ଓଡିଶା

odisha

ସମଲେଇ ଯୋଜନା ପାଇଁ ହୋଇଥିଲେ ବିସ୍ଥାପିତ, ଏ ପର୍ଯ୍ୟନ୍ତ ପୂଜକଙ୍କ ପରିବାରକୁ ମିଳିଲାନି ଜମି ପଟ୍ଟା - Samalei Temple project

By ETV Bharat Odisha Team

Published : Aug 3, 2024, 4:03 PM IST

Samalei project: ମନ୍ଦିର ପ୍ରକଳ୍ପ ପାଇଁ ହୋଇଥିଲେ ବିସ୍ଥାପିତ । ଏ ପର୍ଯ୍ୟନ୍ତ ଜମି ପଟ୍ଟା ଦେଲେନି ପ୍ରଶାସନ । ଅଭିଯୋଗ ଆଣିଲେ ପୂଜକ ପରିବାର । ଅଧିକ ପଢନ୍ତୁ

ସମଲେଇ ଯୋଜନା ପାଇଁ ହୋଇଥିଲେ ବିସ୍ଥାପିତ, ଏପର୍ଯ୍ୟନ୍ତ ପୂଜକଙ୍କ ପରିବାରକୁ ମିଳିଲାନି ଜମି ପଟ୍ଟା
ସମଲେଇ ଯୋଜନା ପାଇଁ ହୋଇଥିଲେ ବିସ୍ଥାପିତ, ଏପର୍ଯ୍ୟନ୍ତ ପୂଜକଙ୍କ ପରିବାରକୁ ମିଳିଲାନି ଜମି ପଟ୍ଟା (ETV Bharat Odisha)

ସମ୍ବଲପୁର: ସମଲେଶ୍ୱରୀ ମନ୍ଦିରର ପୂଜକ ପରିବାରକୁ ମିଳୁନି ଘରଡିହ ଜମି ପଟ୍ଟା l ସମଲେଇ ଯୋଜନାରେ ବିସ୍ଥାପିତ ହୋଇଥିବା 29 ଗୋଟି ବିସ୍ଥାପିତ ପୂଜକ ପରିବାର ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି l ‘ସମଲେଇ ଯୋଜନା’ କାର୍ଯ୍ୟକାରୀ ହେବା ଫଳରେ ସମଲେଶ୍ୱରୀ ମନ୍ଦିର ସମ୍ମୁଖ ଓ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ଏହି ପୂଜକ ପରିବାରମାନେ ବିସ୍ଥାପିତ ହୋଇଥିଲେ । ସେମାନଙ୍କୁ ସରକାର ଅଢେଇ ଡେସିମେଲ ଲେଖାଏଁ ଜାଗା ଦେବା ସହ ଘର ତିଆରି ବାବଦରେ 20 ଲକ୍ଷ ଟଙ୍କାର ସହାୟତା ମଧ୍ୟ ଦେଇଛନ୍ତି l ସମସ୍ତେ ନିଜ ନିଜ ଘର ନିର୍ମାଣ କରିସାରିଛନ୍ତି । ମାତ୍ର ଦେଢ଼ ବର୍ଷ ହୋଇଗଲା ଏହି ପରିବାରମାନଙ୍କୁ ଘରଡିହ ପଟ୍ଟା ଦିଆ ଯାଇନାହିଁ ବୋଲି ସମଲେଶ୍ୱରୀ ମନ୍ଦିରର ମୂଖ୍ୟ ପୂଜକ ଅମ୍ବିକା ରାୟ ଅଭିଯୋଗ ଆଣିଛନ୍ତି l

ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ମିଳିଲା ଜମି ପଟ୍ଟା (ETV Bharat Odisha)

ମନ୍ତ୍ରୀଙ୍କୁ ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ:

ଏହି ସବୁ ବିସ୍ଥାପିତ ପୂଜକ ପରିବାରର ସଦସ୍ୟମାନେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏନେଇ ଜଣେଇବା ପରେ ମଧ୍ୟ ଜିଲ୍ଲା ପ୍ରଶାସନର ଅଧିକାରୀ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି l ପୂଜକ ପରିବାରର ସଦସ୍ୟମାନେ ଏନେଇ ଗତ ନିର୍ବାଚନ ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଭେଟି ଏହି ସମସ୍ୟା ବିଷୟରେ ଅବଗତ କରେଇଥିଲେ l ତେବେ ନିର୍ବାଚନ ଆଚରଣ ଵିଧିର ବାହାନା ନେଇ ସେତେବେଳେ ଏହି ସବୁ ଅଧିକାରୀ ଏହି ସମସ୍ୟା ଉପରେ ଧ୍ୟାନ ଦେଇନଥିଲେ l ପରେ ନିର୍ବାଚନ ଶେଷ ହେବା ପରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଭେଟିଲା ପରେ ମଧ୍ୟ କୌଣସି ଲାଭ ହୋଇ ନଥିବା ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅଭିଯୋଗ କରିଛନ୍ତି l ଏମିତି ପରିସ୍ଥିତି ଜାରି ରହିଲେ ଆଗକୁ ଏହି ପୂଜକମାନଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ୱର ଯିବ ବୋଲି ସ୍ପଷ୍ଟ ଭାବେ ଶୁଣେଇ ଦେଇଛନ୍ତି ମୁଖ୍ୟ ପୂଜକ ଅମ୍ବିକା ରାୟ l

ସମଲେଇ ଯୋଜନା ପାଇଁ ହୋଇଥିଲେ ବିସ୍ଥାପିତ, ଏପର୍ଯ୍ୟନ୍ତ ପୂଜକଙ୍କ ପରିବାରକୁ ମିଳିଲାନି ଜମି ପଟ୍ଟା (ETV Bharat Odisha)


ନବୀନ ସରକାର ଆଣିଥିଲେ ସମଲେଇ ଯୋଜନା:-

ସୂଚନାଯୋଗ୍ୟ ଯେ, ଜାନୁଆରୀ 27 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ଯୋଜନାର ଶୁଭାରମ୍ଭ କରିଥିଲେ l ଏହି ଯୋଜନା ପାଇଁ 2ଟି ପର୍ଯ୍ୟାୟରେ 200 କୋଟି ଲେଖାଏଁ ଅର୍ଥ ରାଶି ମଞ୍ଜୁର କରିଥିଲେ ସରକାର l ତେବେ ଏଥିପାଇଁ ପ୍ରାୟ 293 କୋଟି ଟଙ୍କା ଉଦଘାଟନ ବେଳକୁ ଖର୍ଚ୍ଚ ହୋଇ ସାରିଥିଲା l ଏହି ପ୍ରକଳ୍ପ ପାଇଁ ପାଖରେ ଥିବା ଘୁନଘୁଟିପଡାର 120ଟି ପରିବାର ବିସ୍ଥାପିତ ହୋଇଥିଲେ l OBCCକୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଦାୟିତ୍ୱ ପ୍ରଦାନ କରାଯାଇଥିଲା l ସମଲେଶ୍ଵରୀ ମନ୍ଦିରର ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ମାଷ୍ଟରପ୍ଲାନ ପ୍ରସ୍ତୁତି ଓ ପରେ ଏହାର ସଫଳ ରୂପାୟନ ପାଇଁ ଓବିସିସିକୁ ଦାୟିତ୍ୱ ଦିଆଯାଇଛି ।

ସମଲେଇ ଯୋଜନା ପାଇଁ ହୋଇଥିଲେ ବିସ୍ଥାପିତ, ଏପର୍ଯ୍ୟନ୍ତ ପୂଜକଙ୍କ ପରିବାରକୁ ମିଳିଲାନି ଜମି ପଟ୍ଟା (ETV Bharat Odisha)

ବିସ୍ଥାପିତ ହୋଇଥିଲେ ପୂଜକ ପରିବାର:-

ପ୍ରଥମେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଘୁନଘୁଟିପଡା ଉଚ୍ଛେଦ ପାଇଁ ସର୍ଭେ ଆରମ୍ଭ ହୋଇଥିଲା । ପରେ ଥଇଥାନ କରାଯାଇ ଉଚ୍ଛେଦ କରାଯାଇଥିଲା । ପୂର୍ବରୁ ୪.୪୨ ଏକର ପରିମିତ ଜମିରେ ମନ୍ଦିର ଆଦି ରହିଥିଲା । ଯୋଜନା ଘୋଷଣା ପରେ ଜବରଦଖଲ ଉଚ୍ଛେଦ କରାଯାଇ ଏହାକୁ ୪୦ ଏକର ପରିବ୍ୟାପ୍ତ କରାଯାଇଛି । ୫-ଟି ରୂପାନ୍ତରଣ ମାଧ୍ୟମରେ ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ଵାର, ମୁଖ୍ୟ ପ୍ରବେଶ ଦ୍ୱାର ,ମନ୍ଦିର କାର୍ଯ୍ୟାଳୟ ଚାରିପଟେ ଭକ୍ତଙ୍କ ପରିକ୍ରମା ପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପାଦଚଲା ରାସ୍ତା, ପରିକ୍ରମା ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷରୋପଣ, ଯାତ୍ରୀଙ୍କ ସୁବିଧା ପାଇଁ ପାର୍କିଂ ବ୍ୟବସ୍ଥା, ସ୍ୱତନ୍ତ୍ର ଭେଣ୍ଡିଂ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର ଓ ଦାନକେନ୍ଦ୍ର ବ୍ୟବସ୍ଥା, ଭକ୍ତମାନଙ୍କ ଦର୍ଶନ ସୁବିଧା ପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ଭୋଗ ମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ ହୋଇଛି । ମନ୍ଦିର ନିକଟରେ ଯାତ୍ରୀ ନିବାସ, ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ସହ ସମସ୍ତ ମୌଳିକ ସୁବିଧାର ବିକାଶ କରାଯାଇଛି । ମାତ୍ର ପୂଜକମାନଙ୍କ ପରିବାର ଏହି ଯୋଜନାରେ ବିସ୍ଥାପିତ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଜମିପଟ୍ଟା ପାଇନଥିବା ଅଭିଯୋଗ ଏବେ ପ୍ରଶାସନିକ ଦାୟିତ୍ବହିନତାକୁ ପଦାରେ ପକାଇଛି ।

ସମଲେଇ ଯୋଜନା ପାଇଁ ହୋଇଥିଲେ ବିସ୍ଥାପିତ, ଏପର୍ଯ୍ୟନ୍ତ ପୂଜକଙ୍କ ପରିବାରକୁ ମିଳିଲାନି ଜମି ପଟ୍ଟା (ETV Bharat Odisha)

ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ମିଳିଲା ଜମି ପଟ୍ଟା:-

ପ୍ରଥମ କରି ହୀରାକୁଦ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କୁର୍ଲା ଗାଁରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପଟ୍ଟା ବଣ୍ଟନ କରିଛନ୍ତି l କୁର୍ଲା ଓ ଖୁଣ୍ଟି କତରବଗା ଗାଁର ୨୨୮ ଜଣ ବିସ୍ଥାପିତ ପରିବାରଙ୍କୁ ୧୦ ଡିସମିଲ ଲେଖାଏଁ ମନ୍ତ୍ରୀ ପଟ୍ଟା ବଣ୍ଟନ କରିଛନ୍ତି l ଏହି ଅବସରରେ ଦୀର୍ଘ ୭ ଦଶନ୍ଧିର ଦାବି ପୂରଣ ହେବା ସହ ବିସ୍ଥାପିତଙ୍କ ତୃତୀୟ ପିଢୀ ଏବେ ତାଙ୍କର ଅଧିକାର ପାଇଥିବା ମନ୍ତ୍ରୀ କହିଛନ୍ତି l ଆଗକୁ ଏହି ୧୦ ଡିସମିଲ ଜମିରେ ଆବାସ ଯୋଜନାରେ ଘର, ବିଜୁଳି, ପିଇବା ପାଣି, ଶୌଚାଳୟ ତିଆରି କରି ଉନ୍ନତମାନର ଜୀବନ ବିତାଇବେ ବୋଲି ମନ୍ତ୍ରୀ କହିଛନ୍ତି l ଏହି ଅବସରରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ, ଉପଜିଲ୍ଲାପାଳ ପୁଷ୍ପାଂଜଳୀ ପଣ୍ଡା, ରେଙ୍ଗାଲି ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ l


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details