ଓଡିଶା

odisha

ETV Bharat / state

ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଜାରି ରହିଛି ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ମଣ୍ଡପ ବୁଲା କାର୍ଯ୍ୟକ୍ରମ । ଗତକାଲି ଭୁବନେଶ୍ବର ଓ ଆଜି କଟକରେ ପୂଜା ବୁଲିବା ପରେ ଅପରାହ୍ନରେ ଯିବେ ଜନ୍ମମାଟି କେନ୍ଦୁଝର ।

By ETV Bharat Odisha Team

Published : 4 hours ago

Updated : 2 hours ago

Odisha CM Keonjhar visit
Odisha CM Keonjhar visit (ETV BHARAT ODISHA)

କେନ୍ଦୁଝର:ରାଜଧାନୀ ଭୁବନେଶ୍ବର ଓ ସିଲିଭର ସିଟି କଟକରେ ପୂଜା ବୁଲିବା ପରେଜନ୍ମମାଟି କେନ୍ଦୁଝରରେ ଦଶହରା ପାଳିବେ ମୁଖ୍ୟମନ୍ତ୍ରୀ । ଆଜିକଟକର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବା ପରେ ଅପରାହ୍ନରେ କେନ୍ଦୁଝରକୁ 3ଦିନିଆ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ 3ଟା ଭୁବନେଶ୍ବର ବିମାନ ବନ୍ଦରରୁ ଚାଟାର୍ଡ ଫ୍ଲାଇଟରେ ଜନ୍ମମାଟି ଅଭିମୁଖେ ବାହାରିବେ ମୋହନ । ଆଜି ସନ୍ଧ୍ୟାରେ ଓ ଆସନ୍ତାକାଲି କେନ୍ଦୁଝରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବେ । ନବମୀ ଏବଂ ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।

କେନ୍ଦୁଝର ଗସ୍ତର କାର୍ଯ୍ୟସୂଚୀ ଓ ଆଜିର କାର୍ଯ୍ୟକ୍ରମ:

  • ଆଜି(ଶନିବାର) ଅପରାହ୍ନ 3ଟା 50ମିନିଟରେ ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ
  • ଅପରାହ୍ନ 4ଟାରେ ଏକ ଚାଟାର୍ଡ ପ୍ଲେନ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ
  • ଅପରାହ୍ନ 4ଟା 35ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରେ ଅବତରଣ କରିବ ମୁଖ୍ୟମନ୍ତ୍ରୀଙ୍କ ବିମାନ
  • 4ଟା 45 ମିନିଟରେ ସେଠାରୁ ସଡକ ପଥରେ ବାହାରି 5ଟାରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚିବେ
  • ସନ୍ଧ୍ୟା 6 ଟାରେ ବାଁପାରସ୍ଥିତ ସାଇ ମନ୍ଦିର ଯିବେ
  • 6ଟା 30ମିନିଟରେ ନିଉ-କଲୋନୀ ସ୍ଥିତ ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ପୂଜାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ସନ୍ଧ୍ୟା 7ଟାରେ ଟେଲିଫୋନ ଏକ୍ସଚେଞ୍ଜ ଛକ ପୂଜା ମଣ୍ଡପରେ ପହଞ୍ଚିବେ
  • ପରେ ଗୁଜୁରାଟୀ ସମାଜ ପକ୍ଷରୁ ନବରାତ୍ର ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ
  • ରାତି 9ଟା 45 ମିନିଟରେ ସର୍କିଟ ହାଉସରେ ରାତ୍ରିଯାପନ କରିବେ ସିଏମ୍‌

ଆସନ୍ତାକାଲିର କାର୍ଯ୍ୟକ୍ରମ:

  • ଆସନ୍ତାକାଲି (ରବିବାର) ସକାଳ 8ଟା 30ରେ ରାଇକଳାସ୍ଥିତ ନିଜ ଘରକୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ 12ଟା 5 ମିନିଟ ପର୍ଯ୍ୟନ୍ତ ରହିବେ । 12 ଟା 30ରେ ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ, ସେଠାରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ରହିବେ
  • 3ଟା 30ରେ ସୁନାରିପଶି ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ
  • 4ଟା 30 ରେ ଉଖୁଣ୍ଡା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିବେ
  • ସନ୍ଧ୍ୟା 6ଟାରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚି ରାତ୍ରିଯାପନ କରିବେ

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହାମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ତୃତୀୟ ଦିନ କାର୍ଯ୍ୟକ୍ରମ:

  • ସୋମବାର ଦିନ 12ଟା 5ରେ ସର୍କିଟ ହାଉସରୁ ବାହାରି 12ଟା 20ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ
  • 12ଟା 30ମିନିଟରେ ରାଇସୁଆଁ ଏୟାରଷ୍ଟ୍ରିପରୁ ଚାଟାର୍ଡ ପ୍ଲେନ ଯୋଗେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବେ
  • ଦିନ 1ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ
  • ଏହାପରେ ସିଧା ଭୁବନେଶ୍ଵର ୟୁନିଟ-୨ ସ୍ଥିତ ନିଜ ବାସଭବନରେ ପହଞ୍ଚିବେ
Odisha CM Keonjhar visit (ETV BHARAT ODISHA)

ଗୃହଜିଲ୍ଲାରୁ ଆସିଥିଲା ଦଶହରା ନିମନ୍ତ୍ରଣ

ସୂଚନା ଥାଉକି, ନବମୀ ଏବଂ ଦଶମୀରେ ଦୁର୍ଗା ପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହି ନିମନ୍ତ୍ରଣ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଆଶିଷ ନେବା ସହ ଲୋକଙ୍କ ସହ ମିଶିବେ । ଗତକାଲି ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ବରର ଏକାଧିକ ପୂଜା ମଣ୍ଡପରେ ମା’ ଜଗତଜନୀନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated : 2 hours ago

ABOUT THE AUTHOR

...view details