ଭୁବନେଶ୍ବର :ନେପାଳୀ ଛାତ୍ରୀ ମୃତ୍ୟୁ ପରେ ତେଜୁଛି ବିବାଦ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରହିଥିବା ବେଳେ ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି ଭୁବନେଶ୍ବରରେ ରହୁଥିବା ନେପାଳୀ ସମାଜ । ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତରେ ଯେପରି କୌଣସି ବାଧା ନଉପୁଜେ ବା ସେନେଇ କୋୖଣସି ଚାପ ପ୍ରୟୋଗ ନ କରାଯାଏ । ସେଥିପାଇଁ ପୋଲିସ କମିସନରଙ୍କ କାର୍ଯ୍ୟଳୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।
- ନିରପେକ୍ଷ ତଦନ୍ତ ପାଇଁ ଦାବି:
ନେପାଳ ସମାଜ ସଦସ୍ୟ ଗିରିରାଜ କହିଛନ୍ତି," ଯେଉଁଭଳି ଅଭିଯୋଗ ହୋଇଛି ପୋଲିସ ସେହିଭଳି ଦଫା ଲଗାଇ ତଦନ୍ତ କରିବା ନିହାତି ଦରକାର । କାରଣ ଛାତ୍ରୀ ଜଣଙ୍କୁ ପୂର୍ବରୁ ବହୁତ ଥର ନିର୍ଯାତନା କରାଯାଇଥିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା । ହେଲେ କାହିଁକି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କଲେ ନାହିଁ ? ଯାହାଫଳରେ ସେ ବାଧ୍ୟରେ ଜୀବନ ହାରିଲା । ତେଣୁ ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଦାୟୀ । "
ଅତିରିକ୍ତ ଡିସିପି ସୁରେଶ ପାତ୍ର କହିଛନ୍ତି, " ସେମାନେ ସିପି ସାରଙ୍କ ପାଇଁ ଦେଇଥିବା ଦାବିପତ୍ର ଆମେ ଗ୍ରହଣ କରିଛୁ । ସେମାନେ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି । କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ । "