ଓଡିଶା

odisha

ETV Bharat / state

ଭବାନୀ ଶଙ୍କର ଭୋଇ ନୂଆ ଉପବାଚସ୍ପତି - New Deputy Speaker - NEW DEPUTY SPEAKER

New Deputy Speaker: ନିର୍ଦ୍ବନ୍ଦ୍ବରେ ନୂଆ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି । ତାଙ୍କ ନାଁ ଘୋଷଣା କରିଛନ୍ତି ସୁରମା ପାଢୀ । ଭବାନୀ ଶଙ୍କର ଭୋଇଙ୍କ ବିଷୟରେ ଜାଣନ୍ତୁ ।

Deputy Speaker
Deputy Speaker (ETV Bharat Odisha)

By ETV Bharat Odisha Team

Published : Jul 24, 2024, 4:31 PM IST

Updated : Jul 24, 2024, 5:55 PM IST

ଭୁବନେଶ୍ବର: ନିର୍ବାଚିତ ହେଲେ ଉପବାଚସ୍ପତି । ଭବାନୀ ଶଙ୍କର ଭୋଇଙ୍କ ନାଁରେ ବାଜିଲା ମୋହର । ନିର୍ଦ୍ବନ୍ଦ୍ବରେ ନୂଆ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି । ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ ।

Deputy Speaker (ETV Bharat Odisha)

ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାର ସଦସ୍ୟ ହେଉଛନ୍ତି ଭବାନୀ ଶଙ୍କର ଭୋଇ । ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଜଣାଶୁଣା ଆଦିବାସୀ ଚେହେରା । 2019ରେ ଭବାନୀ ଶଙ୍କର ଭୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଷ୍ଟିଫେନ ସୋରଙ୍ଗଙ୍କୁ 16 ହଜାର ଭୋଟରେ ହରାଇଥିଲେ । ସେହିପରି 2024ରେ ଭବାନୀ ଶଙ୍କର ଭୋଇ ବିଜେଡି ପ୍ରାର୍ଥୀଙ୍କ ଠାରୁ 17 ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିଲେ । ଆଜି ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ...ଗୃହରେ ASO ଝଡ: ସର୍ବଦଳୀୟ ବୈଠକରେ ବାହାରିଲାନି ନିଷ୍କର୍ସ - ODISHA ASSEMBLY BUDGET SESSION

ସପ୍ତଦଶ ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ସୁରୁଖୁରରେ ଗୃହ ଚାଲିବାକୁ ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ ବାଚସ୍ପତି । ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ଜୋରଦାର ହଙ୍ଗାମା କରିଥିବାବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗରେ ଗୃହ ସରଗରମ ହୋଇଥିଲା । କେନ୍ଦ୍ରୀୟ ବଜେଟକୁ ନେଇ ମଧ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧି ବିଜେଡି ଓ କଂଗ୍ରେସ ଦଳର ନେତାମାନେ । ସେପଟେ 4ଟା ଯାଏଁ ଗୃହ ମୁଲତବୀ ରହିଥିଲା । ପରେ ପରେ ବାଚସ୍ପତି ସୁରମା ପାଢୀ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନାଁ ଘୋଷଣା କରିଥିଲେ । ଭବାନୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଏକମାତ୍ର ବିଧାୟକ ଭାବେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏହି ଦାୟିତ୍ବ ସେ ସୁଚାରୁ ରୂପେ ତୁଲାଇବେ ବୋଲି ଶପଥ ନେବା ସହ ଗୃହର ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 24, 2024, 5:55 PM IST

ABOUT THE AUTHOR

...view details