ଭୁବନେଶ୍ବର: ବିଜେପି ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା । ନିର୍ବାଚନ ପାଖେଇ ଆସୁଥିବା ବେଳେ ଆରମ୍ଭ ହେଲାଣି କସରତ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିଥିବା ବେଳେ ଆଜି ବିଜେପି ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା ହୋଇଛି । ସନ୍ଧ୍ୟା ୫ଟା ବେଳେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା । ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେ ନେଇ ଆଲୋଚନା ହେବା ନେଇ ସେ କହିଛନ୍ତି ।
ମନମୋହନ ସାମଲ କହିଛନ୍ତି, "ଆଗାମୀ ନିର୍ବାଚନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ ରାଜ୍ୟ କୋର କମିଟି, ନିର୍ବାଚନ କମିଟି ଏହି ବୈଠକରେ ଯୋଗ ଦେବେ । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । କେମିତି ନିର୍ବାଚନ ପରିଚାଳନା କରିବେ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ଦଳୀୟ ନେତାମାନଙ୍କୁ ଗୁରୁ ମନ୍ତ୍ର ଦିଆଯିବ । " ଏହି ବୈଠକରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସମେତ ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି ଯୋଗ ଦେବେ ।
ରାଜ୍ୟ ରାଜନୀତିରେ ହଲଚଲ; ବିଜେପି ନେତୃତ୍ବଙ୍କୁ ଦିଲ୍ଲୀ ଡାକରା, ମେଣ୍ଟକୁ ନେଇ ହେବ କି ଚର୍ଚ୍ଚା ?
BJP Leader Visit Delhi: 2024 ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ । ମୋଦିଙ୍କ ଗସ୍ତ ପରେ ରାଜ୍ୟ ରାଜନୀତିରେ ହଲଚଲ । ଏପଟେ ଭୁବନେଶ୍ବରରେ ବିଜେଡି ବୈଠକ, ସେପଟେ ରାଜ୍ୟ ବିଜେପି ନେତୃତ୍ବଙ୍କୁ ଦିଲ୍ଲୀ ଡାକରା । ସନ୍ଧ୍ୟା ୫ଟା ବେଳେ ଦିଲ୍ଲୀରେ ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । କି ସନ୍ଦେଶ ଦେବେ ଶୀର୍ଷ ନେତୃତ୍ବ ? ବିଜେଡି-ବିଜେପି ମେଣ୍ଟକୁ ନେଇ ହେବ କି ଆଲୋଚନା ? ଏହା ଉପରେ ରହିଛି ସମସ୍ତଙ୍କ ନଜର,
Published : Mar 6, 2024, 1:52 PM IST
|Updated : Mar 6, 2024, 2:30 PM IST
ଏହା ମଧ୍ୟ ପଢନ୍ତୁ: ବିକଶିତ ଭାରତର ସ୍ବପ୍ନ ପୂରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଫଳ କରାନ୍ତୁ: ମନମୋହନ
ଏହା ମଧ୍ୟ ପଢନ୍ତୁ: ମେଣ୍ଟ ଚର୍ଚ୍ଚା ଭିତରେ ନବୀନ ଡାକିଲେ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି !
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ସଂଗଠନ ସମ୍ପାଦକ ଓ କୋର କମିଟିର କିଛି ନେତା ଡାକରା ପାଇବା ପରେ ଦିଲ୍ଲୀ ଗସ୍ତରେ ବାହିରିଛନ୍ତ । ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କ ଗୁରୁ ମନ୍ତ୍ର ବିଜେପିକୁ ତୃଣମୂଳ ସ୍ତରରେ ସାହାଯ୍ୟ କରିବାରେ ସହାୟକ ହେବ । କେମିତି ଲୋକମାନଙ୍କ ପାଖରେ କେନ୍ଦ୍ର ସରକାରଙ୍କ ସହାୟତା ପହଞ୍ଚିଛି କି ନାହିଁ ଗାଁ ଗାଁ ବୁଲି ତଦାରଖ କରିବେ ନେତା । ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ । ତେଣୁ ରାଜ୍ୟ ବିଜେପି ଦିଲ୍ଲୀରୁ ଗୁରୁ ମନ୍ତ୍ର ନେଇ ତାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବେ ।
ଇଟିଭି ଭାରତ, ଭୁବନେଶ୍ବର