ଓଡିଶା

odisha

ETV Bharat / state

ବୁଥକୁ ଟାଣୁଛି ସେଲଫି ଜୋନ, ଯୁବଠୁ ବୟସ୍କ ସଭିଏଁ ଉତ୍ସାହିତ - Voting In bhubaneswar - VOTING IN BHUBANESWAR

Voting In Bhubaneswar:ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଭୋଟ ଦେବା ସହ ସେଲଫି ଜୋନରେ ଫଟୋ ଉଠାଇ ମଜା ନେଉଛନ୍ତି ଭୋଟର । ଅଧିକ ପଢନ୍ତୁ

THIRD PHASE VOTING IN BHUBANESWAR
THIRD PHASE VOTING IN BHUBANESWAR (ETV Bharat Odisha)

By ETV Bharat Odisha Team

Published : May 25, 2024, 4:12 PM IST

ଭୁବନେଶ୍ବର:ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଭୋଟ ଦେବାକୁ ସଭିଏ ଉତ୍ସାହିତ । ବିଶେଷ କରି ଯୁବ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ନୁଆ ଭୋଟର ଲିଷ୍ଟରେ ସ୍ଥାନ ପାଇ ପ୍ରଥମ ଥର ମତ ସାବ୍ୟସ୍ତ କରିଛନ୍ତି ନୂତନ ଭୋଟର । ଏହାରି ଭିତର ରାଜଧାନୀର ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ସଖି ବୁଥରେ ଭୋଟରଙ୍କ ଆକୃଷ୍ଟ ପାଇଁ କ୍ଲାସିକ ବୁଥ ପ୍ରସ୍ତୁତ ହୋଇଛି । ଅର୍ଥାତ ଭୋଟରଙ୍କ ମନୋରଞ୍ଜନ ଏବଂ ସ୍ମରଣୀୟ କରିବା ପାଇଁ ବୁଥ ବାହାରେ ରହିଛି ସେଲଫି ଜୋନ୍ । ଯେଉଁଠି ପ୍ରସ୍ତୁତ ହୋଇଛି ଚେସ୍ ଆକାରର ସେଲଫି ଜୋନ୍ । ଭୋଟର ମତ ସାବ୍ୟସ୍ତ ପରେ ଚେସ୍ ସେଲଫି ଜୋନକୁ ଆସି ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।

THIRD PHASE VOTING IN BHUBANESWAR (ETV Bharat Odisha)

ଏନେଇ ଜଣେ ନୂଆ ଭୋଟର ଜିଜ୍ଞାସା ମିଶ୍ର କହିଛନ୍ତି, ‘ସେ ସବୁବେଳେ ଉତ୍ସାହିତ ଥିଲେ ଭୋଟ ଦେବା ପାଇଁ କାରଣ ତାଙ୍କ ପରିବାରରେ ସମସ୍ତ ଏକତ୍ରିତ ହୋଇ ଭୋଟ ଦେବାକୁ ଯାଇଥାନ୍ତି । ସେଥିପାଇଁ ସେ ମଧ୍ୟ ୧୮ ବର୍ଷ ହେବା ପାଇଁ ଉତ୍ସାହିତ ଥିଲେ । ପ୍ରଥମ ଭୋଟ ସବୁଠୁ ନିଆର ଥିଲା । ସବୁ କିଛି ସଠିକ୍ ଭାବେ ସଠିକ ଢଙ୍ଗରେ ସବୁ ବ୍ୟବସ୍ଥା ହୋଇଥିଲା । ତେଣୁ ଭଲ ଲାଗିଲା ଦେଖିକି ଏବଂ ଭୋଟ ଦେଇ ଖୁସି ହେଲି । ଏହା ଏକ ମହାପର୍ବର ମାହୋଲ ତେଣୁ ଭୋଟ ଦେଇ ଖୁସି ଅଛି । ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ମଧ୍ୟ ବହୁତ ଉତ୍ସାହିତ ହୋଇ ଭୋଟ ଦେବାକୁ ଆସିଛନ୍ତି । ଏହା ହିଁ ପ୍ରତିପାତିଦ କରୁଛି ଆମର ଗଣତନ୍ତ୍ର ସଫଳ ହେଉଛି । ସମସ୍ତେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ଦରକାର । ନେତା ବାଛିବା ଆମର ଅଧିକାର ।’

ସେହିପରି ଅନ୍ୟ ଜଣେ ନୂଆ ଭୋଟର ଉପାସନା ମହାପାତ୍ର କହିଛନ୍ତି, ‘ଭୋଟ ଦେବା ପାଇଁ ଉତ୍ସାହିତ ଥିଲି । ଭୋଟ ଦେଲା ବେଳେ ଗଡବଡ କରି ଦେଇଥିଲି କିନ୍ତୁ ଠିକ୍ ଅଛି । ଜଣେ ଯୁବକ ଭୋଟର ହିସାବରେ ଏହା ମୋର ପ୍ରଥମ ଭୋଟ । ସେଲଫି ଜୋନରେ ଫଟୋ ଉଠାଇ ସେଲଫିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବି । ଏହା ଦ୍ବାରା ସାଙ୍ଗମାନେ ଅନ୍ୟମାନେ ମଧ୍ୟ ଜାଣିବେ ଆମେ ଭୋଟ ଦେଇଛୁ । ସମସ୍ତେ ମଧ୍ୟ ଆସି ଭୋଟ‌ ଦେବା ଦରକାର କାରଣ ଏହା ତାଙ୍କର ଅଧିକାର ।’

ଏହା ମଧ୍ୟ ପଢନ୍ତୁ ....ମହାରାଣୀଙ୍କ ସହ ଭୋଟ ଦେଲେ ପୁରୀ ଗଜପତି, ନିଜ ବିବେକ ଓ ଦେଶ-ରାଜ୍ୟର ଭବିଷ୍ୟତକୁ ଦେଖି ଭୋଟ ଦେବାକୁ କଲେ ଅପିଲ୍‌ - GAJAPATI MAHARAJ CAST VOTE

ବିଶେଷ କରି ଯୁବ ଭୋଟର ଠାରୁ ଆରମ୍ଭ କରି ବୟସ୍କ ଏବଂ ଧନୀ ଠାରୁ ଆରମ୍ଭ କରି ଗରିବ ସମସ୍ତେ‌ ଗୋଟିଏ ସ୍ଥାନରେ ଏକାଠିି ହୋଇଛନ୍ତି । ନିଜେ ବିଚାର କରି ନିଜର ମନପସନ୍ଦ ନେତାଙ୍କୁ ଚୟନ କରୁଛନ୍ତି । ଯାହା କି ଗଣତନ୍ତ୍ରର ମହାନ ପର୍ବର ସଫଳତାକୁ ବୟାନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details