ଭୁବନେଶ୍ବର:ରାଜ୍ୟରେ ବଢୁଛି ତାତି, ଅନୁଭବ ହେଉଛି ଅସହାୟ ଗରମ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ଦିନରେ ରାଜ୍ୟରେ ୩୯ ଡ଼ିଗ୍ରୀ ଅତିକ୍ରମ କଲା ସର୍ବୋଚ୍ଚ ଦିନ ତାପମାତ୍ରା । ଆଜି ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ ସହ ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିବା ବେଳେ ଭବାନୀପାଟଣାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯. ୪ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି ।ବର୍ତ୍ତମାନ ରାଜ୍ୟରେ ଖରା ଓ ଗରମ ଲାଗି ରହିଥିବା ବେଳେ ତାପମାତ୍ରା ବୃଦ୍ଧି ପାଉଛି ।
ମେଘୁଆ ପାଗ ଥିଲେ ହିଁ ଖରା ଓ ଗରମ ଅନୁଭୂତ ହେଉଛି । କାରଣ କିଛି ସ୍ଥାନରେ କାଁଭାଁ ବର୍ଷା ହେଉଥିବା ବେଳେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକା ରହିଛି । ଆଗାମୀ ଦୁଇ ଦିନ ଯାଏ ଏଭଳି ୨ ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ପୂର୍ବାନୁମାନ କରିଛି । ସେହିପରି ଆଜି ରାଜ୍ୟରେ ଟାଇଁ ଟାଇଁ ଖରା ଗୁଳୁଗୁଳି ସହ କିଛି ଅଞ୍ଚଳରେ ମେଘୁଆ ଦେଖିବାକୁ ମିଳିଛି । ସମୁଦ୍ର ପତନ ଉପରେ ଏକ ଟ୍ରପ ଲାଇନ ରହୁଥିବାରୁ ରାଜ୍ୟରେ ଏଭଳି ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡା ,କୋରାପୁଟ, ବୌଦ୍ଧରେ ଏହାର ପ୍ରଭାବ ରହିବ ।
ଏହା ମଧ୍ୟ ପଢନ୍ତୁ .....ସିଝିବ ସାରା ଓଡିଶା, ରାଜ୍ୟରେ ୩ଦିନ ଯାଏଁ ଅସହ୍ୟ ତାତି