ଓଡିଶା

odisha

ETV Bharat / state

ଆସୁଛି ବର୍ଷା ଦିନ; ବ୍ୟାପକ ସଚେତନତା ହିଁ ଡେଙ୍ଗୁ କବଳରୁ ମୁକ୍ତି - National Dengue day - NATIONAL DENGUE DAY

National Dengue day: ଆଗକୁ ଆସୁଛି ବର୍ଷା ଦିନ । ଏହି ସମୟରେ ଡେଙ୍ଗୁ ଜ୍ବର ଆଶଙ୍କା ରହୁଥିବାରୁ ଘର ପରିବେଶ ସଫାସୂତୁରା ରଖିବା ସହ ମଶାରୀ ବ୍ୟବହାର ଆଦି ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ଡାକ୍ତରଙ୍କ ପରାମର୍ଶ । ଅଧିକ ପଢନ୍ତୁ

ଆସୁଛି ବର୍ଷା ଦିନ; ବ୍ୟାପକ ସଚେତନତା ହିଁ ଡେଙ୍ଗୁ କବଳରୁ ମୁକ୍ତି
ଆସୁଛି ବର୍ଷା ଦିନ; ବ୍ୟାପକ ସଚେତନତା ହିଁ ଡେଙ୍ଗୁ କବଳରୁ ମୁକ୍ତି (ETV Bharat Odisha)

By ETV Bharat Odisha Team

Published : May 17, 2024, 8:32 AM IST

Updated : May 17, 2024, 12:37 PM IST

ଭୁବନେଶ୍ବର: ବର୍ଷା ଦିନ ଆସିଲେ ରାଜଧାନୀ ଭୁବନେଶ୍ବର ଡେଙ୍ଗୁ ହଟସ୍ପଟ୍ ପାଲଟିଯାଏ । ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢେ । ଆଗକୁ ମୌସୁମୀ ଆସୁଥିବାବେଳେ ଡେଙ୍ଗୁରୁ ରକ୍ଷା ପାଇଁ ବ୍ୟାପକ ସତର୍କତା ଏବଂ ସଚେତନତା ଆବଶ୍ୟକ । ବିଶେଷକରି ଡେଙ୍ଗୁ ଲାର୍ଭା ସ୍ଥିର କିମ୍ବା ବିଶୁଦ୍ଧ ପାଣିରେ ଦୀର୍ଘ ସମୟ ଯାଏଁ ବଞ୍ଚି ରୁହେ । ତେଣୁ ଘର ପରିବେଶ ସଫାସୂତୁରା ରଖିବା, କୌଣସି ସ୍ଥାନରେ ପାଣି ଜମିବାକୁ ନଦେବା, ଫୁଲ୍ ହାତ ପୋଷାକ ପିନ୍ଧିବା, ମଶାରୀ ବ୍ୟବହାର ଭଳି ନାନା ସତର୍କତା ତଥା ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରିବାକୁ ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ପରାମର୍ଶ ଦେଇଛନ୍ତି ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ।

ଡେଙ୍ଗୁ ସଂକ୍ରମଣକୁ ଚିହ୍ନଟ କରିବା ଏବଂ ସଠିକ୍‌ ସମୟରେ ଚିକିତ୍ସା କରିବା ନିହାତି ଆବଶ୍ୟକ । ନଚେତ ଏହା ଗୁରୁତର ଜଟିଳତା ସୃଷ୍ଟି କରିଥାଏ । ଏଥିସହିତ ଡେଙ୍ଗୁ ଜନସ୍ୱାସ୍ଥ୍ୟର ଗୁରୁତ୍ୱ, ମହାମାରୀ ସମ୍ବନ୍ଧୀୟ ବିପଦ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି । ବିଶେଷଭାବେ ବୟସ୍କ ଏବଂ ପିଲାମାନଙ୍କଠାରେ ଡେଙ୍ଗୁ ରୋଗ ପ୍ରତି ଧ୍ୟାନ ଦେବାକୁ ଡାକ୍ତର ଅନୁରୋଧ କରିଛନ୍ତି । ଏହାବ୍ୟତୀତ ଡେଙ୍ଗୁ ରୋକିବାକୁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସଚେତନତା କରାଯିବା ଉଚିତ୍ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜାତୀୟ ଡେଙ୍ଗୁ ଦିବସ; ଏହି ଉପାୟ ମାନିଲେ, ପାଖ ଛୁଇଁବନି ଡେଙ୍ଗୁ - National Dengue Day 2024

ରାଜ୍ୟରେ ଜୁନ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଡେଙ୍ଗୁ ସ୍ଥିତି ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଯେଭଳି ଭାବରେ ସ୍ଥିତି ଅଣାୟତ ନହୁଏ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ଏକ ସମୀକ୍ଷା ବୈଠକ ଜରିଆରେ ରାଜ୍ୟରେ ସମସ୍ତ ସିଡିଏମଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ହୋଇଛି । ଏହାସହିତ ବର୍ଷା ଦିନ ପୂର୍ବରୁ କେନ୍ଦ୍ରକୁ ଔଷଧୀୟ ମଶାରୀ ପ୍ରଦାନ ପାଇଁ ନିବେଦନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ଏଭଳି ପ୍ରାକ୍ ପ୍ରସ୍ତୁତି ଏବଂ ବିଭିନ୍ନ ପଦକ୍ଷେପ ଫଳରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ନେଇ ଆଶା କରାଯାଉଛି ।

ବିଶେଷ ଭାବରେ ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ଵର ଓ ଜଗତସିଂହପୁର ଜିଲ୍ଲାରେ ଅଧିକ ମାତ୍ରାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି । ଯଦି ଡେଙ୍ଗୁର କିଛି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରିନେବା ଆବଶ୍ୟକ । ବିଶେଷ ଭାବେ ଗର୍ଭବତୀ ଶିଶୁ ଏବଂ ବୟସ୍କ ଲୋକମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 17, 2024, 12:37 PM IST

ABOUT THE AUTHOR

...view details