ଭୁବନେଶ୍ବର/ମାଲକାନଗିରି:ରାଜ୍ୟରେ ବିଭିନ୍ନ କଲେଜରେ ଗତକାଲି (ମଙ୍ଗଳବାର) ନୂଆ ଓ ଛାତ୍ରବୃତ୍ତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନୂଆ ଓ ଛାତ୍ରବୃତ୍ତିର ସାର୍ଟିଫିକେଟ ବଣ୍ଟନ କରାଯାଇଛି । ଏଥିରେ ସାମିଲ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ସେହିପରି ମାଲକାନଗିରିରେ ମଧ୍ୟ 'ନବୀନ ଓଡିଶା ମ୍ୟାଜିକ କାର୍ଡ'ର ରେଜିଷ୍ଟେସନ ପାଇଁ ଶୁଭାରମ୍ଭ କରିଛନ୍ତି ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅନ୍ୟପକ୍ଷେ ମାଲକାନଗିରି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପୂର୍ବରୁ ଛାତ୍ରବୃତ୍ତି ଯୋଜନା ଏକ ପ୍ରହସନ । ଦଳୀୟ ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ ।
ରାଜ୍ୟରେ ବିଭିନ୍ନ କଲେଜରେ 'ନୂଆ ଓ ଛାତ୍ରବୃତ୍ତି'କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 'ନୂଆ ଓ ଛାତ୍ରବୃତ୍ତି'ର ସାର୍ଟିଫିକେଟ ବଣ୍ଟନ କରାଯାଇଛି । ଏଥିରେ ସାମିଲ ହୋଇଛି ଭୁବନେଶ୍ବରର ଉତ୍କଳ ବିଶ୍ୱବିଦ୍ୟାଳୟ । ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହାସହ 'ନୂଆ-ଓ ଛାତ୍ରବୃତ୍ତି'ର ଆରମ୍ଭ କରି ଅନୁମୋଦନ ଆଦେଶପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨୬୮୬ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨.୬୫କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି ପାଣ୍ଡିଆନ ।
ଏହାସହ ୫-ଟି ଅଧ୍ୟକ୍ଷ ଓଡିଶା ମ୍ୟାଜିକ କାର୍ଡ ରେଜିଷ୍ଟ୍ରେସନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଳବାର ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପଞ୍ଜୀକରଣର ଶୁଭାରମ୍ଭ କରିଛନ୍ତି । ଏହା ସମସ୍ତ ଛାତ୍ରଛାତ୍ରୀ ପାଇବେ ଏବଂ ଏଥିରୁ କେହି ମଧ୍ୟ ବାଦ ପଡ଼ିବେ ନାହିଁ । ନବୀନ ଓଡ଼ିଶା ସ୍ମାର୍ଟ କାର୍ଡ ଏବଂ ଓଡିଶା ମ୍ୟାଜିକ କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ । ସେହିପରି ଭୁବନେଶ୍ବର ବିଜେବି କଲେଜରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ୍ ବାଣ୍ଟିଛନ୍ତି । ଏହାସହ ନବୀନ ଓଡିଶା ମ୍ୟାଜିକ କାର୍ଡକୁ ମଧ୍ୟ ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । କଲେଜରେ ୨୬ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନୂଆଓ କାର୍ଯ୍ୟକ୍ରମ ଜରିଆରେ ଛାତ୍ରବୃତ୍ତି ଅର୍ଥ ବଣ୍ଟନ କରିଛନ୍ତି ୫-ଟି ଅଧ୍ୟକ୍ଷ ।