ଓଡିଶା

odisha

By ETV Bharat Odisha Team

Published : Apr 28, 2024, 1:30 PM IST

ETV Bharat / state

UPSC ଉତ୍ତୀର୍ଣ୍ଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା NIT ରାଉରକେଲା - NIT Rourkela

NIT Rourkela: ସମ୍ବର୍ଦ୍ଧିତ ହେଲେ ଚଳିତ ଥର ସିଭିଲ ସେବା ପରୀକ୍ଷାରେ ସଫଳ ହୋଇଥିବା 5 ଛାତ୍ରଛାତ୍ରୀ । ସର୍ବଭାରତୀୟ ସ୍ତରରେ 2 ନମ୍ବର ସ୍ଥାନରେ ଅଛନ୍ତି ଏନଆଇଟିର ପୂର୍ବତନ ଛାତ୍ର ଅନିମେଶ ପ୍ରଧାନ । ଅଧିକ ପଢନ୍ତୁ

UPSC ଉତ୍ତୀର୍ଣ୍ଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବୋର୍ଦ୍ଧିତ କଲା NIT ରାଉରକେଲା
UPSC ଉତ୍ତୀର୍ଣ୍ଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବୋର୍ଦ୍ଧିତ କଲା NIT ରାଉରକେଲା

UPSC ଉତ୍ତୀର୍ଣ୍ଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବୋର୍ଦ୍ଧିତ କଲା NIT ରାଉରକେଲା

ରାଉରକେଲା:କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା-2023ରେ ସଫଳତା ହାସଲ କରିଥିବା ରାଉରକେଲା ‘ଏନଆଇଟି’ର ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଛି ସଂସ୍ଥାନ । ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା-2023ରେ ରାଉରକେଲା ‘ଏନ୍ଆଇଟି’ର ପୁରାତନ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତାକୁ ନେଇ ବର୍ତ୍ତମାନ ଗୌରବମୟ ହୋଇଛି ସମଗ୍ର ରାଉରକେଲା ସହର । ସଂସ୍ଥାନର 5ଜଣ ପୁରାତନ ଛାତ୍ରଛାତ୍ରୀ ଚଳିତ ଥର ସିଭିଲ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଭିନ୍ନ ସେବା ପାଇଁ ଚୟନ ହୋଇଛନ୍ତି ।

ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଅନିମେଶ ପ୍ରଧାନ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗରେ ଏନଆଇଟି ରାଉରକେଲାରୁ 2021 ମସିହାରେ ପାସଆଉଟ ହୋଇଥିଲେ । ସେହିପରି ପଦ୍ମନାଭ ମିଶ୍ର, ରାଙ୍କ 176 ରଖିଥିବା ବେଳେ ସଂସ୍ଥାନର 2018 ବ୍ୟାଚରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରୁ ଅଧ୍ୟୟନ ଶେଷ କରିଛନ୍ତି । ଅନ୍ୟତମ ସଫଳ ଛାତ୍ର ବିଶ୍ୱଜିତ ପଣ୍ଡା ରାଙ୍କ 343ରେ ରହିଛନ୍ତି । ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ 2016 ମସିହାରେ ସଂସ୍ଥାନର ପାସଆଉଟ ହୋଇଥିଲେ । ସଂସ୍ଥାନର ଅନ୍ୟତମ ଛାତ୍ରୀ ଅନୁଷ୍କା ସରକାର ମଧ୍ୟ ସିଭିଲ ସେବାରେ ଚଳିତ ଥର 426 ସ୍ଥାନରେ ରହିଛନ୍ତି । ଏମଏ- ଇନ-ଡେଭଲପମେଣ୍ଟ ଷ୍ଟଡିଜରେ ସେ 2019 ଏନ୍ଆଇଟି ରାଉରକେଲାରୁ ପାସ ଆଉଟ ହୋଇଥିଲେ । ରାଙ୍କ 992ରେ ରହିଛନ୍ତି କଲ୍ଲୋଳ ହଜାରିକା । ସେ ମେକାନିକାଲ୍ ଇଞ୍ଜିନିୟରିଂରେ 2016 ବ୍ୟାଚରେ ଏନ୍ଆଇଟି ରାଉରକେଲାରୁ ପାସଆଉଟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଏପ୍ରିଲ 30ରେ ମଣିପୁରର 6 ବୁଥରେ ସାନି ମତଦାନ - Lok Sabha Election 2024

ଆଜି ଏହିସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସଂସ୍ଥାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସମସ୍ତ କୃତି ଛାତ୍ରଛାତ୍ରୀ ରାଉରକେଲା NIT କ୍ୟାମ୍ପସକୁ ଆସି ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଥିଲେ । UPSCରେ ପରୀକ୍ଷା ପାଇଁ ନିଜ ସଫଳତା ଓ ରଣନୀତି ସମ୍ପର୍କରେ ବଖାଣିଛନ୍ତି । ତେବେ ସର୍ବାଭାରତୀୟ ସ୍ତରରେ ରାଙ୍କ ଦୁଇ ହାସଲ କରିଥିବା ଅନିମେଶ ପ୍ରଧାନ କହିଛନ୍ତି, ‘‘ଅଧିକ ପରିପକ୍ୱ ଏବଂ ସହାନୁଭୂତିଶୀଳ ବ୍ୟକ୍ତିତ୍ୱରେ ପରିଣତ ହେବାକୁ ପଡିବ । ମୁଁ ଭାବୁଛି ଯେ ଏହା ମୋତେ ପ୍ରତିକୂଳ ପରିସ୍ଥିତିରେ ଗତି କରିବାରେ ସାହାଯ୍ୟ କରିଛି । ମୁଁ ରାଉରକେଲା ‘ଏନଆଇଟି’ର ପ୍ରଫେସର ଏବଂ ମୋର ବନ୍ଧୁମାନଙ୍କୁ ସେମାନଙ୍କ ନିରନ୍ତର ସମର୍ଥନ ଏବଂ ପ୍ରେରଣା ପାଇଁ ଧନ୍ୟବାଦ ଜଣାଉଛି ।’’ ସେହିପରି ଅନ୍ୟ ସଫଳ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ସଫଳତାରେ ସଂସ୍ଥାନର ଗୁରୁ ଭୂମିକା ଥିବା କଥା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details