ଓଡିଶା

odisha

ETV Bharat / state

ଶିବଙ୍କ ଭଳି ସ୍ବାମୀ ପାଇବାକୁ ବ୍ରତ, ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ନେତପିଲା

ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା । ଭଲ ବର ପାଇଁ ପୂଜା । ଶ୍ରୀମନ୍ଦିର ସେବାୟତ ପରିବାରର କୁଆଁରୀ କନ୍ୟା କରନ୍ତି ବଳୀ ପୂଜା ।

NETA PILA
NETA PILA (ETV Bharat Odisha)

By ETV Bharat Odisha Team

Published : Oct 7, 2024, 8:49 PM IST

ପୁରୀ:ଭଲ ବର ବା ସ୍ବାମୀଟିଏ ପାଇବାକୁ କୁଆଁରୀ ଝିଅଟେ ମନରେ କେତେ ଅସୁମାରୀ ସ୍ବପ୍ନ ସଜାଇଥାଏ । କେତେ ଓଷା କେତେ ବ୍ରତ କରେ । ଭଲ ବର ପାଇଁ ଶ୍ରୀମନ୍ଦିର ସେବାୟତ ଘରର କୁମାରୀ କନ୍ୟା ପାଳନ୍ତି ନେତପିଲା । ଯାହା କି ଏକ ବିଶେଷ ପର୍ବ । ଅଳଙ୍କାରରେ ଆଭୂଷିତ ହୋଇ ମାର୍କଣ୍ଡ ପୁଷ୍କରଣୀକୁ ଆସି ହରପାର୍ବତୀଙ୍କୁ ବେଶ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି । ଯାହାକି ଶାରଦୀୟ ଦୂର୍ଗାପୂଜା ଅବସରରେ ପାଳନ ହୁଏ । ଏଥିରେ ହରପାର୍ବତୀଙ୍କ ବ୍ରତ ପାଳନ ସହିତ ନେତପିଲା ମାନେ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବାର ବିଧି ରହିଛି ।

ଭଲ ବର ପାଇଁ ହରପାର୍ବତୀଙ୍କୁ ପୂଜା:

ନିଆରା ପରମ୍ପରା ନେତପିଲା (ETV Bharat Odisha)

ଉତ୍ତମ ବର ପ୍ରାପ୍ତି ପାଇଁ ସେବାୟତ କୂଳର କିଶୋରୀ କନ୍ୟାଙ୍କୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ପରିବାର ଲୋକେ ବେଶ ସୁନ୍ଦର ଭାବେ ଆଭୂଷଣ କରିଥାନ୍ତି । ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ । ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରିଥାନ୍ତି କନ୍ୟାମାନେ । ଏହି ୨୧ଦିନର ଶେଷ ୪ ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ହରପାର୍ବତୀଙ୍କୁ ପୂଜା କରନ୍ତି ।

ଶହ ଶହ ବର୍ଷ ଧରି ପାଳନ ହେଉଛି ନେତପିଲା ପର୍ବ:

ଭଲ ବର ପାଇଁ ପୂଜା (ETV Bharat Odisha)

ସେବାୟତ ପରିବାରର ମହିଳା ସିତାମଣି ପଣ୍ଡା କହିଛନ୍ତି, ଶ୍ରୀମନ୍ଦିର ସେବାୟତ ପରିବାରର ଏକ ବିଶେଷ ପର୍ବ ହେଉଛି ନେତପିଲା। ସ୍ଵତନ୍ତ୍ର ବଳି ଗୀତ ବୋଲି ଶ୍ରୀମନ୍ଦିର ସେବାୟତ ଘରର କୁଆଁରୀ କନ୍ୟା ପାଳନ କରନ୍ତି । ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ବତନ୍ତ୍ର ପର୍ବ ଭାବେ ପାଳନ କରାଯାଏ । ଯୁଗ ଆଧୁନିକ ଆଡ଼କୁ ଗତି କରୁଥିଲେ ମଧ୍ୟ ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି ।

ବନ୍ଧୁ ଘରକୁ ଯାଆନ୍ତି ବୁଲିବାକୁ:

ଭଲ ବର ପାଇଁ ପୂଜା (ETV Bharat Odisha)

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଶରତ ମହାନ୍ତି କହିଛନ୍ତି, ‘ଆଶ୍ବିନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। ସ୍ବତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ସେବାୟତ ସମ୍ପ୍ରଦାୟର ନେତପିଲାମାନେ ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି । କୁଆଁରୀ କନ୍ୟା ମାନେ ଏହି ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ମାନଙ୍କ ଘରକୁ ବୁଲି ଯାଇଥାନ୍ତି। ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ବେଶ ଉତ୍ସବ ମୁଖର ହୋଇଉଠିଥାଏ।’

ଏହା ମଧ୍ୟ ପଢନ୍ତୁ:

ଷୋଡ଼ଷ ପୂଜାରେ ଦେବୀ ବିମଳାଙ୍କ ମନ୍ଦିରକୁ ମହିଳାଙ୍କ ପ୍ରବେଶ ମନା, ଜାଣନ୍ତୁ ରହସ୍ୟ - Shodasa Puja Of Maa Bimala

ଲୁହା କଡ଼େଇରେ ମହାପ୍ରଭୁଙ୍କ ମହାପ୍ରସାଦ ! ଶ୍ରୀମନ୍ଦିର ରୋଷଶାଳରେ ଅଭାବ ରହିଛି କି ମାଟି କୁଡୁଆ ? - Mahaprasad In Iron kadhai

ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

Neta Pila Rituals:ଶ୍ରୀମନ୍ଦିର ସେବାୟତ କୂଳର ନିଆରା ପରମ୍ପରା, ଭଲ ବର ପାଇଁ ବଳି ପୂଜା କରନ୍ତି କୁଆଁରୀ କନ୍ୟା

ଶିବଙ୍କ ଭଳି ସ୍ବାମୀ ପାଇବାକୁ ପୂଜା:

ବରିଷ୍ଠ ସେବାୟତ ଶରତ ମହାନ୍ତି ଆହୁରି କହିଛନ୍ତି, ‘ଶହ ଶହ ବର୍ଷ ହେବ ଶ୍ରୀକ୍ଷେତ୍ରରେ ଏଭଳି ନିଆରା ପରମ୍ପରା ପାଳିତ ହୋଇ ଆସୁଛି ସେବାୟତଙ୍କ କୂଳରେ । ପ୍ରଭୁ ଶିବଙ୍କୁ ପାଇବା ଉଦ୍ଦେଶ୍ୟରେ ମା’ ପାର୍ବତୀ ଏହି ପୂଜା କରିବାର କିମ୍ବଦନ୍ତୀ ରହିଥିବାରୁ ଏହାକୁ ଅନୁସରଣ କରି ଶିବଙ୍କ ଭଳି ଭଲ ସ୍ବାମୀ ପାଇବା ଉଦ୍ଦେଶ୍ୟରେ ସେବାୟତ ଘରର କୁଆଁରୀ କନ୍ୟା ମାନେ ନେତପିଲା ଭାବେ ଏହି ପର୍ବ ପାଳନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଥିବା ବ୍ରାହ୍ମଣ ସେବାୟତ ମାନଙ୍କ ଘରେ ଏହି ନେତ ପିଲା ପର୍ବ ପାଳନ କରାଯାଏ ।’

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details