ରାଇରଙ୍ଗପୁର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି, ବିଜେଡ଼ି, କଂଗ୍ରେସ ଓ ଜେଏମଏମ ସହ ବିଭିନ୍ନ ଦଳର ସାଂସଦ ଏବଂ ବିଧାୟକ ପ୍ରାର୍ଥୀ। ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ରଞ୍ଜିତା ମାରାଣ୍ଡି, ମୋରୋଡା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋ ନାମାଙ୍କନ ଭରିଥିଲେ । ସେହିପରି ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନୁଶୟା ପାତ୍ର ଓ ବାରିପଦା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ଅକ୍ଷୟ ତୃତୀୟାରେ ନାମାଙ୍କନ ଭରିଲେ ମୟୂରଭଞ୍ଜର ବିଧାୟକ ଓ ସାଂସଦ ପ୍ରାର୍ଥୀ - Lok Sabha Election 2024 - LOK SABHA ELECTION 2024
Mayurbhanj Lok Sabha constituency: ନାମାଙ୍କନ ଭରିଲେ ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି । ବିଜେପି, ବିଜେଡି, କଂଗ୍ରେସ ଓ ଜେଏମଏମ ପ୍ରାର୍ଥୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ
Published : May 11, 2024, 1:02 PM IST
ଅକ୍ଷୟ ତୃତୀୟା ଅବସରରେ ବିଜେପି ପକ୍ଷରୁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ବିଜେପି ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ସାରସକଣା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜୋଲେନ ବାରଦା ଓ ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜଳି ମୁର୍ମୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଗାମୀ ଦିନରେ ନିର୍ବାଚନୀ ମଇଦାନରେ ଲଢେଇ ଜୋରଦାର ହେବା ସହ ବିଜେପି ବହୁ ମତରେ ବିଜୟ ଲାଭ କରିବ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ।
ଅନ୍ୟପଟେ କଂଗ୍ରେସ ଓ ଜେଏମଏମ ମଧ୍ୟ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ । ମୋରୋଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର, ଜେଏମଏମରୁ ମୋରୋଡା ବିଧାୟକ ପ୍ରାର୍ଥୀ କୃଷ୍ଣ ଦାସ ଏବଂ ଜେଏମଏମ ସାଂସଦ ପ୍ରାର୍ଥୀ ଅଞ୍ଜନୀ ସୋରେନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମୟୂରଭଞ୍ଜ ଜିଲ୍ଲାକୁ ଅଣଦେଖା କରିଛନ୍ତି, ଲୋକେ ଏହା ବୁଝି ସାରିଲେଣି। ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଲୋକେ ଦେବେ ବୋଲି କହିଛନ୍ତି ଜେଏମଏମ ଏବଂ କଂଗ୍ରେସ ପ୍ରାର୍ଥୀ ।
ଇଟିଭି ଭାରତ, ରାଇରଙ୍ଗପୁର