ଭୁବନେଶ୍ବର:ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଜଣେ ଆର୍ମି ମେଜର ଓ ତାଙ୍କ ପ୍ରେମିକାଙ୍କୁ ଥାନାରେ ନିର୍ଯାତନା ଅଭିଯୋଗ ମାମଲା । ଭରତପୁର ଥାନାରେ ଗତ 14 ତାରିଖର ଘଟଣାକୁ ନେଇ ପୋଲିସ ଡ଼ିଜିଙ୍କ ତଦନ୍ତ ନିର୍ଦେଶ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଅନ୍ୟପଟେ ଝାରପଡ଼ା ଜେଲରେ ଆର୍ମିରେ ଜଣେ ଡିଆଇଜି ରାଙ୍କର ଅଫିସର ଆରମ୍ଭ କରିଛନ୍ତି ତଦନ୍ତ ।
ଅନ୍ୟପଟେ ଆର୍ମି ମେଜର ଓ ତାଙ୍କ ପ୍ରେମିକାଙ୍କୁ ଭରତପୁର ଥାନାରେ ୧୦ଘଣ୍ଟା ଧରି ଅଟକ ରଖିବା ଓ ପରେ ତାଙ୍କ ପ୍ରେମିକାଙ୍କୁ ଅସଦାଚରଣ ଓ ସହ ତାଙ୍କ ଅଭିଯୋଗ ନ ରଖିବା ଘଟଣାକୁ ନେଇ ତଦନ୍ତ କରିବାକୁ ମଧ୍ୟ ପୋଲିସ ଡିଜି ନିର୍ଦେଶ ଦେଇଛନ୍ତି । ଏହି ଘଟଣାରେ କମିସନରେଟ ପୋଲିସ ଆର୍ମି ମେଜରଙ୍କ ନାଁରେ ଥାନାରେ ଗଣ୍ଡଗୋଳ କରିବା ଭଳି ପରିସ୍ଥିତି ଉପୁଜାଇବା ଓ ତାଙ୍କ ପ୍ରେମିକା ପୋଲିସ ଏସଆଇଙ୍କୁ ଡ୍ୟୁଟିରେ ଥିବା ସମୟରେ ଆକ୍ରମଣ କରିବା ଭଳି ଅଭିଯୋଗରେ ତାଙ୍କୁ (ମେଜରଙ୍କ ପ୍ରେମିକା)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଘଟଣାର ମଧ୍ୟ ତଦନ୍ତ କରାଯିବ । କିଭଳି ପରିସ୍ଥିତିରେ ଆର୍ମି ମେଜର ଓ ତାଙ୍କ ପ୍ରେମିକା ଥାନାରେ ପହଂଚିଥିଲେ ସେଠାରେ ତାଙ୍କ ସହ କଣ ଘଟିଲା ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଘଟଣା କ୍ରମ ଏମିତି ଥିଲା !-
ଅଭିଯୋଗ ଅନୁଯାୟୀ, ଆର୍ମି ମେଜର ଯେ କି ପଶ୍ଚିମବଙ୍ଗରେ ପୋଷ୍ଟିଂ ଅଛନ୍ତି ଗୁରବଂଶ ସିଂ ଓ ତାଙ୍କ ପ୍ରେମିକା 14 ତାରିଖ ରାତିରେ ଭରତପୁର ଥାନାରେ ପହଂଚିଥିଲେ । ସେଠାରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ କେହି ଦୁର୍ବୁତ୍ତ ହଇରାଣ କରିଛନ୍ତି । ଏନେଇ ସେ ପୋଲିସକୁ ଜଣାଇବା ପରେ ତୁରନ୍ତ ଆକ୍ସନ ନେବାକୁ କହିଥିଲେ ।ହେଲେ ଏନେଇ ପୋଲିସକୁ କୌଣସି ଲିଖିତ ରିପୋର୍ଟ ଦେଇନଥିବାରୁ ପୋଲିସ ପ୍ରଥମେ ସେମାନଙ୍କୁ ଲିଖିତ ରିପୋର୍ଟ ଦେବାକୁ କହିଥିଲା ବୋଲି ସୂଚନା ମିଳିଛି । ତେବେ ଏନେଇ ସେମାନେ ଆପଣଙ୍କ ସିନିୟର୍ ଅଫିସିଆଲ୍ କିଏ ଅଛନ୍ତି କହି ତାଙ୍କ ସହ କଥା କରାଇବାକୁ କହିଥିଲେ । ଯେଉଁଠୁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ସୂଚନା ରହିଛି ।ପୋଲିସ ସେମାନଙ୍କ କାର ଭିତରେ ମଦ ବୋତଲ ପଡ଼ିଥିବାରୁ ଏନେଇ ତାଙ୍କୁ ବ୍ରେକ ଆନାଲାଇଜରରେ ଟେଷ୍ଟ ପାଇଁ କହିଥିଲେ । ହେଲେ ସେମାନେ ମନା କରିବାରୁ ମହିଳା ଅଫିସର ଆର୍ମି ମେଜରଙ୍କ ପ୍ରେମିକାକୁ ଟାଣି ଟାଣି ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଯେଉଁ ସମୟରେ ସେ ସେହି ଲେଡି ଅଫିସରଙ୍କଠାରୁ ବର୍ତିବା ପାଇ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି । ଏହି ଘଟଣାରେ ପୁର୍ବରୁ ପୋଲିସ ଏକ କେସ ରୁଜୁ କରିଥିଲା ଯେଉଁଥିରେ ଆର୍ମି ମେଜରଙ୍କୁ ସେହି ଟାଠାରେ ନୋଟିସ ଜାରି କରିଥିଲା ଓ ତାଙ୍କ ପ୍ରେମିକାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରି ଭୁବନେଶ୍ୱର କୋର୍ଟକୁ ଚାଲାଣ କରିଥିଲା । ଏନେଇ ବେଲ ନ ମିଳିବାରୁ ସେ ଏବେ ବିଚାର ବିଭଗିୟ ହାଜତ ଝାରପଡ଼ା ଜେଲରେ ଅଛନ୍ତି ।
ଏହି ଘଟଣା ସାମ୍ନାକୁ ଆସିବାପରେ ଆର୍ମି ଓ ପୋଲିସ ମହଲରେ ଚର୍ଚ୍ଚା ହେବା ସହ ଏନେଇ ଏଭଳି ଘଟଣା କ୍ରମ ନେଇ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦୃଶ ଦେଇଥିବା ବେଳେ ଅନ୍ୟପଟେ ଆର୍ମି ପକ୍ଷରୁ ମଧ୍ୟ ଏହାର ତନାଘନା ହେଉଛି । ଆର୍ମି ମେଜରଙ୍କ ସହ ଘଟଣା ଘଟିଥିଲା କିଭଳି ପରିସ୍ଥିତିରେ ତାଙ୍କୁ ପୋଲିସ ଅଟକ ରଖିଥିଲା । ତାହାର ତନାଘନା କରୁଛି କ୍ରାଇମବ୍ରାଞ୍ଚ । ତେବେ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଆମ କ୍ୟାମେରାରେ ବା ଅଫିସିଆଲ୍ ଭାବେ ମିଳିପାରିନାହିଁ । ନା ମେଜର ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
- ଭରତପୁର ଥାନାରେ ସେନା ମେଜରଙ୍କୁ ମାଡ଼ ଅଭିଯୋଗ ମାମଲା
- ଭରତପୁର ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର 3 ଜଣିଆ ଟିମ୍
- ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱାଧୀନ ଟିମ୍ର ପଚରାଉଚରା
- ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି
ଭରତପୁର ଥାନାରେ କ୍ରାଇମବ୍ରାଞ୍ଚର 3 ଜଣିଆ ଟିମ୍-
ଆର୍ମି ମେଜର ଓ ତାଙ୍କ ପ୍ରେମିକାଙ୍କୁ ମାଡ ଅଭିଯୋଗ ମାମଲା ଘଟଣାର ତଦନ୍ତ ଆରମ୍ଭ । ଥାନାଧିକାରିଙ୍କୁ ଏନେଇ ପଚରାଉଚରା । ଥାନାରେ ଅନ୍ୟ ଷ୍ଟାଫଙ୍କୁ ମଧ୍ୟ ପଚରାଉଚରା । ଘଟଣା କ୍ରମ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ତଦନ୍ତ ଆରମ୍ଭ କରିଛି । ଏନେଇ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଭରତପୁର ଥାନାରେ ପହଂଚି ତଦନ୍ତ କରିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚର କେସ ନମ୍ବର ୧୦/୨୪ରେ କେସ ତନାଘନା ଆରମ୍ଭ ହୋଇଛି । ଥାନାଧିକାରିଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚୁରା କରିଛନ୍ତି । ଏନେଇ ଘଟଣା କ୍ରମ କିଭଳି ଥିଲା ସେମାନେ କେଉଁ ସମୟରେ ପହଂଚିଥିଲେ ଥାନାରେ । ସେତେବେଳେ ଥାନାରେ ଡିସିଓ କିଏ ଥିଲେ । ଏନେଇ ସମସ୍ତ ଦିଗକୁ ନେଇ ତିନିଜଣିଆ ଟିମ୍ ଛାନଭିନ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେହିପରି କମିଶନରେଟ ପୋଲିସ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ ।