ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପର୍ବତ ସଲଗ୍ନ ଅଞ୍ଚଳକୁ ଆଦାନୀ ଗ୍ରୁପ ଖଣି ଖନନ ପାଇଁ ଅଧିଗ୍ରହଣ କରିବାକୁ ଯାଉଥିବା ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ, ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ‘ଭାରତୀୟ ଜନତା ପାର୍ଟି’କୁ ଟାର୍ଗେଟ କରିବା ଜାରି ରଖିବା ସହ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ଏହାରି ଭିତରେ ବଲାଙ୍ଗୀର ଡିଏଫଓଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ବଡ଼ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
- ଖନନ ପାଇଁ କେହି ଆବେଦନ କରିନାହାନ୍ତି: DFO
ଡିଭିଜିନାଲ ବନ ଅଧିକାରୀ (DFO) ସୁରେନ୍ଦ୍ର ବେହେରା କହିଛନ୍ତି, "ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ ପାଇଁ ଏଯାଏଁ କୌଣସି କମ୍ପାନୀ ଆବେଦନ କରିନାହାନ୍ତି । ସୁନ୍ଦରଗଡ଼ରେ ବିଜୟାନ କୋଲ ମାଇନ୍ସ ଖନନ ପାଇଁ ମହାନଦୀ କମ୍ପାନୀ ଲିମିଟେଡ କାମ ନେଇଛି । ସେଠାରେ ନଷ୍ଟ ହେଉଥିବା ଜଙ୍ଗଲର ସମ ପରିମାଣର ବନୀକରଣ କରିବା ପାଇଁ ଉକ୍ତ କମ୍ପାନୀ ଏଠାରେ ଜମି କିଣିବା ପାଇଁ ଆବେଦନ କରିଛି । ବିଭିନ୍ନ ସୁବିଧା ଦେଖି ସେମାନେ (କମ୍ପାନୀ କର୍ତ୍ତୃପକ୍ଷ) ଜମି କିଣି ବନୀକରଣ କରିବେ ଓ ପରବର୍ତ୍ତୀ ସମୟରେ ତାହା ଜଙ୍ଗଲ ଜମି ଭାବେ ପଞ୍ଜୀକୃତ ହେବା ପରେ ଜଙ୍ଗଲ ବିଭାଗ ଅଧୀନକୁ ଆସିବ । ବନୀକରଣ ଯୋଗ୍ୟ ଜମି ଚୂଡାନ୍ତ ହେଲେ, ଆଗାମୀ 10 ବର୍ଷ ପାଇଁ ଉକ୍ତ କମ୍ପାନୀ ବନୀକରଣ ସମ୍ପର୍କିତ ଖର୍ଚ୍ଚ ରାଶି ଜମା କରିବ । ତେବେ ଏହି କମ୍ପାନୀ ମୋଟ 308 ଏକରରୁ ଅଧିକ ଜମି କିଣି ବନୀକରଣ ପାଇଁ ଆବେଦନ କରିଛି । ଗତବର୍ଷ (2023) ଓ ଚଳିତବର୍ଷ (2024) ମଧ୍ୟରେ ଏହି ଆବେଦନ ହୋଇଛି । ଖଣି ଖନନ ସମ୍ପର୍କରେ କୌଣସି କମ୍ପାନୀ ଆବେଦନ କରିନାହାନ୍ତି ।’’
ଏହା ମଧ୍ୟ ପଢନ୍ତୁ:- ମାଟିରେ ମିଶିଯିବ କି ଗନ୍ଧମାର୍ଦ୍ଦନର ଐତିହ୍ୟ ? ଏକାଠି ହେଲେ ନେତା ଏହା ମଧ୍ୟ ପଢନ୍ତୁ...ଗନ୍ଧମାର୍ଦ୍ଦନର ପର୍ବତରେ 800 ପ୍ରକାର ଔଷଧୀୟ ଗଛ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରିର୍ସଚ୍ଚ ଆରମ୍ଭ |
- ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନର ଗନ୍ତାଘର ଗନ୍ଧମାର୍ଦ୍ଦନ
ବଲାଙ୍ଗୀର ଜିଲ୍ଲାର ଜୀବନଧାରାର ଅଭିନ୍ନ ଅଙ୍ଗ ଭାବେ ପରିଚିତ ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଐତିହ, ସଂସ୍କୃତି ଓ ଲୋକଙ୍କ ଜୀବନ-ଜୀବିକା ସହ ଜଡ଼ିତ । କେବଳ ପ୍ରାକୃତିକ ସମ୍ପଦ ନୁହେଁ ବରଂ ପଶ୍ଚିମ-ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା । ପ୍ରସିଦ୍ଧ ହରିଶଙ୍କର ପୀଠ, ନୃସିଂହନାଥ ପୀଠ ସହିତ ଅନେକ ଛୋଟ ବଡ଼ ଆଧ୍ୟାତ୍ମିକସ୍ଥଳୀ ଏହି ପାର୍ବତାଞ୍ଚଳରେ ରହିଛି । ପ୍ରତି ବର୍ଷ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।
- 1983ରେ ଲିଜ୍ ପାଇ ମଧ୍ୟ ଫେରିବାକୁ ବାଧ୍ୟ ହୋଇଥିଲା ବାଲକୋ କମ୍ପାନୀ:-