ଓଡିଶା

odisha

ETV Bharat / state

ଆଜି ରସଗୋଲା ଦିବସ, ଜଗନ୍ନାଥ ସଂସ୍କୃତି ସହ କଣ ସମ୍ପର୍କ ? ‘ଓଡିଶା ରସଗୋଲା’କୁ ମିଳିଛି GI ମାନ୍ୟତା, ସୋସିଆଲ ମିଡିଆରେ ଉତ୍ସାହ - Rasagola Dibasa - RASAGOLA DIBASA

Rasagola Dibasa: ଆଜି ରାଜ୍ୟ ପାଳୁଛି ରସଗୋଲା ଦିବସ । ମିଠା ଦୋକାନରେ ଗ୍ରାହକଙ୍କ ଭିଡ । ନୀଳାଦ୍ରି ବିଜେ ସମୟରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମନାଇବେ ଜଗନ୍ନାଥ । ଅଧିକ ପଢନ୍ତୁ

Rasagola
Rasagola (ETV BHARAT ODISHA)

By ETV Bharat Odisha Team

Published : Jul 19, 2024, 12:28 PM IST

Updated : Jul 19, 2024, 6:14 PM IST

ପୁରୀ: ରସଗୋଲା... ଖାଇବା ପୂର୍ବରୁ ଏହି ନାମ ଶୁଣିବା ମାତ୍ରେ ପାଟିରୁ ଲାଳ ଆସିଯାଏ । ଏହା ଦେଖିବାକୁ ଯେତିକି ସୁନ୍ଦର, ଏହାର ସ୍ବାଦ ତାଠୁ ନିଆରା । ରସଗୋଲାର ସ୍ବାଦ ମନ ସାଙ୍ଗକୁ ମୁହଁକୁ ମିଠା ମିଠା କରିଦିଏ । ଶୁଭ କାର୍ଯ୍ୟରେ ପ୍ରଥମେ ଆବଶ୍ୟକ ପଟେ ଏହି ଧଳା ଗୋଲ ରଙ୍ଗର ମିଠା । ଅତିଥି ଚର୍ଚ୍ଚାଠୁ ଆରମ୍ଭ କରି ପର୍ବପର୍ବାଣୀରେ ସବୁଠି ରସଗୋଲା ଲୋଡାଯାଏ । ରସଗୋଲା ବିନା ସବୁ ଯେମିତି ଅଧୁରା । ରସଗୋଲା ଜଗନ୍ନାଥ ସଂସ୍କୃତି ସହ ବହୂ ପୂରାତନ କାଳରୁ ଜଡିତ । ପ୍ରତିବର୍ଷ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପାଳନ କରାଯାଏ । ବିଶ୍ବରେ ରସଗୋଲାର ସ୍ବାଦକୁ ପହଞ୍ଚାଇବାକୁ ପାଇଁ 2015 ମସିହାଠାରୁ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି ।

ଆଜି ରସଗୋଲା ଦିବସ (ETV Bharat Odisha)

ଜଗନ୍ନାଥ ସଂସ୍କୃତି ସହ ରସଗୋଲାର ସମ୍ପର୍କ : ଜଗନ୍ନାଥ ମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ପୂରାତନ କାଳରୁ ହୋଇ ଆସୁଛି । ଏହା କେବେ ଆରମ୍ଭ ହେଲା ସେନେଇ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାଇଥିଲେ ଶ୍ରୀଜିଉ । ଅଭିମାନିନୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିଥିଲେ । ନୀଳାଦ୍ରି ବିଜେ ଦିନ ଜଗନ୍ନାଥ ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ରାଗିକି ବାଟ ବନ୍ଦ କରି ଦିଅନ୍ତି ମା ଲକ୍ଷ୍ମୀ । ଏହି ସମୟରେ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ କେଳୁ ଚରଣ ବେହେରା ପାହାଳଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।

Rasagola (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଜି ସରୁଛି ଶ୍ରୀଜୀଉଙ୍କ ବାହାର ଲୀଳାଖେଳା: ରତ୍ନବେଦୀକୁ ଫେରିବେ କଳାଠାକୁର, ରାଗିଛନ୍ତି ମହାଲକ୍ଷ୍ମୀ, ରସଗୋଲା ଖୁଆଇ କରିବେ ମାନଭଞ୍ଜନ - Niladri Bije

Rasagola (Getty)

ରସଗୋଲାକୁ GI ଟ୍ୟାଗ: ରସଗୋଲା କାହାର ? ଏହାକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଚାଲିଥିଲା । ଏଥିରେ ବିଜୟୀ ହୋଇଥିଲା ଓଡିଶା । ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ 2019 ଜୁଲାଇ 29 ତାରିଖରେ 'ଓଡ଼ିଶା ରସଗୋଲା'କୁ ଜିଆଇ ମାନ୍ୟତା ଦିଆଯାଇଥିଲା । ଓଡିଶା ଖୁଦ୍ର ଶିଳ୍ପ ନିଗମ ତରଫରୁ ଏନେଇ ଆବେଦନ କରାଯାଇଥିଲା। ସେହିପରି ଓଡିଶା ରସଗୋଲା ନିର୍ମାତା ସଂଘ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ମଧ୍ୟ ଆବେଦନ କରିଥିଲେ । ଜିଆଇ ଆବେଦନ ସଂଖ୍ୟା 612 କ୍ଲାସ 29 ଓ 30 ଅଧୀନରେ ଉଲ୍ଲେଖ କରାଯାଇଛି । ଜିଓଗ୍ରାଫିକଲ ଇଣ୍ଡିକେସନ୍ସ ଅଫ ଗୁଡ୍ସ ଆକ୍ଟ1999ରେ ଏହା ଉଲ୍ଲେଖ ରହିଛି । ଏପଟେ ଆଜି ରସଗୋଲା ଦିବସ ଉପଲକ୍ଷେ ସୋସିଆଲ ମିଡିଆ ‘ଏକ୍ସ’ରେ ୟୁଜର୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

Rasagola (ETV BHARAT ODISHA)

କେମିତି ପ୍ରସ୍ତୁତ ହୁଏ ରସଗୋଲା ? : ରସଗୋଲା ପ୍ରସ୍ତୁତ କରିବା ପାଇଁ ଛେନା,ସୁଜି, ଚିନି ଓ ଗୁଜୁରାତି ଆବଶ୍ୟକ । ପ୍ରଥମେ ଛେନାରେ ସୁଜି ମିସାଇ ତାକୁ କିଛି ସମୟ ଚକଟିବା ପରେ ଗୋଲାକାର ରୂପ ଦିଆଯାଏ । ଏହାପରେ ହାତରେ ତାଙ୍କୁ ଛୋଟ ଛୋଟ ଗୋଲ ଗୋଲ କରାଯାଇ ଗରମ ଚିନି ସିରାରେ ପକାଯାଏ । କିଛି ସମୟ ପରେ ଏହାକୁ ବାହାର କରାଯାଇ ଖାଇବାକୁ ପରସା ଯାଏ ।

ରସଗୋଲା ଦୋକାନରେ ଭିଡ: ରସଗୋଲା ଦିବସ ଅବସରରେ ରାଜ୍ୟର ବିଭିନ୍ନ ମିଠା ଦୋକାନରେ ଲୋକଙ୍କ ଭିଡ ଜମିଛି । ବିଶେଷ ଭାବରେ ପ୍ରସିଦ୍ଧ ପାହାଳ ରସଗୋଲା ଖାଇବା ପାଇଁ ଲୋକଙ୍କ ଭିଡ ଲାଗିଛି । ରସଗୋଲା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ପାହାଳ ରସଗୋଲା ବ୍ୟବସାୟୀ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମିଠା ବ୍ୟବସାୟୀ ମାନେ ଲୋକଙ୍କ ମନଜାଣି ଆଜିର ଦିନରେ ବିଭିନ୍ନ ପ୍ରକାର ମିଠା ବନାଇଥାନ୍ତି । ଆଜିର ଦିନରେ ପାହାଳରେ ରସଗୋଲା, ଛେନାପୋଡ଼, ଗୁଡ଼ ରସଗୋଲା, ଛେନାଗଜା ଏଭଳି ୪ରୁ ୫ ପ୍ରକାର ମିଠା ମିଳୁଛି । ଆଜିର ଦିନରେ ଦୋକାନୀ ମିଠା ପ୍ରସ୍ତୁତ କରି ଯେତିକି ଉତ୍ସାହର ସହ ଗ୍ରାହକଙ୍କୁ ଚାହିଁଥାଏ, ସେତିକି ଉତ୍ସାହରେ ଆଜି ଦିନର ସ୍ଵତନ୍ତ୍ରତାକୁ ନେଇ ଗ୍ରାହକ ମଧ୍ୟ ମିଠା ଖାଇଥାଏ । ତେଣୁ ଆଜିର ଦିନରେ ମିଠାର ଚାହିଦା ଓ ବିକ୍ରି ଭଲ ହୋଇଥାଏ ।

Rasagola (Getty)

ରସଗୋଲାର ସ୍ବାଦ ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ଏକ ସାମାଜିକ ଦିବସ । ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡ଼ିଆରେ ପ୍ରଚାରରୁ ଆରମ୍ଭ ହୋଇଥିଲା ଓ ପରେ ସମ୍ବାଦ ଖବରକାଗଜ, ରେଡ଼ିଓ ଚକୋଲେଟ ପାହାଳର "କେଳୁ ବେହେରା ମିଠା ବ୍ୟବସାୟୀ ମହାସଂଘ" ସହ ମିଶି ଏହାକୁ ଓଡ଼ିଶାରେ ଜନପ୍ରିୟ କରାଇଥିଲେ । ଭୁବନେଶ୍ୱରରେ ପାଳିତ ଏହି ଉତ୍ସବରେ ୧୦ରୁ ଅଧିକ ରସଗୋଲା ଦୋକାନରୁ ପାଳଙ୍ଗ, ପୋଦିନା, ଅମୃତଭଣ୍ଡା ଆଦି ନାନାଦି ଉପାଦାନ ଥାଇ ରସଗୋଲା ପରିବେଷଣ କରିଥିଲେ । ରସଗୋଲା ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଭାବେ ଜନ୍ମିଥିବାର ଜଣାଯାଏ ।

ଇଟିଭି ଭାରତ, ପୁରୀ

Last Updated : Jul 19, 2024, 6:14 PM IST

ABOUT THE AUTHOR

...view details