ଓଡିଶା

odisha

ETV Bharat / state

ଭାରତରେ ପ୍ରଥମ, ଓଡି଼ଶା ଅଗ୍ନିଶମ ବିଭାଗରେ K-9 ସନ୍ଧାନୀ କୁକୁର - K9 SQUAD

ଓଡ଼ିଶା ଅଗ୍ନିଶମ ବାହିନୀରେ ସାମିଲ ହେବେ କେ-୯ ସନ୍ଧାନୀ କୁକୁର । ମଣିଷ ଶରୀରରୁ ନିର୍ଗତ ଡେଡ୍ ସେଲକୁ ଶୁଙ୍ଘିବାରେ ମାହିର ଏହି କୁକୁର ।

K9 Squad
K9 Squad (ETV Bharat Odisha)

By ETV Bharat Odisha Team

Published : Dec 29, 2024, 8:32 AM IST

କଟକ: ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳିନ ବିଭାଗ ଏବେ ଆଉ ଏକ ସୋପାନକୁ ଅତିକ୍ରମ କରିଛି । ଭାରତର ପ୍ରଥମ ଅଗ୍ନିଶମ ବାହିନୀ ଭାବେ ଉଦ୍ଧାର କାର୍ଯ୍ୟରେ କେ-୯ ସନ୍ଧାନୀ କୁକୁରଙ୍କୁ ବ୍ୟବହାର କରିବାକୁ ଯାଉଛି ବିଭାଗ । ମଣିଷ ଶରୀରରୁ ନିର୍ଗତ ହେଉଥିବା ଡେଡ୍ ସେଲକୁ ଶୁଙ୍ଘିବାରେ ଏହି କୁକୁରମାନେ ମାହିର । ଯାହାଦ୍ୱାରା କୌଣସି ଧ୍ବଂସସ୍ତୂପରୁ ମଣିଷଙ୍କୁ ଖୋଜି ବାହାର କରିବେ ସନ୍ଧାନୀ କୁକୁର ।

K9 Squad (ETV Bharat Odisha)


କେ-୯ ସନ୍ଧାନୀ କୁକୁର:

ଖଣି ଖାଦାନ ହେଉ କିମ୍ବା ବିରାଟ ଅଟ୍ଟାଳିକା ଅବା ଭୟଙ୍କର ଟ୍ରେନ ଦୁର୍ଘଟଣା । ଏଣିକି ଭଗ୍ନାବଶେଷ ଭିତରୁ ଜୀବିତ ମଣିଷଙ୍କୁ ଖୋଜିବେ ସନ୍ଧାନୀ କୁକୁର । ଗଦା ଗଦା କଙ୍କ୍ରିଟ୍, ଲୁହା କମ୍ବା ମାଟି ଅତଡା ତଳେ ଫସି ରହିଥିବା ଜୀବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ତାଲିମ ନେଉଥବା ଅଗ୍ନିଶମ ବାହିନୀର କେ-୯ ସନ୍ଧାନୀ କୁକୁର ଆଜି ତାଙ୍କ ଦକ୍ଷତାକୁ ପ୍ରଦର୍ଶନ କରିଛନ୍ତି । ମୁଣ୍ଡଳିଠାରେ ଥିବା ଏନଡିଆରଏଫର ତୃତୀୟ ବଟାଲିୟନର ଏକ ଭଗ୍ନାବଶେଷ ଭିତରୁ ଜିବିତ ମଣିଷଙ୍କୁ ନିମିଷକ ମଧ୍ୟରେ ଖୋଜି ବାହାର କରିଛନ୍ତି ଏହି ସନ୍ଧାନୀ କୁକୁର । ଏହି କୁକୁରମାନଙ୍କୁ ଭୂମିକମ୍ପ, ଭୁସ୍ଖଳନ କିମ୍ବା ବଡ଼ ବଡ଼ ଦୁର୍ଘଟଣାରେ ଫସି ରହିଥିବା ଜୀବିତ ଲୋକଙ୍କୁ ଖୋଜିବା ପାଇଁ ଏମାନଙ୍କୁ ତାଲିମ ପ୍ରଦାନ କରାଯାଉଥିବାବେଳେ ମଣିଷ ଶରୀରରୁ ନିର୍ଗତ ହେଉଥିବା ଡେଡ୍ ସେଲକୁ ସୁଙ୍ଘି ତାକୁ ଚିହ୍ନଟ କରିବାର ଏମାନେ ଦକ୍ଷ ।

୧୦ କୁକୁରଙ୍କୁ ତାଲିମ:

ଅଗ୍ନିଶମ ବିଭାଗ ଅଧିକାରୀ ସତ୍ୟପିର ବେହେରା ଓ କୁକୁର ହ୍ୟାଣ୍ଡଲରଙ୍କ କହିବା ଅନୁୁସାରେ, ଏହି ୧୦ ସନ୍ଧାନୀ କୁକୁର ମୋଟ ୫୬ ସପ୍ତାହ ତାଲିମ ଅବଧି ମଧ୍ୟରୁ ୩୮ ସପ୍ତାହ ତାଲିମ ପୂରଣ କରିସାରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬ଟି ଲାବ୍ରାଡର, ୪ଟି ବେଲଜିଆନ ମାଲିନିୟସ କୁକୁରକୁ ଅଣାଯାଇଛି। ଏମାନଙ୍କ ରକ୍ଷଣାବେକ୍ଷଣ ବା ପ୍ରଶିକ୍ଷଣ ଦାୟିତ୍ଵରେ ୧୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରାଜସ୍ଥାନ ଅଲଓ୍ବାରଠାରେ ଥିବା ସଶସ୍ତ୍ର ସୁରକ୍ଷା ବଳ କୁକୁର ପ୍ରଜନନ କେନ୍ଦ୍ରରୁ କିଣାଯାଇଥିବା ଏହି କୁକୁରଙ୍କ ତାଲିମ ଶେଷ ହେବା ପରେ ଏମାନଙ୍କୁ ରାଜ୍ୟର ୧୦ଟି ପ୍ରମୁଖ କେନ୍ଦ୍ରରେ ନିୟୋଜିତ କରାଯିବ । ବିଷେଶ କରି ସିଆଚିନ ଗ୍ଲେସିୟରରେ ବରଫପାତ ଯୋଗୁ୍ଁ ଫସି ଯାଉଥିବା ଜବାନଙ୍କୁ ଖୋଯିବା ପାଇଁ ସେନାବାହିନୀ ଯେଉଁ ପଦ୍ଧତିର ବ୍ୟବହାର କରୁଛି ସେହି ଭଳି ତାଲିମ ଅଗ୍ନିଶମ ବିଭାଗର ଏହି ସନ୍ଧାନୀ କୁକୁରଙ୍କୁ ପ୍ରଦାନ କରାଯାଉଛି । ମଣିଷ ଜୀବନ ବଞ୍ଚାଇବା ପାଇଁ ସରକାରଙ୍କ ଏହି ପ୍ରୟାସ ବେଶ ପ୍ରଶଂସନୀୟ ।

ଏହା ମଧ୍ୟ ପଢ଼ନ୍ତୁ...Rescue Dog ‘Storm’; ୱାୟନାଡ୍‌ରେ ଅପରେସନ୍ ସାରି ଫେରିଲା 'ଷ୍ଟର୍ମ'; ଏକାକୀ ମାଟି ତଳୁ ଠାବ କରିଛି ୧୫ ମୃତଦେହ - Search And Rescue Dog Storm

ଏହା ମଧ୍ୟ ପଢ଼ନ୍ତୁ...କେରଳ ୱାୟାନାଡ ଭୂସ୍ଖଳନ: ଗ୍ରାଉଣ୍ଡ ଜିରୋ ଗଲା ଓଡିଶା ସନ୍ଧାନୀ କୁକୁର ‘ଷ୍ଟର୍ମ’, ମାଟିତଳୁ ଖୋଜିବ ମଣିଷ - Odisha police dog Storm in kerala

୩୮ ସପ୍ତାହର ଟ୍ରେନିଂ ଶେଷ:

ଡଗ୍ ହ୍ୟାଣ୍ଡଲରରାକେଶ କୁମାର ସାହୁ କହିଛନ୍ତି, "କୁକୁରମାନଙ୍କୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ଟ୍ରେନିଂ ଦିଆଯାଉଛି । ଭୁସ୍ଖଳନ, ବଡ଼ବଡ଼ ଆପାର୍ଟମେଣ୍ଟ ଭୁଶୁଡ଼ିପଡ଼ିବା ସହ ଅନ୍ୟ ଦୁର୍ଘଟଣା ଫଳରେ ଏହା ଭିତରେ ଫସି ରହିଥିବା ଜୀବିତ ଲୋକଙ୍କୁ କେମିତି ସନ୍ଧାନ କରିବେ ସେନେଇ କୁକୁରମାନେ ତାଲିମ ନେଉଛନ୍ତି । ଜୀବିତ ଲୋକଙ୍କ ସେଲ ଶୁଙ୍ଘାଇ ତାଲିମ ଦିଆଯାଉଛି । ଏହାସହ ଡେଡ୍‌ ସେଲକୁ ମଧ୍ୟ ଶୁଙ୍ଘାଇ ଟ୍ରେନିଂ ଦିଆଯାଉଛି । ଯାହାଫଳରେ ମାଟିତଳେ ଫସିରହିଥିବା ମୃତ ଶରୀରକୁ ମଧ୍ୟ କୁକୁରମାନେ ଠାବ କରିପାରିବେ । ୫୬ ସପ୍ତାହ ତାଲିମ ଅବଧି ମଧ୍ୟରୁ ୩୮ ସପ୍ତାହର ଟ୍ରେନିଂ ସରିଛି । ସେମାନେ ବର୍ତ୍ତମାନ ସନ୍ଧାନ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ସକ୍ଷମ ହୋଇସାରିଲେଣି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details