ଭୁବନେଶ୍ବର:ଦେଶବ୍ୟାପୀ ନିର୍ବାଚନର ମାହୋଲ । ହେଲେ ଅନଲାଇନରେ ମାତିଛନ୍ତି ଠକ । ନୂଆ ନୂଆ ଢଙ୍ଗରେ ଠକେଇ ପାଇଁ ରହୁଛନ୍ତି ପ୍ଲାନ୍ ।ଏଥର ନକଲି 'ଇ ଚାଲାଣ' ପଠାଇ ମାଗୁଛନ୍ତି ଟଙ୍କା । ଏନେଇ ସତର୍କ କରାଇଲା କେନ୍ଦ୍ରୀକ ବୈଦ୍ୟୁତିକ ବୈଷୟିକ ମନ୍ତ୍ରଣାଳୟ ।ସାରା ଦେଶବ୍ୟାପି ନିର୍ବାଚନ ମାହୋଲ ରହିଛି । ଏନେଇ ଚେକିଂ ଓ ଧରପଗଡ ମଧ୍ୟ ଚାରିଆଡ଼େ ଜାରି ରହିଛି । ଏହାରି ଭିତରେ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କୁ ଚାଲାଣ କଟୁଛି । ଏହି ନିର୍ବାଚନୀ ମାହୋଲରେ ସାଇବର୍ ଠକ କିନ୍ତୁ ନୂଆ ଉପାୟ ଆପଣାଇଛନ୍ତି ।
'ଇ ଚାଲାଣ' ପରି ଅବିକଳ ମେସେଜ ହ୍ବାଟସପରେ ପଠାଇ ଠକାମୀ ପାଇ ଉପାୟ ବାଛିଛନ୍ତି । ଅର୍ଥାତ୍ ଗାଡି ନମ୍ବର ସହ ଗାଡି ମାଲିକକୁ ମେସେଜ ପଠାଇ ତୁରନ୍ତ ଚାଲାଣ ଭରିବାକୁ ମେସେଜ ଦେଉଛନ୍ତି । ଯାହାକି ଯେକେହି ବି ଦେଖି ତୁରନ୍ତ କେଉଁଠି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ରହିଥିବା ଭାବି ତାକୁ ପୈଠ କରୁଛନ୍ତି । ଯେଉଁ ମେସେଜରେ ଲିଙ୍କ୍ ପଠାଉଛନ୍ତି ତାକୁ କ୍ଲିକ୍ କଲେ ସାଇବର୍ ଠକ ନିଜର ମନ ଇଚ୍ଛା ଟଙ୍କା କାଟି ନେଉଛନ୍ତି । ଏପରି ଅନେକ ଅଭିଯୋଗ ଆସିବା ପରେ ଏନେଇ ସାଇବର ସେଲ୍ ପକ୍ଷରୁ କେନ୍ଦ୍ରୀୟ ବେଷୟିକ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିଛନ୍ତି ଯେ, ଏଭଳି 'ଇ ଚାଲାଣ' ଠକେଇ ଏବେ ନୂଆ ଟ୍ରେଣ୍ଡ ଚାଲୁଛି । ଧିରେ ଧିରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟର ଲୋକଙ୍କୁ ଏପରି ଠକାମୀ ପାଇଁ ଉପାୟ ବାଛୁଛନ୍ତି । ତେବେ ସାଇବର ଠକ ପଡ଼ୁଥିବା ଚାଲାଣ ସମ୍ପୂର୍ଣ୍ଣ ମିଛ । ଯାହାକି କେବେ ବି ହ୍ବାଟସପ୍ ଯୋଗେ ଆସେ ନାହିଁ । ଅନ୍ୟତମ ଯେଉଁ ମେସେଜ୍ ଆସୁଛି ତାକୁ ସଠିକ ଭାବେ ଯାଞ୍ଚ କରନ୍ତୁ । ଗାଡ଼ିର ନମ୍ବର ଓ ଦିଆଯାଇଥିବା ଚାଲାଣରେ ସରକାରୀ ଓ୍ବେବସାଇଟ ସଠିକ ରହିଛି କି ନାହିଁ । ସରକାରୀ ସାଇଟର୍ ତଥ୍ୟ ଦିଆଯାଇଛି ନା କିଛି ସନ୍ଦେହଜନକ ରହିଛି । ଏନେଇ ଭଲ ଭାବେ ତର୍ଜମା କରିବା ପରେ ଟଙ୍କା ପୈଠ କଥା ଚିନ୍ତା କରନ୍ତୁ ।