ଭୁବନେଶ୍ବର: ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ମନ୍ତ୍ରୀମାନେ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ପରେ ପ୍ରୋଟୋକଲ୍ ଅନୁସାରେ ତାଙ୍କୁ ‘ଗାର୍ଡ-ଅଫ-ଅନର’ ପ୍ରଦାନ କରାଯାଇ ସ୍ବାଗତ କରାଯାଇଛି । ସେଠାରୁ ସେ ରାଜଭବନ ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି ଶୁକ୍ରବାର(3 ଜାନୁଆରୀ) ସେ ବିଧିବଦ୍ଧ ଭାବେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ରାଜଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରି ଶରଣ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।
ମହାପ୍ରଭୁଙ୍କ ଆଶିଷ ନେବେ:
ପୁରୀ ଅଭିମୁଖେ ବାହାରି ଯାଇଛନ୍ତି ନୂତନ ରାଜ୍ୟପାଳ ହରିବାବୁ କମ୍ଭମପତି । ଆସନ୍ତାକାଲି(ଶୁକ୍ରବାର) ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ ଆଜି ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ନୂଆ ରାଜ୍ୟପାଳ । ମହାପ୍ରଭୁଙ୍କ ଆଶିଷ ନେବା ପରେ ପୁରୀ ରାଜଭବନରେ ରାତ୍ରୀଯାପନ କରିବେ । ଏହାପରେ ସକାଳୁ ଭୁବନେଶ୍ବର ଫେରିବେ । ସମୟ ସକାଳ 10ଟା 15ରେ ରାଜଭବନର ଅଭିଶେକ ହଲରେ ଶପଥ ନେବେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ୟ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ରହିବେ ।
- ମିଜୋରାମ ରାଜ୍ୟପାଳ ଥିଲେ:
ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ରାଜ୍ୟପାଳ ଥିବା ଡ଼.କମ୍ଭମପତିଙ୍କୁ ରଘୁବର ଦାସଙ୍କ ଇସ୍ତଫା ପରେ ଓଡିଶା ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ରଘୁବରଙ୍କ ଇସ୍ତଫା ରାଷ୍ଟ୍ରପତି ଗ୍ରହଣ କରିସାରିଥିବା ବେଳେ ସେ ମଧ୍ୟ ରାଜଭବନ ଛାଡି ସାରିଛନ୍ତି । ଆଜି ନୂତନ ରାଜ୍ୟପାଳ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ସେ ଶପଥ ନେବାକୁ ଯାଉଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ହରିବାବୁ କମ୍ଭମପତି ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ - HARIBABU KAMBHAMPATI
- ପ୍ରଫେସରରୁ ଗଭର୍ଣ୍ଣର