ଓଡିଶା

odisha

ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା 'ଭାଷା ସଙ୍ଗୀତ' - UTKAL DIVAS

By ETV Bharat Odisha Team

Published : Apr 1, 2024, 8:02 AM IST

Updated : Apr 1, 2024, 1:17 PM IST

Odia Bhasha Anthem: ଉତ୍କଳ ଦିବସ ଅବସରରରେ ଭାଷା ପ୍ରୀତିକୁ ନେଇ “ଭାଷା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଅନୁଷ୍ଠିତ । କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତିକାର ଦେବଦାସ ଛୋଟରାୟ ଯୋଗ ଦେଇ ଏହି ଭାଷାଭିତ୍ତିକ ନିଚ୍ଛକ ଓଡ଼ିଆ ଗୀତାର ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ

Odia Bhasha Anthem
Odia Bhasha Anthem

Odia Bhasha Anthem

ଭୁବନେଶ୍ବର:ଉତ୍କଳ ଦିବସର ଉପଲକ୍ଷେ ଶ୍ରୋତାର୍ପିତ ହୋଇଯାଇଛି “ଭାଷା ସଂଗୀତ”। ଚଳିତଥର ଉତ୍କଳ ଦିବସ ଅବସରରରେ ଭାଷା ପ୍ରୀତିକୁ ନେଇ “ଭାଷା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତିକାର ଦେବଦାସ ଛୋଟରାୟ, ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇ ଏହି ଭାଷାଭିତ୍ତିକ ନିଚ୍ଛକ ଓଡ଼ିଆ ଗୀତର ଲୋକାର୍ପଣ କରିଛନ୍ତି । ଆଉ ପ୍ରତିଟି ଓଡ଼ିଆଙ୍କୁ ଭାଷା ସଂରକ୍ଷଣ ଓ ସୁରକ୍ଷା କରିବା ପାଇଁ ଆଗାମୀ ପିଢିଙ୍କୁ ଏହି ସଂଗୀତ ମାଧ୍ୟମରେ ଜାଗୃତ କରିଛନ୍ତି । ପ୍ରତି ଓଡ଼ିଆଙ୍କ ଭାବାବେଗ ଓ ଭାଷା ପ୍ରତି ଥିବା ଭଲପାଇବା ସମ୍ମାନକୁ ନେଇ ଏହି ଗୀତଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରତିଟି ଓଡ଼ିଆ ପ୍ରେମୀଙ୍କ ହୃଦୟ ଛୁଇଁବ ବୋଲି କହିଛନ୍ତି ଲେଖକ ।

ତେବେ ଏ ଗୀତର ପରିକଳ୍ପନା ଓ ରଚନା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା କରିଛନ୍ତି । ସେହିପରି ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର । ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରସ୍ତୁତ ଏ ସଂଗୀତରେ ଓଡ଼ିଆ ଭାଷାର ମହିମାମଣ୍ଡନ ଓ ଓଡ଼ିଆ ଭାଷାର ଅସ୍ମିତା ସାଙ୍ଗକୁ ଓଡ଼ିଶାର କଳା, ସଂସ୍କୃତ, ପରମ୍ପରା ଓ ଐତିହ୍ୟ ବାବଦରେ ବର୍ଣ୍ଣନା ରହିଛି । ଓଡ଼ିଆ ଭାଷାର ଉତ୍ପତ୍ତି, ବିବର୍ତ୍ତନ, ଏହାର ସହସ୍ର ବର୍ଷରୁ ଦୀର୍ଘ ଇତିହାସ, ଭାଷାର କ୍ରମବିକାଶ, ସାହିତ୍ୟ, ସଂକଟ, ଉନବିଂଶ ଶତାବ୍ଦୀର ଭାଷା ଆନ୍ଦୋଳନ, ପ୍ରଥମ ଭାଷାଭିତ୍ତିକ ରାଜ୍ୟଗଠନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ଯାଏଁ ନାନାଦି ବିଭବ ଏ ଗୀତରେ ଖଞ୍ଜାଯାଇଛି ।

ଏନେଇ କବି ଓ ଗୀତିକାର ଦେବଦାସ ଛୋଟରାୟ କହିଛନ୍ତି, 'ଭାଷା ଗୋଟିଏ ପରିବହନର ମାଧ୍ୟମ, ସେହିପରି ସାହିତ୍ୟ ବି ଗୋଟେ ପରିବହନର ମାଧ୍ୟମ । ଆଉ ଗୀତ ବା ସଂଗୀତ ସବୁଠୁ ବଡ଼ ପରିବହନର ମାଧ୍ୟମ ଅଟେ । ସଂଗୀତର ଧାର ଆଉ ଦୂରତା ବହୁତ ଅଧିକ । ଆମ ଓଡ଼ିଆ ଗୀତ ବି ସୁଦୂର ଆର୍ଜେଣ୍ଟିନାରେ ବି ଶୁଭାଯାଏ । ଅନ୍ୟ ଭାଷା ଶିଖ କିନ୍ତୁ ଓଡ଼ିଆ ଭାଷା ଭୁଲି ଯାଅନାହିଁ । ନିଜକୁ ଓଡ଼ିଆ ବୋଲି ଯେମିତି ଗର୍ବିତ ଅନୁଭବ କରୁଛ । ସେହିପରି ଓଡ଼ିଆ ସାହିତ୍ୟ, ସଂଗୀତକୁ ନେଇ ସବୁବେଳେ ଗର୍ବିତ ଅନୁଭବ କରନ୍ତୁ ।'

ଏହା ମଧ୍ୟ ପଢନ୍ତୁ-ଉତ୍କଳ ଦିବସ ପାଳୁଛି ସ୍ୱାଭିମାନୀ ଓଡ଼ିଆ, ଆଜି ଗଠନ ହୋଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ

ସେହିପରି ଅନ୍ୟପଟେ ବିଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ କହିଛନ୍ତି, ଆଜିକାଲି ଓଡ଼ିଆ ସଙ୍ଗୀତ ଭିନ୍ନ ଦିଗରେ ଯାଉଥିବା ବେଳେ ଖାଣ୍ଟି ଓଡ଼ିଆ ଗୀତ ଆଜି ଶୁଣିବାକୁ ମିଳିଲା । ପୁରୁଣା ଓ ଆଧୁନିକତାର ଛାପ ଏହି ସଂଗୀତ ମାଧ୍ୟମରେ ଶୁଣିବାକୁ ମିଳିଲା । ଏହି କମ୍ପୋଜିସନ୍‌ଟି ହୋଇଛି ତାହା ଖୁବ୍‌ ଚତ୍ମକାର । ପ୍ରସିଦ୍ଧ ସଂଗୀତଜ୍ଞ ଏ ଆର ରେହମାନଙ୍କ କମ୍ପୋଜିସନ୍‌ ପରି ଏହି ସଂଗୀତର କମ୍ପୋଜିସନ୍‌ ହୋଇଛି । ଖୁବ ଚମତ୍କାର ଲାଗିଲା ସଂଗୀତଟି । ଶୁଭ୍ରାଂଶୁ ଓ ଅଭିଜିତଙ୍କ ଏହି ଯୁଗଳ ବନ୍ଦୀ ଓଡ଼ିଆ ସଂଗୀତକୁ ନିଶ୍ଚିତ ନୂଆ ଦିଶା ଦେବ ବୋଲି କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2024, 1:17 PM IST

ABOUT THE AUTHOR

...view details