ଓଡିଶା

odisha

ETV Bharat / state

କଥା ଦେଇ କଥା ରଖିଲେ ଏସପି ରାହୁଲ ଜୈନ, ବରିଷ୍ଠ ନାଗରିକଙ୍କ ଘରକୁ ଆସି ଚା’ ପିଇଲେ - Nayagarh SP Rahul Jain - NAYAGARH SP RAHUL JAIN

Nayagarh SP Rahul Jain: ଚର୍ଚ୍ଚାରେ ନୟାଗଡ ଏସପି ରାହୁଲ ଜୈନ । ଅଚାନକ ବରିଷ୍ଠ ନାଗରିକଙ୍କ ଘରକୁ ଆସି ସେମାନଙ୍କ ସହ ଚା’ ପିଇବା ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ଏଥିସହ ଛୋଟ ଛୋଟ ପିଲାମାନଙ୍କ ସହ ମଧ୍ୟ ସମୟ ବିତାଇଛନ୍ତି ରାହୁଲ । ଏସପିଙ୍କ ଏହି କାର୍ଯ୍ୟକୁ ନେଇ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟବାସିନ୍ଦା । ଅଧିକ ପଢନ୍ତୁ

Nayagarh SP Rahul Jain
Nayagarh SP Rahul Jain (ETV Bharat Odisha)

By ETV Bharat Odisha Team

Published : Jun 3, 2024, 3:05 PM IST

ନୟାଗଡ: 'କଥା ଦେଇ କଥା ରଖିଲେ ଏସପି ସାର' । ଚର୍ଚ୍ଚାରେ ନୟାଗଡ ଏସପି ରାହୁଲ ଜୈନ । ଅଚାନକ ବରିଷ୍ଠ ନାଗରିକଙ୍କ ଘରକୁ ଆସି ସେମାନଙ୍କ ସହ ଚା’ ପିଇବା ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ଏଥିସହ ଛୋଟ ଛୋଟ ପିଲାମାନଙ୍କ ସହ ମଧ୍ୟ ସମୟ ବିତାଇଛନ୍ତି ରାହୁଲ । ଏସପିଙ୍କ ଏହି କାର୍ଯ୍ୟକୁ ନେଇ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟବାସିନ୍ଦା ।

Nayagarh SP Rahul Jain (ETV Bharat Odisha)

ରବିବାର ଦିନ ନୟାଗଡ ଜିଲ୍ଲା ଦଶପଲ୍ଲା ଏନଏସି ଅନ୍ତର୍ଗତ ସାତପାଟଣାରେ ହଠାତ୍ ପହଞ୍ଚିଥିଲେ ନୟାଗଡ ଏସପି ରାହୁଲ ଜୈନ । କୌଣସି ସରକାରୀ କାର୍ଯ୍ୟ ସମ୍ପାଦନ କରିବାକୁ ନୁହେଁ ବରଂ ଅନଔପଚାରିକ ଭାବେ ଜଣେ ବରିଷ୍ଠ ନାଗରିକଙ୍କୁ ଭେଟିବା ପାଇଁ ହଠାତ ସାତପାଟଣା ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ ଏସପି । କାରଣ ଏହାପୂର୍ବରୁ ସେ କୁଆଡେ ତାଙ୍କୁ କଥା ଦେଇଥିଲେ ଯେ, ତାଙ୍କ ଘରକୁ ଯାଇ ତାଙ୍କ ସହ ବସି ଚା’ ପିଇବା ପାଇଁ । ନିଜର କଥା ରଖି ଏସପି ସାର୍‌ ହଠାତ ପହଞ୍ଚିଯାଇଥିଲେ ସାତପାଟଣା ବରିଷ୍ଠ ନାଗରିକ ସଂଗଠନ ସଭାପତି ପ୍ରାଣକୃଷ୍ଣ ବେହେରାଙ୍କ ଘରେ । ଏସପି ଦେଖି ବେଶ ଖୁସି ହୋଇଯାଇଥିଲେ ପ୍ରାଣକୃଷ୍ଣଙ୍କ ସମେତ ପୁରା ଗାଁ ଲୋକେ । ଗ୍ରାମର ଅନ୍ୟ ବରିଷ୍ଠ ଲୋକମାନଙ୍କ ମଧ୍ୟ ବେଶ କିଛି ସମୟ ଧରି ସୌଜନ୍ୟମୂଳକ କଥାବାର୍ତ୍ତା କରିବା ସହ ଚା’ ବିସ୍କୁଟ ଖାଇଥିଲେ ଏସପି ସାର ।

Nayagarh SP Rahul Jain (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ଭୋଟ ଦେଲେ ନୟାଗଡ ଜିଲ୍ଲାପାଳ ଓ SP - Lok Sabha Election 2024

କେବଳ ବରିଷ୍ଠ ବ୍ୟକ୍ତିମାନଙ୍କ ପ୍ରତି ସମ୍ମାନ ନୁହେଁ ବରଂ ଛୋଟ ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହ ମଧ୍ୟ ଦେଖିବାକୁ ମିଳିଥିଲା । ପିଲାମାନଙ୍କ ସହ ହାତ ମିଶାଇ ତାଙ୍କୁ ଚକୋଲେଟ ଦେଇ ବେଶ କିଛି ସମୟ ବିତାଇଥିଲେ ରାହୁଲ ଜୈନ । ଏସପିଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ସେଠାକାର ଲୋକେ । ଏହି ଅବସରରେ ପ୍ରାଣକୃଷ୍ଣ ବେହେରା କହିଛନ୍ତି, "ବହୁତ ଭଲ ଲାଗିଲା ଏସପି ସାରଙ୍କ ସହ କଥା ହୋଇ । ଏଭଳି ସମ୍ମାନସ୍ପଦ ଦେଉଥିବା, ଏଭଳି ମିଠା କଥା କହୁଥିବା, ଆଦର କରୁଥିବା ଓ ଭଲ ପାଉଥିବା ବ୍ୟକ୍ତିତ୍ୱ ଓଡ଼ିଶାରେ ବହୁତ କମ୍ ।"

ଅନ୍ୟପଟେ ଏନେଇ ଏସପି କହିଛନ୍ତି, "ବରିଷ୍ଠ ନାଗରିକ ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ମୁଁ ଆଜି ତାଙ୍କ ଘରକୁ ଆସିଛି । ଗୁରୁଜନ ହିସାବରେ ତାଙ୍କଠାରୁ ଆଶୀର୍ବାଦ ନେବା ପାଇଁ । ବହୁତ ଖୁସି ଲାଗିଲା ସେମାନଙ୍କ ସହ କଥା ହୋଇ ।"

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details