ଓଡିଶା

odisha

By ETV Bharat Odisha Team

Published : May 9, 2024, 2:08 PM IST

ETV Bharat / state

ସରଗରମ କୋରେଇ ରାଜନୀତି, ବିଜେଡି-ବିଜେପିର ନିର୍ବାଚନୀ ସମାବେଶ - election meeting in Korei

Odisha Assembly Election 2024: କୋରେଇରେ ବିଜେପି ଓ ବିଜେଡିର ବୈଠକ । ନିର୍ବାଚନରେ ବିଜୟୀ ହେବାକୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନେତା । ଅଧିକ ପଢନ୍ତୁ

Odisha Assembly Election
Odisha Assembly Election (ETV Bharat Odisha)

Odisha Assembly Election (ETV Bharat Odisha)

ଯାଜପୁର:ଏଥର କୋରେଇ ଆସନରେ ହେବ ଜୋରଦାର ଫାଇଟ । ସିଟ ହାତେଇବାକୁ ଲାଗି ପଡିଛନ୍ତି ତିନି ପ୍ରତିଦ୍ବନ୍ଦୀ ଦଳର ପ୍ରାର୍ଥୀ । ଜୋରଦାର ପ୍ରଚାର ସାଙ୍ଗକୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଉଛି । ବୁଧବାର କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ ବ୍ୟାସନଗର ପୌର ପରିଷଦସ୍ଥିତ ଉତ୍ସବ ପ୍ୟାଲେସରେ ଏକ କର୍ମୀ ସମ୍ମିଳନୀ କରିଥିଲେ l ଏହି ସମ୍ମିଳନୀରେ 37ଟି ପଞ୍ଚାୟତ ଓ 26ଟି ପୌର ପରିଷଦର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ l ସମ୍ମିଳନୀରେ ଆକାଶ ଦାସନାୟକ ଓ ବିଜେପି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର କୁମାର ବେହେରା ଯୋଗଦେଇ ଦଳୀୟ କର୍ମୀଙ୍କୁ ନିର୍ବାଚନ ବୈତରଣୀ କିଭଳି ପାରି ହେବେ ସେନେଇ ଗୁରୁମନ୍ତ୍ର ଦେଇଥିଲେ l

ଏହା ମଧ୍ୟ ପଢନ୍ତୁ- ସବୁ ଆଶା ଅନୁମାନ ହେଲା ଭୁଲ, କୋରେଇରେ ବବିଙ୍କ ମା' ସନ୍ଧ୍ୟାରାଣୀଙ୍କୁ ଟିକଟ - BJD Announce Korei Candidate

ଅନ୍ୟପଟେ କୋରେଇ ବିଜେଡି ପକ୍ଷରୁ ଧନେଶ୍ୱର ଖେଳ ପଡିଆରେ ଏକ ମହାସମାବେଶ ଅନୁଷ୍ଠିତ ହେଇଯାଇଥିଲା । ଏହି ସମାବେଶରେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସ ଓ ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠି ଯୋଗଦେଇ ବିଜେଡି ସରକାର ସମୟରେ ରାଜ୍ୟରେ କିଭଳି ବିକାଶ ହେଉଛି ସେନେଇ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମ କୋରେଇ ଅଞ୍ଚଳରୁ ହଜାର ହଜାର ମହିଳା, ଯୁବ ଓ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ l ଏହି ଅବସରରେ ଜିଲ୍ଲା କିନ୍ନର ସଂଘ ସଭାପତି କାଜଲ ନାୟକଙ୍କ ନେତୃତ୍ୱରେ ଶତାଧିକ କିନ୍ନର, କଂଗ୍ରେସ ଓ ବିଜେପି ନେତା ଅନ୍ୟ ଦଳ ଛାଡି ବିଜେଡି ଦଳରେ ସାମିଲ ହେଇଥିଲେ ।

ଏହା ମଧ୍ୟ ପଢନ୍ତୁ- କୋରେଇ ଆସନ: ଆକାଶଙ୍କ ପାଇଁ ପ୍ରଚାର କଲେ ପତ୍ନୀ, ଗ୍ୟାରେଣ୍ଟି କାର୍ଡ ନେଇ ଜନତାଙ୍କ ପାଖରେ କଂଗ୍ରେସ ପ୍ରାର୍ଥିନୀ - Korei Assembly constituency

ଅନ୍ତିମ ପର୍ଯ୍ୟାୟରେ ଯାଜପୁରରେ ହେବ ମତଦାନ । ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ 2 ପ୍ରତିଦ୍ବନ୍ଦ୍ବୀ ଦଳର ପ୍ରାର୍ଥୀ । କଂଗ୍ରେସ ଦଳର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥିନୀ କନକଲତା ମଲ୍ଲିକ ଓ ଆପ୍ ଦଳର ବଡଚଣା ନିର୍ବାଚନ ମଣ୍ଡଳୀର ଜଣେ ପ୍ରାର୍ଥିନୀ ନିଜ ସମର୍ଥକଙ୍କ ସହିତ ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details