ETV Bharat / state

ମନ୍ତ୍ରୀମଣ୍ଡଳରେ ସପ୍ଲିମେଣ୍ଟାରୀ ବଜେଟ ଓ କ୍ୟାବିନେଟରେ ୨ଟି ପ୍ରସ୍ତାବରେ ମୋହର - CABINET MEETING MANOJ AHUJA

କ୍ୟାବିନେଟ ବୈଠକରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବ ଓ ଶିଳ୍ପ ନୀତି ୨୦୧୫ର ଦୁଇଟି ସଂଶୋଧନକୁ ମଧ୍ୟ କ୍ୟାବିନେଟ

Odisha Cabinet
Odisha Cabinet (ETV Bharat Odisha)
author img

By ETV Bharat Odisha Team

Published : Nov 23, 2024, 7:54 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀମଣ୍ଡଳ ଓ କ୍ୟାବିନେଟ ବୈଠକ । ମନ୍ତ୍ରୀମଣ୍ଡଳ ବୈଠକରେ ସପ୍ଲିମେଣ୍ଟାରୀ ବଜେଟରେ ମୋହର ବାଜିଛି । ସେହିପରି ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ ।

ଶିଳ୍ପ ନୀତି ଜରିଆରେ ଶିଳ୍ପ ଅନୁଷ୍ଠାନକୁ ପ୍ରୋତ୍ସାହନ:

Odisha Cabinet (ETV Bharat Odisha)

ଏନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି, "ରାଜ୍ୟ କ୍ୟାବିନେଟ ଶିଳ୍ପ ନୀତି ୨୦୧୫ର ସଂଶୋଧନକୁ ଅନୁମୋଦନ କରିଛନ୍ତି । ଏହି ଶିଳ୍ପ ନୀତି ଜରିଆରେ ଶିଳ୍ପ ଅନୁଷ୍ଠାନକୁ ପ୍ରୋତ୍ସାହନ ଦିଆଯାଉଛି । ଯୋଗ୍ୟ ନିବେଶକ ପ୍ରୋତ୍ସାହନ ପାଇଁ ସେମାନଙ୍କ ଦାବିକୁ ଠିକ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ । ଏହି ସଂଶୋଧନ ପ୍ରୋତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ । ବିଭିନ୍ନ ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ପ୍ରଦାନରେ ଅଜ୍ଞତା କାରଣରୁ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ହେଉଥିଲା । କୋଭିଡ ସମୟରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ବିଚାରକୁ ନେଇ ଶିଳ୍ପ ନୀତି ୨୦୧୫ ଅଧୀନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଥିବା ସମୟ ସୀମା ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ମିଳିଛି ।

ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନକୁ ମୋହର:

ସେହିପରି ୨ ବର୍ଷରୁ ଅଧ‌ିକ ବିଳମ୍ବ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରିବା ପାଇଁ କମିଟି ଗଠନ ହୋଇଛି । ଯେଉଁ ନିବେଶକ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଛନ୍ତି କିନ୍ତୁ ଧାର୍ଯ୍ୟ ତାରିଖ ମଧ୍ୟରେ ପ୍ରୋତ୍ସାହନ କିମ୍ବା ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାରେ ବିଫଳ ହୋଇଥିଲେ । କିନ୍ତୁ ୨୦୨୩ ଜୁନ ୩୦ ତାରିଖ ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ଅଯୋଗ୍ୟ ହୋଇଥ‌ିବେ ସେମାନଙ୍କ ଦରଖାସ୍ତ ଯୋଗ୍ୟ ଅବେଦନକାରୀ ଭାବେ ପୁନଃ ବିଚାର କରାଯିବ । ଏହା ପରେ ଦାଖଲ ହୋଇଥିବା ଆବେଦନ ଗୁଡିକ ବିବେଚନା କରାଯିବ ନାହିଁ । ଶିଳ୍ପ ସଂସ୍ଥାର ନିୟନ୍ତ୍ରଣ ବାହାରେ ଥ‌ିବା କାରଣରୁ ବିଳମ୍ବ ହେବାର ନଜରକୁ ଆସିଲେ ତାହା ମୁଖ୍ୟ ସଚିବଙ୍କ ସ୍ତରରେ ବିଚାର କରାଯିବ । ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ଏକ ସଂଶୋଧନକୁ କ୍ୟାବିନେଟ ମୋହର ମାରିଛି ।

ଏହା ମଧ୍ୟ ପଢ଼ନ୍ତୁ...6 ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର; ସୁଭଦ୍ରା ଯୋଜନାରେ ସଂଶୋଧନ, କୃଷକଙ୍କ ହିତ ପାଇଁ 'ସମୃଦ୍ଧ କୃଷକ ଯୋଜନା'

ଏହା ମଧ୍ୟ ପଢ଼ନ୍ତୁ...କ୍ୟାବିନେଟ ବୈଠକ, କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବ ଉପରେ ବାଜିଲା ମୋହର - Cabinet Meeting

ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପ୍ରସ୍ତାବ:

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୪କୁ ପାରିତ କରାଯାଇଛି । ଏହାପରେ ଏହା ଆସନ୍ତା ବିଧାନସଭାରେ ଉପସ୍ଥାପନ ହେବ । ବିଶ୍ବବିଦ୍ୟାଳୟରେ ଏକାଡେମିକ ଉତ୍କର୍ଷ ଗୁଣାତ୍ମକ ଗବେଷଣା ପାଇଁ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପ୍ରାପ୍ତି ଦିଗରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଏହି ସଂଶୋଧନ କରାଯାଇଛି । ବିଶ୍ବବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି, ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିନ ପ୍ରଫେସନାଲଙ୍କୁ ସାମିଲ କରିବା, ସିନେଟ, ଅର୍ଥ କମିଟି ଏବଂ ବିଲ୍ଲିଙ୍ଗ ଓ ନିର୍ମାଣ କମିଟି ଗଠନ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ଲାଗି କ୍ଷମତା ବଢାଇବାକୁ ପ୍ରସ୍ତାବ ରଖାଯାଇଛି । ଏହା ମଧ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.