀନ:

  • ଶେରଗଡ଼ରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା
  • କବିସୂର୍ଯ୍ୟନଗର, ଆସିକା ଓ ଖଲ୍ଲିକୋଟରେ ବର୍ଷା କ୍ଷତିଗ୍ରସ୍ତ ଧାନ ଚାଷୀଙ୍କୁ ଭେଟିବେ

ଏହା ମଧ୍ୟ ପଢ଼ନ୍ତୁ...30ରୁ ନବୀନଙ୍କ ଜିଲ୍ଲା ଗସ୍ତ: କ୍ଷେତକୁ ଯିବେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ ଉତ୍ତରାଧିକାରୀ ସଙ୍କଟ; AIADMK ଅବସ୍ଥା ଭୋଗିବ କି BJD ?

  • ଅନୁଧ୍ୟାନ କରିବେ କ୍ଷୟକ୍ଷତି :

ସୂଚନା ଅନୁଯାୟୀ, ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ କ୍ଷେତକୁ ପରିଦର୍ଶନରେ ଯିବା ସହ ଚାଷୀଙ୍କୁ ଭେଟିବେ ନବୀନ । ନବୀନ ପଟ୍ଟନାୟକଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ପୂର୍ବରୁ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଜିଲ୍ଲାରେ ପହଞ୍ଚି ବିରୋଧୀ ଦଳ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ହେଲିକପ୍ଟର ରହଣୀ ସ୍ଥଳ ସହ କେଉଁ କେଉଁ ଅଞ୍ଚଳ ପରିଦର୍ଶନ କରିବେ ସେ ନେଇ ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାର ଗସ୍ତ ପରେ ପରବର୍ତ୍ତୀ ସମୟରେ ନବୀନ ଅନ୍ୟାନ୍ୟ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଗଞ୍ଜାମରେ ନବୀନ, ଧାନ ଫସଲ କ୍ଷୟକ୍ଷତିର କରୁଛନ୍ତି ଅନୁଧ୍ୟାନ (ETV Bharat Odisha)
ଏହା ବି ପଢନ୍ତୁ...ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି କରିବୁ : ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - CM MOHAN MAJHI
  • ଆସନ୍ତାକାଲି ୪ ଜିଲ୍ଲା ବୁଲି ପାରନ୍ତି ନବୀନ:

ନବୀନ ପଟ୍ଟନାୟୟ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ବେଳେ, ଆସନ୍ତାକାଲି ଡିସେମ୍ବର ୩୧ରେ ଆଉ ୪ଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେସବୁ ଜିଲ୍ଲା ହେଉଛି ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details