ଓଡିଶା

odisha

କୋରାପୁଟର ବିକାଶ ଲକ୍ଷ୍ୟରେ ନୂଆ ଜିଲ୍ଲାପାଳ, ଫୋକସରେ କୋଟିଆ ସୀମା ବିବାଦ

By ETV Bharat Odisha Team

Published : Feb 7, 2024, 3:47 PM IST

New Collector Of Koraput: କୋରାପୁଟର ନୂଆ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଧ୍ୟାନ ଦେଇଛନ୍ତି । ଓଡି଼ଶା ଓ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋଟିଆ ଗସ୍ତ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ,

New Collector Of Koraput
New Collector Of Koraput

New Collector Of Koraput


କୋରାପୁଟ: ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଭି.କୀର୍ତ୍ତି ଭାସନ । କାର୍ଯ୍ୟରେ ଯୋଗ ଦେବାର କିଛିଦିନ ମଧ୍ୟରେ ହିଁ ସେ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଧ୍ୟାନ ଦେଉଛନ୍ତି । ସେହିସବୁ ସମସ୍ୟାର ସମାଧାନ ପାଇଁ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଓଡି଼ଶା ଓ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋଟିଆକୁ ନେଇ ୨ ରାଜ୍ୟ ମଧ୍ୟରେ ଆଇନଗତ ସଂଗ୍ରାମ ଜାରି ରହିଛି। ଏହି ସମସ୍ୟାରେ ସମାଧାନ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ଏହାସହ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ପ୍ରତି ପଞ୍ଚାୟତକୁ ଯାଇ ଓଡ଼ିଶାର ଅଭିନ୍ନ ଅଂଶ ଭାବେ ସ୍ୱୀକୃତି ହାସଲ କରିବାକୁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ସମସ୍ତ ପଞ୍ଚାୟତବାସୀଙ୍କ ସହଯୋଗ ଆବଶ୍ୟକ ବୋଲି କୋଟିଆଠାରେ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ସମ୍ବୋଧନ କରି କହିଛନ୍ତି । ସୂଚନା ଅନୁସାରେ, କୋଟିଆକୁ ଏକ ଆଦର୍ଶ ପଞ୍ଚାୟତର ମାନ୍ୟତା ଦିଆଯାଇଛି । କୋଟିଆ ସମେତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ସୀମାବର୍ତ୍ତୀ ଅଞ୍ଚଳରେ ସେଠାକାର ସାମଗ୍ରିକ ବିକାଶ ପାଇଁ ପ୍ରାଧାନ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି, "କୋରାପୁଟ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା । ଏହି ଜିଲ୍ଲାରେ କାମ କରିବା ମତେ ଏକ ନୂଆ ପ୍ରେରଣା ଯୋଗାଇବ । କୋରାପୁଟବାସୀଙ୍କ ସହିତ ଜଡିତ ରହି ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଧ୍ୟାନ ଦେବି । ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଏହାକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯିବ । କୋଟିଆ ପଞ୍ଚାୟତ ସମେତ ଜିଲ୍ଲାର ଟେଲି ଯୋଗାଯୋଗ ବିହୀନ ସ୍ଥାନରେ ତୁରନ୍ତ ମୋବାଇଲ ଫୋନ ପାଇଁ ଟାୱାର ବସାଯିବ । ଏଥିପାଇଁ ଟେଲି କମ୍ପାନୀ ଗୁଡି଼କ ସହିତ କଥାବାର୍ତ୍ତା ଚାଲିଛି ।"

ଏହା ବି ପଢନ୍ତୁ...କୋରାପୁଟର ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଭି କୀର୍ତ୍ତି ଭାସନ

କୀର୍ତ୍ତି ଭାସନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ l ପଦୋନ୍ନତି ପାଇବା ପରେ କୋରାପୁଟରେ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କୋରାପୁଟବାସୀଙ୍କ ସହିତ ଜଡିତ ରହି ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଧ୍ୟାନ ଦେବେ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି । ସେହିପରି ଯୋଗ ଦେବାର ପ୍ରଥମ ଦିନରେ ହିଁ ସନ୍ଧ୍ୟା ସମୟରେ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରି ସେଠାକାର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖିଛନ୍ତି ଜିଲ୍ଲାପାଳ । ଏହାସହ କୋଟିଆ ସୀମା ବିବାଦ ଉପରେ ମଧ୍ୟ ସେ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


ଇଟିଭି, କୋରାପୁଟ

ABOUT THE AUTHOR

...view details