ଓଡିଶା

odisha

ETV Bharat / state

ଦୂର ହେବ ଆଳୁ ସଙ୍କଟ; ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ, ଶାସକ-ବିରୋଧୀ ମୁହାଁମୁହିଁ - Mohan request Mamata patato crisis - MOHAN REQUEST MAMATA PATATO CRISIS

CM Mohan request Mamata on patato crisis: ରାଜ୍ୟରେ ଆଳୁ ସମସ୍ୟା ଦେଖାଦେଇଥିବା ବେଳେ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ଆଳୁକୁ ନେଇ ରାଜ୍ୟ ରାଜନୀତି ସରଗରମ । ମୁହାଁମୁହିଁ ହେଲେ ଶାସକ-ବିରୋଧୀ । ଅଧିକ ପଢ଼ନ୍ତୁ

CM Majhi Speak to Bengal CM Mamata on Resolving Potato Supply to Odisha
CM Majhi Speak to Bengal CM Mamata on Resolving Potato Supply to Odisha (ETV Bharat Odisha)

By ETV Bharat Odisha Team

Published : Aug 11, 2024, 4:11 PM IST

Updated : Aug 11, 2024, 5:24 PM IST

ଭୁବନେଶ୍ବର:ଦୂର ହେବ ଆଳୁ ସଂକଟ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ଅନୁରୋଧ କଲେ ମୋହନ । ସେପଟେ ମମତା ବାନାର୍ଜୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ODISHA POTATO CRISIS (ETV Bharat Odisha)

ଦୂର ହେବ ଆଳୁ ସମସ୍ୟା:

ରାଜ୍ୟରେ ଆଳୁ ସଂକଟ ଦେଖାଦେଇଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ଆଳୁ ସଂକଟ ଦୂର କରିବା ପାଇଁ ଆଳୁ ଯୋଗାଣକୁ ସ୍ଵାଭାବିକ କରିବାକୁ ଟେଲିଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି । ସେପଟେ ଏନେଇ ପଦକ୍ଷେପ ନେବେ ବୋଲି ମମତା ପ୍ରତିଶୃତି ଦେଇଛନ୍ତି ।

ମମତାଙ୍କ ସହ କଣ କଥା ହେଲେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି, "ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣିଥରେ ଓଡ଼ିଶାକୁ ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି ।" ତେବେ ଏଥି ପ୍ରତି ଧ୍ୟାନ ଦେଇ ଆଳି ଯୋଗାଣ ସମସ୍ୟାକୁ ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଆଳୁ ଦୋଷ ଆଜିର ନୁହେଁ:

ବିଜେପି ନେତା ସୁରଥ ବିଶାଳ କହିଛନ୍ତି, "ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଳୁ ଦୋଷ ଆଜିର ନୁହେଁ । ଏ ଆଳୁ ଦୋଷ ୨୫ ବର୍ଷ ଭିତରେ କେତେ ହୋଇଥିଲା ତାହା ରାଜ୍ୟବାସୀ ଜାଣିଛନ୍ତି । ଦୀର୍ଘଦିନର ସମସ୍ୟାକୁ ସମାଧାନ କରିବା ପାଇଁ ବର୍ତ୍ତମାନର ରାଜ୍ୟ ସରକାର ସାମାନ୍ୟତମ ତ୍ରୁଟି ଅବହେଳା ଉଦାସୀନତା ପ୍ରଦର୍ଶନ କରୁନାହାନ୍ତି । ଯାହା କରାଯାଇପାରିବ ପଦକ୍ଷପ ନିଆଯାଉଛି । ସମ୍ପୂର୍ଣ୍ଣ ସୁଧାର ଗୋଟିଏ ଦିନରେ ହେବ ନାହିଁ । ଆଳୁ ଚାଷ ପାଇଁ ଚାଷୀଙ୍କୁ ପ୍ରଭାବିତ କରି ପ୍ରତ୍ସାହିତ କରାଯିବ । ଶୀତଳ ଭଣ୍ଡାର ହେବ ଏଥିପାଇଁ ସମୟ ଲାଗିବ । ତାପରେ ଯାଇ ଅବସ୍ଥା ସୁଧୁରିବ । ଯେଉଁ ଦିନ ନବୀନ ବାବୁ ଚିଠି ଲେଖିଥିଲେ ଆଳୁ ଦେବା ପାଇଁ ସେତେବେଳେ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ସତେ ଯେମିତି ମନା ବି ଇଏ କରିଥିଲେ ଇଏ କହିଲେ ଆଳୁ ଦେଇଦେବେ । ତେଣୁ ପୂର୍ବରୁ ଯାହା ଅବହେଳା କରିଛ ଏବେ ରାଜନୀତି ନକରି ମୁଖ୍ୟମନ୍ତ୍ରୀ ନେଉଥିବା ପଦକ୍ଷପକୁ ସହଯୋଗ କର । ଧୀରେ ଧୀରେ ଆଳୁ ସ୍ଥିତି ସୁଧୁରୁଛି । ସରକାର ଏବେ ସ୍ୱଳ୍ପ ମୂଲ୍ୟରେ ଆଳୁ ଯୋଗାଇବା ଆରମ୍ଭ କରିଛନ୍ତି ।"

ନୂଆ ସରକାର ଆସୁ ଆସୁ ଆଳୁ ସଙ୍କଟ:

ସେପଟେ ଆଳୁ ସମସ୍ୟାକୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ କହିଛନ୍ତି, "ନବୀନ ସରକାରର ଦୀର୍ଘ ବର୍ଷର ଶାସନ ଭିତରେ ଥରେ କି ଦୁଇଥର ଆଳୁ ସଙ୍କଟ ଦେଖାଦେଇଥିଲା । କିନ୍ତୁ ଏ ସରକାର ଆସୁ ଆସୁ ଆଳୁ ସଙ୍କଟ ଆଜି ତୀବ୍ରରୂପ ଧାରଣ କରିଛି । ଖାଉଟି ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଆଳୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି, ତଥାପି ଆଳୁ ସମସ୍ୟା ଦୂର ହେଇପାରୁନି । ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ରାଜ୍ୟ ସରକାର କଥା ହେଉଥିଲେ । ଏବେ ପୁଣି ପଶ୍ଚିମବଙ୍ଗରୁ ଆଣିବା ପାଇଁ କଥା ହେଉଛନ୍ତି । ଯୋଗାଣ ମନ୍ତ୍ରୀ ବାରମ୍ବାର ବୟାନ ଦେଉଛନ୍ତି ଆଳୁ ଗୋଦାମ ଯାଇଥିଲେ, ଚଢ଼ାଉ କରୁଛନ୍ତି, ଆକଟ କରୁଛନ୍ତି । ହେଲେ ଏହା ସତ୍ତ୍ବେ ମଧ୍ୟ ଆଳୁ ସଂକଟ ଦୂର ହୋଇପାରୁନି । ଚେଷ୍ଟା ଜାରି ରଖିଛନ୍ତି ଦେଖାଯାଉ କେତେଦିନରେ ସମସ୍ୟାର ସମାଧାନ କରୁଛନ୍ତି । ଆମେ ଆଶା କରୁଛୁ ଆଳୁ ସମସ୍ୟା ଦୂର ହେବ । ଲୋକଙ୍କୁ ସୁଲଭ ଦରରେ ଆଳୁ ମିଳିବ ।

ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଲା କଂଗ୍ରେସ:

ସେପଟେ ଆଳୁ ସମସ୍ୟାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି "ଆଳୁ ଦାମ ବଢିବା ଯୋଗୁଁ ଲୋକ ଦୁଃଖ କଷ୍ଟରେ ବଞ୍ଚୁଛନ୍ତି । 2016ରେ ବିଜେଡି ସରକାର ଆଳୁ ମିଶନ ଆରମ୍ଭ କରିଥିଲେ ହେଲେ ତାହାର ବିଫଳତା ଯୋଗୁଁ ଆଜି ଏ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନର ସରକାର ନେଉଥିବା ପଦକ୍ଷେପରୁ ଯାହା ଜଣା ପଡୁଛି ସେମାନେ ସିରିୟସ ନାହାନ୍ତି । କାହିଁକି ଆଳୁ ମିଶନ ବିଫଳ ହେଲା ତାହାର କାରଣ ଖୋଜନ୍ତୁ ସରକାର । ପରିଚାଳନା ଗତ ତ୍ରୁଟି ଯୋଗୁଁ ଆଳୁ ମିଶନ ଫେଲ ହୋଇଛି । ସରକାରୀ ଶୀତଳ ଭଣ୍ଡାରକୁ ବିଜେଡି ସରକାର ବନ୍ଦ କରିଦେଲେ । ଘରୋଇ ଶୀତଳ ଭଣ୍ଡାର ମାଲିକ ଓ ଚାଷୀଙ୍କ ଭିତରେ ସମନ୍ୱୟ ରହିଲା ନାହିଁ । ମାତ୍ର 1 ଲକ୍ଷ ହେକ୍ଟରରେ ଆଳୁ ଚାଷ କଲେ ରାଜ୍ୟରେ ଆଳୁ ଚାହିଦା ପୂରଣ ହୋଇ ପାରିବ । ପଶ୍ଚିମବଙ୍ଗରୁ କାହିଁକି ଆଳୁ ଗାଡି ଛଡା ଯାଉନାହିଁ ସେ ନେଇ ସରକାର ବିଚାର କରିବା ଦରକାର ।"

ଏହା ମଧ୍ୟ ପଢ଼ନ୍ତୁ...୫ କେଜି 'ଆଳୁ' ମାଗି ସସପେଣ୍ଡ୍ ହେଲେ ପୋଲିସ ବାବୁ, ଜାଣନ୍ତୁ ପୁରା ମାମଲା - Police Demands Potatoes as bribe

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 11, 2024, 5:24 PM IST

ABOUT THE AUTHOR

...view details