ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ । ଶାରିରୀକ ଅକ୍ଷମ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ମାର୍ଗ ପରିଦର୍ଶନ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବା ଦେଖାଯାଇଛି । ଏହା ଶ୍ରୀମନ୍ଦିର ପ୍ରଶାସନର ଅବହେଳା ବୋଲି ଭକ୍ତ କହିବା ସହିତ କଡା ସମାଲୋଚନା ମଧ୍ୟ କରିଛନ୍ତି । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କରାଗଲା କିନ୍ତୁ ଶାରୀରିକ ଅକ୍ଷମ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତ ପାଇଁ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରିପାରିଲେ ନାହିଁ ।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତା ସହିତ ରାଜ୍ୟର 147 ନିର୍ବାଚନ ମଣ୍ଡଳୀରୁ ଲୋକଙ୍କୁ ମାଗଣା ବସ ଯୋଗେ ପରିକ୍ରମା ମାର୍ଗ ବୁଲିବା ପାଇଁ ବ୍ୟବସ୍ଥା କରିଥିଲେ । ଏଥି ପାଇଁ ରାଜକୋଷରୁ ରାଜକୋଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାହା ସ୍ବାର୍ଥରେ ବୋଲି ଏଠି ଏବେ ଭକ୍ତ ପ୍ରଶ୍ନ କରିଛନ୍ତି । କଲିକତାରୁ ଆସିଥିବା ପ୍ରଣତି ବିଶ୍ବାସ ଦେ କହିଛନ୍ତି ‘‘ବୃଦ୍ଧ ବାପା ମା’ଙ୍କୁ ଆଣି ପୁରୀ ଆସିଥିଲି ତାଙ୍କୁ ଜଗନ୍ନାଥ ଦର୍ଶନ କରାଇ ଶ୍ରୀମନ୍ଦିର ପରିକ୍ରମା କରାଇବା ପାଇଁ । ତେବେ ଏହା ସମ୍ଭବ ହେଲା ନାହିଁ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରକୁ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ତାଙ୍କ ବାପା ମା’ଙ୍କୁ ନେଇ ଜଗନ୍ନାଥ ଦର୍ଶନ କରାଇ ପାରିଲେ ନାହିଁ।’’
ଏହା ମଧ୍ୟ ପଢ଼ନ୍ତୁ.....ଶ୍ରୀମନ୍ଦିରରେ ଅଘଟଣ, ବେଢ଼ାକାଳୀ ମନ୍ଦିରରେ ଲାଗିଲା ନିଆଁ