ଓଡିଶା

odisha

ETV Bharat / state

'୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି' - PANCHAYATI RAJ DEPARTMENT

ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର,'୫ବର୍ଷ ମଧ୍ୟରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି' ।

Odisha assembly budget session 2025
Odisha assembly budget session 2025 (ETV Bharat Odisha)

By ETV Bharat Odisha Team

Published : Feb 18, 2025, 11:02 PM IST

ଭୁବନେଶ୍ୱର:ପଞ୍ଚାୟତିରାଜ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି । ବଜେଟ ଅଧିବେଶନ ଜାରି ରହିଥିବା ବେଳେ ଆଜି ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା କହିଛନ୍ତି ମନ୍ତ୍ରୀ ।

ବିଧାନସଭାରେ ଉଠିଲା ପଞ୍ଚାୟତିରାଜ ବିଭାଗରେ ଦୁର୍ନୀତି ପ୍ରସଙ୍ଗ:

ବିଜେପି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ ଯେ, ଗତ ୫ ବର୍ଷ ମଧ୍ୟରେ ଓଡିଶାରେ କାର୍ଯ୍ୟକାରୀ ହେଉଥ‌ିବା ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେତେ ଟଙ୍କାର ଆର୍ଥିକ ଅନିୟମିତତା ତଥା ଅର୍ଥ ତୋଷାରପାତ ହୋଇଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ଓ ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ନାମ ଦେବା ସହ ସେମାନଙ୍କ ବିରୁଦ୍ଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ?

୫ବର୍ଷ ମଧ୍ୟରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି:

ବିଧାୟିକାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବିଗତ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଜରିଆରେ ପଞ୍ଚାୟତିରାଜ ବିଭାଗରେ ସର୍ବମୋଟ ୯୨୯୯ ମାମଲାରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କାର ଦୁର୍ନୀତି ହୋଇଥିବା ନେଇ ସେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ୨୦୨୦-୨୧ ବର୍ଷରେ ୧୦୦୭ଟି ମାମଲାରେ ୯ କୋଟି ୧୩ ଲକ୍ଷ ୨୮ ହଜାର ଟଙ୍କା, ୨୦୨୧-୨୨ ବର୍ଷରେ ୨୮୧୪ଟି ମାମଲାରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କା, ୨୦୨୨-୨୩ ବର୍ଷରେ ୩୮ଟି ମାମଲାରେ ୯ କୋଟି ୧୭ ଲକ୍ଷ ଟଙ୍କା, ୨୦୨୩-୨୪ ବର୍ଷରେ ୩୪୦୨ଟି ମାମଲାରେ ୩ କୋଟି ୮୦ ଲକ୍ଷ ୩୭ ହଜାର ଟଙ୍କା, ୨୦୨୪-୨୫ ବର୍ଷରେ ୨୦୩୮ଟି ମାମଲାରେ ୧ କୋଟି ୮୬ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି ବୋଲି ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ...

୨ ବର୍ଷରେ ୨୦୭ ଦାଦନ ଶ୍ରମିକ ମୃତ, ବ୍ରହ୍ମପୁରରୁ ସର୍ବାଧିକ

ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର, ୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ

ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର, 12 ଜିଲ୍ଲାରେ ନାହିଁ ICU

ମନ୍ତ୍ରୀ ଆଉମଧ୍ୟ ଉତ୍ତରରେ ଲେଖିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଗୁଡିକରେ ହୋଇଥିବା ଆର୍ଥିକ ଅନିୟମିତତା ତଥା ଅର୍ଥ ତୋଷାରପାତ ହୋଇଥିବା ଯାହା ସରକାରଙ୍କ ଦୃଷ୍ଟିକୁ ଆସିଛି ସେଗୁଡିକୁ ସମୀକ୍ଷା କରାଯାଇ ସରକାରଙ୍କ ନିର୍ଦେଶକ୍ରମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details