ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଆକ୍ସନ ମୁଡରେ ପୋଲିସ୍, ଆଇନଶୃଙ୍ଖଳା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ - Odisha DGP meeting with SP - ODISHA DGP MEETING WITH SP

Police meeting: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତାଗିଦ ପରେ ଏବେ ଆକ୍ସନ ମୋଡରେ ପୋଲିସ । ପୋଲିସ ଡିଜି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଡକାଇ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଅଧିକ ପଢନ୍ତୁ

Police meeting
Police meeting (ETV Bharat Odisha)

By ETV Bharat Odisha Team

Published : Jun 17, 2024, 9:24 PM IST

ଭୁବନେଶ୍ୱର: 'ରାଜ୍ୟରେ ବିଗୁଡୁଥିବା ଆଇନଶୃଙ୍ଖଳାକୁ ଠିକ୍ କର । ସାଧାରଣ ଲୋକଙ୍କ ଅଭିଯୋଗକୁ ଶୀଘ୍ର ଗୁରୁତ୍ବ ଦିଅ । ଲୋକଙ୍କ ମଧ୍ୟରେ ସେବା ନ୍ୟାୟ ଦେବାରେ ବିଶ୍ବାସ ଦିଅ ।' ଓଡି଼ଶା ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ଏପରି କଡା ତାଗିଦ ପରେ ଆକ୍ସନ ମୁଡ଼ରେ ପୋଲିସ ଡିଜି । ଏନେଇ ସମସ୍ତ ଜିଲ୍ଲାର ଏସପିମାନଙ୍କ ସହ ବୈଠକ କରିବା ସହ ଆଲୋଚନା କରିଛନ୍ତି ପୋଲିସ ଡିଜି । ଡିଜି କ୍ୟାମ୍ପ ଅଫିସରେ ବରିଷ୍ଠ ଆଇପିଏସଙ୍କୁ ନେଇ ଭିସି ଜରିଆରେ ସବୁ ଏସପି, ରେଞ୍ଜ ଆଇଜି ଓ ଡିଆଇଜି ସହ ଆଲୋଚନା କରାଯାଇଛି ।

Police meeting (ETV Bharat Odisha)


ପୋଲିସ ବୈଠକରେ ବିଶେଷ କରି ଆଇନଶୃଙ୍ଖଳାକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ସୂଚନା ରହିଛି । ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଲା ଭଳି ସ୍ଥିତି ଦେଖାଗଲେ ତୁରନ୍ତ ହେଡକ୍ବାଟରକୁ ଏନେଇ ଜଣାଇବାକୁ ନିର୍ଦ୍ଦେଶ ରହିଛି ।ଏଥିସହ ଆଇନକୁ ହାତକୁ ନେଉଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନ୍ୟାୟ ପାଇବାରୁ ଯେପରି ସାଧାରଣ ଲୋକ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ଲୋକଙ୍କ ମଧ୍ୟରେ ପୋଲିସ ବିରୋଧରେ ଯେଭଳି ଆକ୍ରୋଶ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଥାନା ସ୍ତରରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉ, ସାଧାରଣ ଲୋକକୁ ସଠିକ ବ୍ୟବହାର କରିବା, ଥାନା ସ୍ତରରେ ସାଧାରଣ ଲୋକ ସେବା ଓ ନ୍ୟାୟ ପାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଜୁଲାଇ ପହିଲାରୁ ନୂଆ ପୋଲିସ ଆଇନ, ହଟିବ ଦେଢ଼ ଶହ ବର୍ଷ ପୁରୁଣା ବ୍ରିଟିଶ ବ୍ୟବସ୍ଥା - BHARATIYA NYAYA SANHITA

ଅଭିଯୋଗ ଆଣି ଆସୁଥିବା ଲୋକମାନଙ୍କ ମଧ୍ୟରେ ପାତର ଅନ୍ତର ନକରିବା ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାର ଏସପି ମାନଙ୍କୁ ନିର୍ଦେଶ ଦିଆଯାଇଛି । ଲୋକଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ କରିବା ପାଇଁ କୁହାଯାଇଛି । ସେବା ଯୋଗାଇବା ମନୋଭାବ ନେଇ ଲୋକଙ୍କୁ ବ୍ୟବହାର କରାଯାଉ । କଥା କଥାରେ ଆଇନକୁ ହାତକୁ ନେଉଥିବା‌ ଲୋକ କିମ୍ବା ଗୁଣ୍ଡାରାଜ ,ମାଫିଆଗିରି, ଦାଦାବଟି ମାଗୁଥିବା ଭଳି ଲୋକଙ୍କ ଉପରେ ପୋଲିସ ଆକ୍ସନ ନେବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ଅନ୍ୟପଟେ ଜୁଲାଇ ମାସ ପହିଲାରୁ ଲାଗୁ ହେବାକୁ ଥିବା ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା ଲାଗୁ ନେଇ ମଧ୍ୟ ବୈଠକରେ ଉପସ୍ଥାପନା କରାଯାଇଛି । ଏନେଇ କିଭଳି ପୋଲିସ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ ସନେଇ ଆଲୋଚନା ହୋଇଛି । ଏଥିସହ ଆଇପିସି ଓ ସିଆରପିସି ବନ୍ଦ ହେବାକୁ ଥିବା ବେଳେ ପୁରୁଣା କେସର ଫାଇଲକୁ ମଧ୍ୟ ପୁରୁଣା ଢାଞ୍ଚାରେ କ୍ଲୋଜ କରାଯିବ ସେ ଦିଗରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜିପି ।

ଏହି ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଇଣ୍ଟେଲିଜେନସ ଡାଇରେକ୍ଟର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏଡିଜି ହେଡକ୍ବାଟର ଯତିନ୍ଦ୍ର କକୋଏଲ, ବିଜୁ ପଟ୍ଟନାୟକ ଟ୍ରେନିଂ ଏକାଡେମୀ ନିର୍ଦ୍ଦେଶକ ଏସ ସାଇନି, ଆରପି କୋଚେ ,ଆଶିଷ ସିଂ , ଅନୁପ ସାହୁ , ଆର କେ ଶର୍ମା ପ୍ରମୁଖ ଯୋଗଦେଇଥିଲେ । ଏଥିସହ ଅନ୍ୟ ଅଧିକାରୀ ଭିସି ଜରିଆରେ ଯୋଗଦେଇ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details