ଓଡିଶା

odisha

ETV Bharat / state

ଫେବୃଆରୀ ୯ରୁ ବିଜେପିର 'ଗାଁକୁ ଚାଲ ଅଭିଯାନ' - ଗାଁକୁ ଚାଲ ଅଭିଯାନ

Gaon Chala Abhiyaan: ଆସନ୍ତା ଫେବୃଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ 'ଗାଁକୁ ଚାଲ ଅଭିଯାନ' ଆରମ୍ଭ କରିବ ବିଜେପି । ଗ୍ରାମୀଣ ଭୋଟ ହାତେଇବା ପାଇଁ ସ୍ଵତନ୍ତ୍ର ଷ୍ଟ୍ରାଟେଜି । ଅଧିକ ପଢନ୍ତୁ

Gaon Chala Abhiyaan
Gaon Chala Abhiyaan

By ETV Bharat Odisha Team

Published : Jan 29, 2024, 7:29 PM IST

Updated : Jan 29, 2024, 8:13 PM IST

ଫେବୃଆରୀ ୯ରୁ ବିଜେପିର 'ଗାଁକୁ ଚାଲ ଅଭିଯାନ'

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରାଜନୈତିକ ଦଳ । ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଲାଗି ଜୋରଦାର କସରତ ମଧ୍ୟ ଆରମ୍ଭ ହେଲାଣି । ତେବେ ରାଜ୍ୟରେ ଆସନ୍ତା ଫେବୃଆରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଆରମ୍ଭ କରିବାକୁ ଯାଉଛି ଗାଁକୁ ଚାଲ ଅଭିଯାନ' । ଗ୍ରାମୀଣ ଭୋଟ ହାତେଇବା ପାଇଁ ବିଜେପି ଏହି ସ୍ଵତନ୍ତ୍ର ଷ୍ଟ୍ରାଟେଜି ହାତେଇଛି ।

ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଦେଇଥିବା ବ୍ୟାପକ ସହାୟତା ଗାଁରେ ନପହଞ୍ଚିବାକୁ ନେଇ ସ୍ଥିତି ପରଖିବେ ବିଜେପି କର୍ମକର୍ତ୍ତା । ଲୋକଙ୍କୁ କେନ୍ଦ୍ର ଦେଉଥିବା ସହାୟତା ବାବଦରେ ପ୍ରଶ୍ନ କରାଯିବ ଏବଂ ସଚେତନ କରାଯିବ । ଏକ କୋଟି ପରିବାର ସହ ଜନ ସମ୍ପର୍କ କରିବେ ବିଜେପି କର୍ମୀ ଓ ନେତା । ଫେବୃଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜାରି ରହିବ ଗାଁକୁ ଚାଲ ଅଭିଯାନ । ଏଥିପାଇଁ ଆଜି ଗାଁକୁ ଚାଲ ଅଭିଯାନ ଉପରେ ବିଜେପି ରାଜ୍ୟ କାର୍ଯ୍ୟାଳୟର ଏକ କର୍ମଶାଳା ଆୟୋଜିତ ହୋଇଛି । ଦଳର ସବୁ ବିଧାୟକ, ରାଜ୍ୟ ସଭାପତି, ଉପସଭାପତି ଏବଂ କର୍ମୀମାନେ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଏହା ବି ପଢନ୍ତୁ- ଲତା ଉସେଣ୍ଡି କିଏ ? ଛତିଶଗଡ ବିଜେପି ବିଜୟ ପଛରେ ଥିଲା ବଡ ଭୂମିକା, ଓଡିଶାରେ ବଦଳାଇ ପାରିବେ କି ଅଙ୍କ

ମୋଦି ସରକାର ଦେଶକୁ 'ରାମ ରାଜ୍ୟ'ରେ ପରିଣତ କରିବା ପାଇଁ ପରିକଳ୍ପନା କରୁଥିବା ବେଳେ ଓଡ଼ିଶାରେ ବିଜେଡି ସରକାର ରାବଣ ରାଜ୍ୟର ରାଜା ହିସାବରେ ନିଜକୁ ପ୍ରତିପାଦିତ କରିଛି । କେନ୍ଦ୍ରରୁ ଆସୁଥିବା ସହାୟତାକୁ ବିଜେଡ଼ିର ଧନୀ ନେତାମାନେ ହଡ଼ପ କରୁଛନ୍ତି । ଗାଁକୁ ଚାଲ ଅଭିଯାନ ମାଧ୍ୟମରେ ଏ ସବୁକୁ ପର୍ଦ୍ଦାଫାସ କରିବ ବିଜେପି । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ରାମ ରାଜ୍ୟ ପ୍ରତିଷ୍ଠା କରି ସରକାର ଗଠନ ପାଇଁ ୩ ଦିନ ଧରି ଗାଁ ଗାଁକୁ ଯିବେ ବିଜେପି କର୍ମକର୍ତ୍ତା । ବୁଥ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି । ଏହା ପରେ ଆରମ୍ଭ ହେବ ଗାଁକୁ ଚାଲ ଅଭିଯାନ ।

ବିଜେପି ନେତାଙ୍କ କହିବାନୁସାରେ ଗାଁକୁ ଯିବା ପାଇଁ କେନ୍ଦ୍ରୀୟ ନେତୃତ୍ଵଙ୍କ ନିର୍ଦ୍ଦେଶ ଅଛି । ନିଜର ଏବଂ ପାଖ ପଞ୍ଚାୟତ ଯିବାକୁ ଟାସ୍କ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ବ । ୧୨୦୦ ପାଖାପାଖି ପଞ୍ଚାୟତ ଗସ୍ତ ସାରିଲାଣି । ବାକି ପଞ୍ଚାୟତଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା । ଶୀର୍ଷ ନେତୃତ୍ଵଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ । ତୃଣମୂଳ ସଂଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 29, 2024, 8:13 PM IST

ABOUT THE AUTHOR

...view details