ବୌଦ୍ଧ: କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ସାରା ରାଜ୍ୟରେ ନିଜର ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣା ଦେଇଛନ୍ତି ଅଗ୍ନିଶମ କର୍ମଚାରୀ । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ଚାରିଗୋଟି ଅଗ୍ନିଶମ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ବୌଦ୍ଧ ଜିଲ୍ଲା ମୁଖ୍ୟ ଅଗ୍ନିଶମ କାର୍ଯ୍ୟାଳୟ ସମେତ ଚାରିଛକ, ବାଉଶୁଣୀ ଓ କଣ୍ଟାମାଳ ଠାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ କର୍ମଚାରୀ ଧାରଣାରତ ।
ଏହା ମଧ୍ୟ ପଢନ୍ତୁ... ୨ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ
ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡିଚାଳକ ଏବଂ ଡ୍ରାଇଭର ହାବିଲଦାର ମାନେ ସାମିଲ ହୋଇଛନ୍ତି । ପୁଲିସ ସିପାହୀ ଓ ହାବିଲଦାରଙ୍କ ଭଳି ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ,ମୁଖ୍ୟ ଆଗ୍ନିକ ଓ ଡ୍ରାଇଭରଙ୍କୁ ସମାନ ହାରରେ ଦରମା ପ୍ରଦାନ କରିବା ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ କରିବା ଆଦି ଦୁଇ ଦଫା ଦାବି ନେଇ ବୁଧବାର ଠାରୁ ଅଗ୍ନିଶମ କର୍ମଚାରୀମାନେ ଅନଶନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।